Posted inଜାତୀୟ

ସହମତି ବୟସ ୧୬କୁ କମାଅ ନାହିଁ

ନୂଆଦିଲ୍ଲୀ,୩୦ା୯: ଭାରତରେ ସହମତି ବୟସ ୧୮ ବର୍ଷ ରହିଛି। କିଶୋର ଯୌନ ସମ୍ପର୍କକୁ ନେଇ ବିତର୍କ ଜାରି ରହିଥିବାବେଳେ ୨୨ତମ ଲ’ କମିଶନ ନିଜ ରିପୋର୍ଟରେ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ଅଧୀନରେ ସର୍ବନିମ୍ନ ବୟସକୁ ୧୬କୁ କମାଇବାକୁ ବିରୋଧ କରିଛନ୍ତି। କମିଶନ ବୁଧବାର ଆଇନ ମନ୍ତ୍ରଣାଳୟରେ ଉକ୍ତ ରିପୋର୍ଟ ଦାଖଲ କରିଛନ୍ତି।
କମିଶନ ନିଜ ରିପୋର୍ଟରେ କେତୋଟି ସୁପାରିସ କରିଛନ୍ତି। ପୋକ୍ସୋ ଆଇନରେ ସହମତି ବୟସ ସୀମା ହ୍ରାସ କରାଯିବା ଅନୁଚିତ ବୋଲି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପୋକ୍ସୋ ଆଇନ, ୨୦୧୨ ଅନୁସାରେ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ସହ କୌଣସି ପ୍ରକାର ଯୌନ ଆଚରଣ କଲେ ତାହା ଅପରାଧର ପର୍ଯ୍ୟାୟଭୁକ୍ତ। ନାବାଳକ ଓ ନାବାଳିକାଙ୍କ ସହମତିରେ ଉଭୟଙ୍କ ଯୌନ ସମ୍ପର୍କକୁ ମଧ୍ୟ ଅପରାଧ ବିବେଚନା କରାଯାଇଥାଏ। ୨୦୧୨ ନଭେମ୍ବରରେ ଶାରୀରିକ ସମ୍ପର୍କର ସର୍ବନିମ୍ନ ବୟସ ୧୬ରୁ ୧୮କୁ ବୃଦ୍ଧି କରାଯାଇଥିଲା। ଏହି ଆଇନ ଅନୁସାରେ ମହିଳାଙ୍କ ବୟସ ୧୮ରୁ କମ୍‌ ହୋଇଥିଲେ ତାଙ୍କ ସହମତିରେ ହେଉ କି ବିନା ସହମତିରେ ତାଙ୍କ ସହ ଯୌନ ସମ୍ପର୍କ ରଖିଲେ ତାକୁ ‘ବଳାତ୍କାର’ ରୂପେ ଧରାଯିବ। ନିକଟରେ ସୁପ୍ରିମକୋର୍ଟ ଏବଂ ନାଗରିକ ସମାଜ ସଙ୍ଗଠନଗୁଡ଼ିକ କିଶୋରଙ୍କ ମଧ୍ୟରେ ସମ୍ପର୍କର ଅପରାଧୀକରଣକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଏପରି କି ୨୦୨୨ ଡିସେମ୍ବରରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ସହମତି ବୟସ ଉପରେ ସମୀକ୍ଷା କରାଯିବା ଆବଶ୍ୟକ ବୋଲି ଆଇନ ପ୍ରଣେତାମାନଙ୍କ ଉଦ୍ଦେଶ୍ୟରେ କହିଥିଲେ। ଅନେକ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ମଧ୍ୟ ଏନେଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରିତୁରାଜ ଅଓ୍ବସ୍ତି ଅଧ୍ୟକ୍ଷତା କରୁଥିବା ଲ’ କମିଶନ କହିଛନ୍ତି, ଏହି ଆଇନର ସବୁ ଦିଗ ଏବଂ ମିଳିଥିବା ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରାଯାଇଛି। ସହମତି ବୟସ କମାଇଲେ ବାଲ୍ୟବିବାହ ଓ ଶିଶୁ ଚାଲାଣ ନିରୋଧୀ ଅଭିଯାନ ଉପରେ ପ୍ରତ୍ୟକ୍ଷ ତଥା ନକାରାମତ୍କ ପ୍ରଭାବ ପଡ଼ିବ। ତେଣୁ ଅଦାଲତଗୁଡ଼ିକ ଏହି କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଅନ୍‌ଲାଇନ ଏଫ୍‌ଆଇଆର୍‌ ପଞ୍ଜୀକରଣକୁ ଗୁରୁତ୍ୱ

ଲ’ କମିଶନ ଆଇନ ମନ୍ତ୍ରଣାଳୟରେ ବୁଧବାର ଦାଖଲ କରିଥିବା ରିପୋର୍ଟ ଶୁକ୍ରବାର ସାର୍ବଜନୀନ ହୋଇଛି। ଦେଶରେ ଅନ୍‌ଲାଇନ୍‌ ଜରିଆରେ ଇ-ଏଫ୍‌ଆଇଆର୍‌ ପଞ୍ଜୀକରଣ ପାଇଁ ଏଥିରେ ସୁପାରିସ କରାଯାଇଛି। ପ୍ରଥମେ ୩ ବର୍ଷ ଜେଲ ଦଣ୍ଡାଦେଶ ହେଉଥିବା ଅପରାଧ କ୍ଷେତ୍ରରେ ଏବଂ ପର୍ଯ୍ୟାୟକ୍ରମେ ଅନ୍ୟ ମାମଲାଗୁଡ଼ିକୁ ଅନ୍‌ଲାଇନ୍‌ରେ ରୁଜୁ କରିବା ପାଇଁ ଏଥିରେ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଏକ କେନ୍ଦ୍ରୀଭୂତ ଜାତୀୟ ପୋର୍ଟାଲ ଖୋଲିବାକୁ ମଧ୍ୟ ଲ’ କମିଶନ କହିଛନ୍ତି। ଇ-ଏଫ୍‌ଆଇଆର୍‌ କରାଯିବା ଦ୍ୱାରା ଏତଲା ପଞ୍ଜୀକରଣରେ ବିଳମ୍ବ ସମସ୍ୟା ଦୂର ହେବ। ଏଥିସହ ନାଗରିକମାନେ ବେଳ ଥାଉ ଥାଉ ଅପରାଧ ସମ୍ପର୍କରେ ରିପୋର୍ଟ କରିପାରିବେ। ବର୍ତ୍ତମାନର ପୁରୁଣାକାଳିଆ ବ୍ୟବସ୍ଥାରେ ଏସବୁ ସମ୍ଭବ ହୋଇପାରୁ ନ ଥିବାରୁ ଇ-ଏଫ୍‌ଆଇଆର୍‌ ଉପରେ ଗୁରୁତ୍ୱ ଦେବା ପାଇଁ ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲଙ୍କୁ ଲେଖିଥିବା ପତ୍ରରେ ଲ’ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ରିତୁରାଜ ଅଓ୍ବସ୍ତି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri