Posted inଜାତୀୟ

ଜାଣନ୍ତି କି…ସଂସଦରେ କେତୋଟି ଅଧିବେଶନ ହୋଇଥାଏ? କେବେ ଆଉ କିଭଳି ସ୍ବତନ୍ତ୍ର ଅଧିବେଶନ ଡକାଯାଇଥାଏ… 

ନୂଆଦିଲ୍ଲୀ,୨୧।୬: ୧୮ତମ ଲୋକ ସଭା ଲାଗି ଶେଷ ହୋଇଛି ନିର୍ବାଚନ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଢ଼ିଛି ଏନ୍‌ଡିଏ। ଏବେ ଉଭୟ ଶାସକ ଏବଂ ବିରୋଧୀ ପାର୍ଲାମେଣ୍ଟ ଅଧିବେଶନ ଅପେକ୍ଷାରେ ରହିଛନ୍ତି। ତେବେ ଜୁନ ୨୪ରେ ନୂଆ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଜୁଲାଇ ୩ ଯାଏ ଏହା ଚାଲିବ ବୋଲି ଜଣାପଡ଼ିଛି।
ଏହି ଅଧିବେଶନରେ ଲୋକ ସଭାର ପୁରୁଣା ପରମ୍ପରା ଦେଖିବାକୁ ମିଳିବ, ଯେମିତିକି ଏମ୍‌ପିମାନଙ୍କ ଶପଥ ଗ୍ରହଣ, ବାଚସ୍ପତି ନିର୍ବାଚନ, ଫ୍ଲୋର ଟେଷ୍ଟ ଆଦି। ହେଲେ କ’ଣ ଆପଣ ଜାଣନ୍ତି ବର୍ଷରେ କେତୋଟି ଅଧିବେଶନ ହୋଇଥାଏ? ଏହାଛଡ଼ା ସ୍ବତନ୍ତ୍ର ଅଧିବେଶନ ଡାକିବାର ଶକ୍ତି କାହା ପାଖରେ ରହିଛି? ଆସନ୍ତୁ ଜାଣିବା…
ସଂସଦରେ କେତୋଟି ଅଧିବେଶନ ଥାଏ?
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୫ରେ ଅଧିବେଶନ ସମ୍ବନ୍ଧରେ ଉଲ୍ଲେଖ ରହିଛି। ତଦନୁଯାୟୀ ଭାରତର ରାଷ୍ଟ୍ରପତିଙ୍କ ନିକଟରେ ସମୟ-ସମୟରେ ସଂସଦର ଅଧିବେଶନ ଡାକିବାର ଶକ୍ତି ରହିଛି। ଏହାର ନିଷ୍ପତ୍ତି ସଂସଦୀୟ ମାମଲାର କ୍ୟାବିନେଟ କମିଟି ଦ୍ୱାରା ନିଆଯାଇଥାଏ, ହେଲେ ଔପଚାରିକ ଭାବେ ରାଷ୍ଟ୍ରପତି ହିଁ ଅଧିବେଶନ ଡାକିଥାନ୍ତି।
ବର୍ଷକରେ ସଂସଦର ୩ ଅଧିବେଶନ ହୋଇଥାଏ, ଯେଉଁଥିରେ ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଏବଂ ଶୀତକାଳୀନ ଅଧିବେଶନ ସାମିଲ ରହିଛି।
ବଜେଟ ଅଧିବେଶନ:
ବର୍ଷ ଆରମ୍ଭରୁ ପ୍ରଥମେ ବଜେଟ ଅଧିବେଶନ ହୋଇଥାଏ। ଜାନୁୟାରୀ ଶେଷ ଆଡ଼କୁ ଏହାର ଆରମ୍ଭ ହୋଇଥାଏ, ଏପ୍ରିଲ ଶେଷ ଆଡ଼କୁ ନଚେତ ମେ’ ପ୍ରଥମ ସପ୍ତାହ ଯାଏ ଏହା ଚାଲିଥାଏ। ଏହି ଅଧିବେଶନରେ ଦେଶର ବଜେଟ ଉପସ୍ଥାପନ କରାଯାଇଥାଏ।
ମୌସୁମୀ ଅଧିବେଶନ:
ବଜେଟ ଅଧିବେଶନ ପରେ ମୌସୁମୀ ଅଧିବେଶନ ଜୁଲାଇରୁ ଆରମ୍ଭ ହୋଇଥାଏ, ଏହା ଅଗଷ୍ଟ ଯାଏ ଚାଲିଥାଏ। ଏହି ସମୟରେ ସାରାଦେଶରେ ମୌସୁମୀ ବର୍ଷା ହେଉଥାଏ। ଏଣୁ ଏହାର ନାମକରଣ ଏଭଳି ହୋଇଛି। ଏଥିରେ ବିଭିନ୍ନ ବିଧେୟକ ଏବଂ ନୀତିଗତ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥାଏ। ଏହା ସବୁଠାରୁ ଛୋଟ ଅଧିବେଶନ ହୋଇଥାଏ।
ଶୀତକାଳୀନ ଅଧିବେଶନ:
ଏହା ସଂସଦର ତୃତୀୟ ଅଧିବେଶନ ହୋଇଥାଏ, ଯାହା ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ଯାଏ ଚାଲିଥାଏ। ଏହି ଅଧିବେଶନରେ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥାଏ। ଏଥିସହ ସରକାରୀ ଦରକାରୀ ବିଧେୟକକୁ ମଧ୍ୟ ପାରିତ କରିବାକୁ ପ୍ରୟାସ କରିଥାନ୍ତି।
ଦୁଇ ଅଧିବେଶନ ମଧ୍ୟରେ ଅଧିକରୁ ଅଧିକ ୬ ମାସର ବ୍ୟବଧାନ ହୋଇଥାଏ। ଏହାର ଅର୍ଥ ଗୋଟିଏ ବର୍ଷରେ ଅତିକମ୍‌ରେ ଦୁଇଥର ସଂସଦ ଅଧିବେଶନ ଆୟୋଜନ ହେବା ନିଶ୍ଚିତ। ହେଲେ ସମ୍ବିଧାନରେ ଉଲ୍ଲେଖ ରହିଛି ଯେ ରାଷ୍ଟ୍ରପତି ଯେବେ ଉଚିତ ଭାବିବେ ସଂସଦର ଅଧିବେଶନ ଡାକିପାରିବେ।
ସ୍ବତନ୍ତ୍ର ଅଧିବେଶନ?
ସରକାର ଯଦି ବଜେଟ, ମୌସୁମୀ ଏବଂ ଶୀତକାଳିନ ଅଧିବେଶନ ବ୍ୟତିତ ଅନ୍ୟ କୌଣସି ଅଧିବେଶନ ଡାକନ୍ତି ତେବେ ଏହାକୁ ସ୍ବତନ୍ତ୍ର ଅଧିବେଶନ କୁହାଯାଏ। ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ଅଧିବେଶନ ବିଷୟରେ ଉଲ୍ଲେଖ ନାହିଁ। ଅନ୍ୟ ଅଧିବେଶନ  ଭଳି ସ୍ବତନ୍ତ୍ର ଅଧିବେଶନ  ଅନୁଚ୍ଛେଦ ୮୫(୧) ଅନୁଯାୟୀ ଡକାଯାଏ। ତେବେ ରାଷ୍ଟ୍ରପତି ମଞ୍ଜୁରୀ ଦେବା ପରେ ଏହି ଅଧିବେଶନ ହୋଇଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri