ଜାଣନ୍ତି କି ଗୋଟିଏ ଘଣ୍ଟାରେ ହାର୍ଟରେ କେତେଥର ହୁଏ ସ୍ପନ୍ଦନ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଓଜନ ହେଉଛି ମାତ୍ର ୩୦୦-୪୦୦ ଗ୍ରାମ୍‌। ତିନିଗୋଟି ସ୍ତରର ଗୋଟିଏ ଛୋଟିଆ ରକ୍ତ ସଞ୍ଚାଳନ ପମ୍ପ ରୂପେ କମ୍ପନ କରୁଥିବା ହୃତ୍‌ପିଣ୍ଡଟି ଗର୍ଭ ସଞ୍ଚାରଣର ମାତ୍ର ୪-୫ ସପ୍ତାହରୁ ନିରବଚ୍ଛିନ ଭାବେ ମଣିଷ ବଞ୍ଚତ୍ଥିବା ଯାଏ କାର୍ଯ୍ୟ କରୁଥାଏ। ହୃତ୍‌ପିଣ୍ଡ ବନ୍ଦ ହେଲେ ଲୋକଟି ମୃତ୍ୟୁମୁଖରେ ପଡ଼ିଥାଏ ଏବଂ ମୃତ୍ୟୁ ହେଲେ ହୃତ୍‌ପିଣ୍ଡଟି ବନ୍ଦ ହୋଇଯାଏ। ମାତ୍ର ୧୨ ସେମି ଲମ୍ବ, ୮.୫ ସେମି ଓସାର ଓ ୬ ସେମି ମୋଟା ବିଶିଷ୍ଟ ହୃଦ୍‌ଯନ୍ତ୍ର ପ୍ରତି ମିନିଟ୍‌ରେ ହାରାହାରି ୭୨ ଥର (୬୦-୮୦), ପ୍ରତି ଘଣ୍ଟାରେ ୪୩୨୦ ଥର, ଗୋଟିଏ ଦିନରେ ଲକ୍ଷେ ଚାରିହଜାର ଥର ସ୍ପନ୍ଦିତ (ସଙ୍କୁଚିତ ଓ ପ୍ରସାରିତ) ହୋଇଥାଏ। ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ ହୋଇଥାଏ। ଗୋଟିଏ ହୃତ୍‌ପିଣ୍ଡ ପ୍ରତ୍ୟେକ ସ୍ପନ୍ଦନ ପାଇଁ ଏହା ୦.୮ ସେକେଣ୍ଡ ନେଇଥାଏ ଓ ସଙ୍କୋଚନ ପାଇଁ ଯେତିକି ସମୟ ନିଏ, ପ୍ରସାରଣ ପାଇଁ ତା’ଠାରୁ ଅଢ଼େଇ ଗୁଣ ସମୟ ନେଇଥାଏ। ଅର୍ଥାତ୍‌, ହୃତ୍‌ପିଣ୍ଡ ଯେତିକି ସମୟ ସଙ୍କୁଚିତ ହୁଏ ତା’ ତୁଳନାରେ ଅଢ଼େଇରୁ ୩ ଗୁଣ (ପ୍ରସାରିତ) ବିଶ୍ରାମ ନେଇଥାଏ। ତେଣୁ ଏହା ଉପରେ କାର୍ଯ୍ୟଭାର କିଛି ମାତ୍ରାରେ କମ୍‌ ହୋଇଥାଏ। ହୃତ୍‌ପିଣ୍ଡର ସଙ୍କୋଚନ ସମୟରେ ହେଉଥିବା ବଳ ଦ୍ୱାରା ରକ୍ତ ସଞ୍ଚାରଣ ହୋଇଥାଏ ଏବଂ ଏହା ଧମନୀରେ ରକ୍ତଚାପ ସୃଷ୍ଟି କରିଥାଏ, ଯାହା ସାଧାରଣତଃ ୧୨୦ ମିମି ପାରଦର ଚାପ ସହ ସମାନ। ସେହିପରି ଡାଇଷ୍ଟୋଲ୍‌ ସମୟରେ ରକ୍ତଚାପ ସାଧାରଣତଃ ୮୦ ମିମି ପାରଦ ହୋଇଥାଏ। ଏହି ସମୟରେ ପଲ୍‌ସ ପ୍ରେସର (ନାଡ଼ି ଚାପ) ଏହି ଦୁଇ ଚାପର ତଫାତ ଅର୍ଥାତ୍‌ ୪୦ ମିମି ପାରଦ ହୋଇଥାଏ। ରକ୍ତଚାପ ବୃଦ୍ଧି ହେଲେ ଏହା ମଧ୍ୟ ଅସୁବିଧା ହୋଇଥାଏ। ମେଦବହୁଳତା, ଶାରୀରିକ ପରିଶ୍ରମର ଅଭାବ, ଆପେକ୍ଷିକ ଲବଣ, ଧୂମପାନ, ମାନସିକ ଚାପ, ବିଷାଦ ଓ ଆହୁରି ଅନେକ କାରଣରୁ ହୃଦ୍‌ରୋଗର ଆଶଙ୍କା ଅଧିକ ଥାଏ। ହୃଦ୍‌ଜନିତ ସମସ୍ୟା ଥରେ ଜଣାପଡ଼ିଲେ ଏଥିପାଇଁ ନିୟମିତ ଔଷଧ ସେବନ ଓ ଡାକ୍ତରୀ ପରାମର୍ଶର ଆବଶ୍ୟକତା ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?