Posted inଜାତୀୟ

ମୋଦିଙ୍କୁ ଖର୍ଗେଙ୍କ ଅପିଲ, ‘ବାର୍ତ୍ତାବାହକଙ୍କୁ ରୋକା ନ ଯାଉ’

ନୂଆଦିଲ୍ଲୀ,୧୫ ।୧: ଉତ୍ତରାଖଣ୍ଡର ଜୋଷୀମଠରେ ଭୂମି ଧସିବା ଘଟଣା ଏବେ ସେଠାକାର ନାଗରିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏପଟେ ଏବେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ । ଶାସକ ଓ ବିରୋଧି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଶନିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି ଜୋଷୀମଠ ସହ ଜଡିତ ଯେ କୌଣସି ସୂଚନା ଦେବା ଉପରେ ରୋକ ଲଗାଯାଇଛି । ଫଳରେ ଲୋକଙ୍କୁ ସଠିକ ସୂଚନା ମିଳିପାରୁ ନାହିଁ । ସୂଚନାଯୋଗ୍ୟ, ଏନଡିଏମଏ ସରକାରୀ ଏଜେନ୍ସି ଉପରେ ଜୋଷୀମଠକୁ ନେଇ କୌଣସି ତଥ୍ୟ ଦେବା ଉପରେ ରୋକ ଲଗାଇଦେଇଛନ୍ତି । ଏହାପରେ ଶାସକ ଓ ବିରୋଧିଙ୍କ ମଧ୍ୟରେ ତୁତୁମେମେ ଆରମ୍ଭ ହୋଇଯାଇଛି ।
ଜୋଷୀମଠ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ଖର୍ଗେ ଏକ ଟୁଇଟରେ କହିଛନ୍ତି ଏଭଳି ପରିସ୍ଥିତିର ସାମ୍ନା କରିବା ଓ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସରକାରୀ ଏଜେନ୍ସି, ଇସ୍ରୋ ଓ ମିଡିଆର କଥାବାର୍ତ୍ତା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ନରେନ୍ଦ୍ର ମୋଦି ଜୀ, ଡୋଣ୍ଟ ଶୁଟ ଦ ମେସେଞ୍ଜର । ଅର୍ଥାତ୍ ଖର୍ଗେ ସଫା ସଫା କହିଛନ୍ତି, ମୋଦି ଜୀ ସମ୍ବାଦବାହକଙ୍କ ଉପରେ ରୋକ ଲଗାନ୍ତୁ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦରକାର ଥିଲା ପୁଅ, ସ୍ତ୍ରୀ ପେଟରେ ଝିଅ ଥିବା ଜାଣି ଏମିତି କାଣ୍ଡ ଘଟାଇଲେ ସ୍ବାମୀ

ହାଇଦ୍ରାବାଦ,୪।୪: ତେଲେଙ୍ଗାନାର ହନମକୋଣ୍ଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଆଝାରୁଦ୍ଦିନ ନାମକ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ…

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri