Posted inଜାତୀୟ

ଧର୍ମାନୁଷ୍ଠାନ ଉପରେ ରାୟ ଦିଅନାହିଁ: କେନ୍ଦ୍ରକୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩ା୧୨:ଭାରତରେ ମଠ, ମନ୍ଦିର, ମସ୍‌ଜିଦ ଓ ଗିର୍ଜା ଭଳି ଉପାସନା ସ୍ଥଳଗୁଡ଼ିକର ଧର୍ମୀୟ ଚରିତ୍ରକୁ ବଜାୟ ରଖିବା ପାଇଁ ୧୯୯୧ରେ ଉପାସନା ସ୍ଥଳ (ସ୍ବତନ୍ତ୍ର ନିୟମ) ଆଇନ ପ୍ରଣୟନ କରାଯାଇଥିଲା। ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ନିର୍ମିତ ଧର୍ମାନୁଷ୍ଠାନଗୁଡ଼ିକରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଏଥିରେ ବ୍ୟବସ୍ଥା ରହିଛି। ଧର୍ମନିରପେକ୍ଷତାକୁ ପ୍ରୋତ୍ସାହିତ କରି ସାମ୍ପ୍ରଦାୟିକ ବିଦ୍ୱେଷ ଏଡ଼ାଇବା ହେଉଛି ଏହି ଆଇନର ମୂଳ ଲକ୍ଷ୍ୟ। କିନ୍ତୁ ଦେଶର ଅନେକ ସ୍ଥାନରେ ମନ୍ଦିରଗୁଡ଼ିକୁ ଭାଙ୍ଗି କିମ୍ବା ନବୀକରଣ କରାଯାଇ ସେଗୁଡ଼ିକ ଉପରେ ମସ୍‌ଜିଦ ନିର୍ମାଣ କରାଯାଇଥିବା ନେଇ ହିନ୍ଦୁ ପକ୍ଷମାନେ ଦାବି କରିବା ସହ ସର୍ଭେ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହେବାରେ ଲାଗିଛନ୍ତି। ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ମସ୍‌ଜିଦ ଓ ଦରଘାଗୁଡ଼ିକରେ ସର୍ବେକ୍ଷଣ କରାଯିବାବେଳେ ମୁସ୍‌ଲିମ୍‌ ପକ୍ଷଙ୍କ ବିରୋଧ ଯୋଗୁ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଉଛି। ଏଭଳିସ୍ଥଳେ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦେଶର ଉପାସନାସ୍ଥଳ ବିଶେଷକରି ମସ୍‌ଜିଦ ଓ ଦରଘାଗୁଡ଼ିକରେ ଚାଲିଥିବା ସର୍ବେକ୍ଷଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉପାସନାସ୍ଥଳ ଆଇନର କେତେକ ନିର୍ଦ୍ଦିଷ୍ଟ ନିୟମକୁ ଚ୍ୟାଲେଞ୍ଜ କରି ଭାଜପାର ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ସମେତ ଅନ୍ୟ ଆବେଦନକାରୀଙ୍କ ପକ୍ଷରୁ ୬ଟି ପିଟିଶନ ଦାଖଲ ହୋଇଥିଲା। ମୂଳ ଆବେଦନ ୪ ବର୍ଷ ପୂର୍ବେ ଦାଖଲ ହୋଇଥିଲା। ଏହା ଉପରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଜବାବ ମାଗିଥିଲେ, କିନ୍ତୁ ସରକାର ଉତ୍ତର ରଖି ନ ଥିଲେ। ଇତିମଧ୍ୟରେ ଉପାସନାସ୍ଥଳ ଆଇନର କେତେକ ନିୟମକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ସଂଖ୍ୟା ୧୮ରେ ପହଞ୍ଚତ୍ଛି। ବାରାଣସୀର ଜ୍ଞାନବାପି, ମଥୁରାର ଶାହି ଇଦ୍‌ଘା ମସ୍‌ଜିଦ, ସମ୍ଭଲର ଶାହି ଜାମା ମସ୍‌ଜିଦ, ଦିଲ୍ଲୀର କୁତବ ମିନାର ନିକଟସ୍ଥ କ୍ୱାତ୍‌ଉଲ୍‌ ମସ୍‌ଜିଦ ଏବଂ ମଧ୍ୟପ୍ରଦେଶର କମଲ ମୌଲା ସମେତ ଦେଶର ୧୦ଟି ମସ୍‌ଜିଦର ମୂଳ ଧର୍ମୀୟ ଚରିତ୍ରକୁ ସୁନିଶ୍ଚିତ କରିବା ହିନ୍ଦୁ ପକ୍ଷ ଦାବି କରିଛନ୍ତି। ୧୯୯୧ର ଉପାସନାସ୍ଥଳ (ସ୍ବତନ୍ତ୍ର ନିୟମ) ଆଇନରେ ରହିଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ଉଦ୍ଦେଶ୍ୟରେ ଉପରୋକ୍ତ ପିଟିଶନଗୁଡ଼ିକ ବିରୋଧରେ ଆଉ କେତେକ ପିଟିଶନ ମଧ୍ୟ ଦାଖଲ ହୋଇଛି। ତେବେ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ଅନ୍ୟ ଆବେଦନକାରୀଙ୍କ ପ୍ରଥମ ୬ଟି ପିଟିଶନ୍‌ର ଶୁଣାଣି କରିଛନ୍ତି। ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ କେ.ଭି. ବିଶ୍ୱନାଥନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି ବେଳେ କହିଛନ୍ତି, ୧୯୯୧ରେ ପ୍ରଣୀତ ଆଇନ ଅଧୀନ ଧାରା ୩ ଓ ୪ର ବୈଧତା, ରୂପରେଖ ଓ ପରିସର ନେଇ ଯାଞ୍ଚ କରାଯିବ। ଏଥିପାଇଁ ସୁପ୍ରିମକୋର୍ଟ ଅନ୍ୟ ଆଦେଶ ନ ଦେବା ପର୍ଯ୍ୟନ୍ତ ଅନ୍ୟ ଅଦାଲତଗୁଡ଼ିକରେ ଚାଲିଥିବା ମାମଲାର ଶୁଣାଣି ବନ୍ଦ କରାଯିବ। ବିଚାରାଧୀନ ଥିବା କୌଣସି ମାମଲାରେ କୋର୍ଟଗୁଡ଼ିକ ପ୍ରଭାବଶାଳୀ ଅନ୍ତରୀଣ ରାୟ କିମ୍ବା ଚୂଡ଼ାନ୍ତ ରାୟ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ଅନ୍ୟ ସମସ୍ତ କୋର୍ଟଙ୍କୁ ରାୟ ପ୍ରକାଶ କରିବାରୁ ବାରଣ କରାଯିବାକୁ ଏକ ହିନ୍ଦୁ ପକ୍ଷର ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ଜେ. ସାଇ ଦୀପକ ବିରୋଧ କରି କହିଛନ୍ତି, ଏପରି ରାୟ ପ୍ରକାଶ କରିବା ପୂର୍ବରୁ ଖଣ୍ଡପୀଠ ସବୁ ପକ୍ଷଙ୍କ ମତ ଶୁଣିବା ଉଚିତ। ଏହା ଉପରେ ସିଜେଆଇ ଖାନ୍ନା କହିଲେ, ଏହି ବୃହତ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ବିଚାର ଚାଲିଥିବାରୁ ଅନ୍ୟ କୋର୍ଟଗୁଡ଼ିକୁ କୌଣସି ରାୟ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦିଆଯିବା ସ୍ବାଭାବିକ। ସୁପ୍ରିମକୋର୍ଟରେ ଉକ୍ତ ଆଇନର ବୈଧତା ନେଇ ଶୁଣାଣି ଚାଲିଥିବାବେଳେ ତଳ କୋର୍ଟଗୁଡ଼ିକ ଶୀର୍ଷ ଅଦାଲତଙ୍କୁ ଅତିକ୍ରମ କରି ରାୟ ଦେଇପାରିବେ ନାହିଁ।
ଯଦି ପକ୍ଷ ଚାହିଁବେ ତେବେ ଆବଶ୍ୟକ ସ୍ଥଳେ ମାମଲାକୁ ହାଇକୋର୍ଟକୁ ପଠାଯାଇପାରିବ। କେନ୍ଦ୍ର ସରକାରଙ୍କ ଜବାବ ବିନା ଏହା ଉପରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ।
ସରକାର ୪ ସପ୍ତାହ ମଧ୍ୟରେ ନିଜ ଜବାବ ଦାଖଲ କରିବେ। କେନ୍ଦ୍ର ସରକାର ଜବାବ ଦାଖଲ କରିବାର ୪ ସପ୍ତାହ ମଧ୍ୟରେ ଅନ୍ୟ ପକ୍ଷମାନେ ଏହା ଉପରେ ନିଜ ଜବାବ ଦାଖଲ କରିବେ।
ପ୍ରକାଶ ଯେ, ସୁପ୍ରିମକୋର୍ଟ ୨୦୨୨ ସେପ୍ଟେମ୍ବରରେ ମୂଳ ଆବେଦନ ଉପରେ କେନ୍ଦ୍ର ସମେତ ଅନ୍ୟ ପକ୍ଷମାନଙ୍କୁ ନୋଟିସ କରିଥିଲେ। ଏପରି କି ଶୁଣାଣିରେ ସହଯୋଗ କରିବା ପାଇଁ ନୋଡାଲ କାଉନ୍‌ସେଲ ନିଯୁକ୍ତ କରିଥିଲେ। ଏହି ସମସ୍ତ ଆବେଦନ ଶୁଣାଣି ପାଇଁ ୮ ସପ୍ତାହ ପରେ ତାଲିକାଭୁକ୍ତ ହେବ। ଉପାସନାସ୍ଥଳ (ସ୍ବତନ୍ତ୍ର ନିୟମ) ଆଇନ, ୧୯୯୧ରେ ଥିବା ଧାରା ୩ ଅନୁସାରେ କୌଣସି ଧର୍ମାନୁଷ୍ଠାନକୁ ପରିବର୍ତ୍ତିତ କରାଯାଇପାରିବ ନାହିଁ। ଧାରା ୪ ଅନୁଯାୟୀ
ଧର୍ମାନୁଷ୍ଠାନର ଧର୍ମୀୟ ଚରିତ୍ର କୌଣସି ଅଦାଲତଙ୍କ ବିଚାର ପରିସରଭୁକ୍ତ ନୁହେଁ। ତେଣୁ ମୁସଲମାନ ପକ୍ଷଗୁଡ଼ିକ ମଧ୍ୟ ଶୁଣାଣିରେ ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ, ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ବିବାଦକୁ ଉପାସନାସ୍ଥଳ ଆଇନରୁ ସ୍ବତନ୍ତ୍ର ଭାବେ ବାଦ୍‌ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri