Posted inଜାତୀୟ

ମୃତ ଯାତ୍ରୀଙ୍କ DNA ଟେଷ୍ଟ ପରେ ବଡ଼ ଖୁଲାସା! ଜଣାପଡିଲା ଦୁର୍ଘଟଣାର ବଡ଼ କାରଣ

ଅହମଦାବାଦ, ୧୫।୬: ଭାରତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୧୯ ଜଣଙ୍କ ମୃତଦେହର ଡିଏନଏ ମ୍ୟାଚ କରାଯାଇଛି। ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ଡାକ୍ତର ଓ ଫରେନସିକ ବିଶେଷଜ୍ଞମାନେ ରକ୍ତ ନମୁନାରୁ ଡିଏନଏ ମିଳାଇବାରେ ଲାଗିଛନ୍ତି। ଏହା ସହିତ ଦୁର୍ଘଟଣାସ୍ଥଳରୁ ଆହୁରି ଅବଶେଷ ଉଦ୍ଧାର କରାଯାଉଛି। ଅହମ୍ମଦାବାଦରେ ଘଟିଥିବା ଏହି ଦୁଃଖଦ ବିମାନ ଦୁର୍ଘଟଣାରେ ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।  ଏୟାର ଇଣ୍ଡିଆ ବିମାନ AI-171 ଉଡ଼ାଣ ପୂର୍ବରୁ କୌଣସି ଯାନ୍ତ୍ରିକ ସମସ୍ୟା ମିଳି ନଥିଲା। VT-ANB ନମ୍ବର ଥିବା ବୋଇଂ 787-8 ଡ୍ରିମଲାଇନରର ଜୁନ୍ ୨୦୨୨ ରେ ସମ୍ପୂର୍ଣ୍ଣ ‘C-ଚେକ୍’ କରାଯାଇଥିଲା ଏବଂ ପରବର୍ତ୍ତୀ ନିୟମିତ ରକ୍ଷଣାବେକ୍ଷଣ ଡିସେମ୍ବର ୨୦୨୫ ପାଇଁ ସ୍ଥିର କରାଯାଇଥିଲା।

ତେବେ ବର୍ତ୍ତମାନ ପ୍ରଶ୍ନ ଏଭଳି ଭୟଙ୍କର ବିମାନ ଦୁର୍ଘଟଣା ପାଇଁ କିଏ ଦାୟୀ? ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ପାଇଲଟମାନେ ଉଭୟ ପାର୍ଶ୍ୱର ନିୟନ୍ତ୍ରଣ ସହିତ ସମନ୍ୱୟ ରକ୍ଷା କରିପାରି ନଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉଡ଼ାଣ ସମୟରେ ଉଡ଼ାଣ ଗିଅର ବଦଳରେ ଲ୍ୟାଣ୍ଡିଂ ଗିଅର ବ୍ୟବହାର କରିଥିଲେ, ଯାହା ଫଳରେ ବିମାନଟି ଉଡ଼ାଣ ସମୟରେ ତଳକୁ ଖସିପଡ଼ିଥିଲା। ଏ ସମ୍ପର୍କରେ ଏକ ବିସ୍ତୃତ ତଦନ୍ତ ଜାରି ରହିଛି

ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆର ଫ୍ଲାଇଟ AI171, ଯେଉଁଥିରେ ୨୪୨ ଜଣ ଯାତ୍ରୀ ଥିଲେ, ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ସୁରକ୍ଷିତ ଥିଲା। ଗୁଜରାଟ ସରକାର କହିଛନ୍ତି ଯେ ପ୍ରାୟ ୨୧୯ ଜଣ ମୃତକଙ୍କ ପରିବାର ଡିଏନଏ ପରୀକ୍ଷା ଓ ରକ୍ତ ନମୁନା ପାଇଁ ଆଗେଇ ଆସିଛନ୍ତି। ମୃତଦେହରୁ ୨୭୫ଟି ନମୁନା ସଂଗ୍ରହ କରାଯାଇଛି। ରାଜ୍ୟ ଫରେନସିକ ସାଇନ୍ସ ଲାବୋରେଟୋରୀ (ଏଫଏସଏଲ) ଓ ନ୍ୟାସନାଲ ଫରେନସିକ ସାଇନ୍ସେସ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଦଳ ରାତି ଦିନ କାମ କରି ଡିଏନଏ ମିଳାଇବାରେ ଲାଗିଛନ୍ତି।

ଅହମଦାବାଦ ସିଭିଲ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ରାକେଶ ଯୋଶୀ କହିଛନ୍ତି ଯେ ମୃତଦେହର ଅବଶେଷର ବିଶ୍ଳେଷଣ ଜାରି ରହିଛି। ଏକ ପୁଲିସ ଅଧିକାରୀଙ୍କ ମତରେ, ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୭୨ ଘଣ୍ଟା ପରେ ଡିଏନଏ ପରୀକ୍ଷା ଶେଷ ହେବା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri