ବାଟ ହୁଡ଼ିଛି ଡିଏମ୍‌ଏଫ୍‌

ଯାଜପୁର,୩୦।୯(ହର୍ଷବର୍ଦ୍ଧନ ବେହେରା): ଜୁଲାଇ ୨୦୨୩ ସୁଦ୍ଧା ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ସମୁଦାୟ ୨୩୧୫୧.୧୫ କୋଟି ଟଙ୍କା ସଂଗ୍ରହ ହୋଇଛି। ଏଥିରେ ରାଜ୍ୟର ୮ ପ୍ରମୁଖ ଜିଲା ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼କୁ ସାମିଲ କରାଯାଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୧୮୯୭.୮୭ କୋଟି ଟଙ୍କା ସଂଗ୍ରହ ହୋଇଛି। ଏଥିରେ ୪,୧୦୧ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ସେଥିରୁ ୨,୯୮୧ଟି ଶେଷ ହୋଇଛି। ଏହିସବୁ ପ୍ରକଳ୍ପରେ ୧୦୩୫.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆବଣ୍ଟିତ ଅର୍ଥରୁ ଏହି ଖର୍ଚ୍ଚ ହେଉଛି ୪୦.୮୯% ବୋଲି ଡିଏମ୍‌ଏଫ୍‌ ସମୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଛି। କେବଳ ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌ ଖର୍ଚ୍ଚ କରାଯିବ ବୋଲି ଆକ୍ଟରେ ଦର୍ଶାଯାଇଛି। କିନ୍ତୁ କେତେଜଣ ପ୍ରଭାବଶାଳୀ ଗୋଷ୍ଠୀଙ୍କ ସ୍ବାର୍ଥ ସାଧନ ପାଇଁ ଜିଲାସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇ ଯାଜପୁର ଜିଲା ସାରା ଏହି ପାଣ୍ଠି ଖର୍ଚ୍ଚ କରାଯାଉଛି। ଫଳରେ ବାସ୍ତବରେ ଉପକୃତ ହେବାକୁ ଥିବା ସୁକିନ୍ଦା ଖଣି ଅଞ୍ଚଳବାସୀଙ୍କ ବିକାଶ ପ୍ରକ୍ରିୟା ବିଳମ୍ବ ହେଉଥିବା ମତପ୍ରକାଶ ପାଇଛି। ତେଣୁ ଏବେବି ତୁମୁଣି, ଗୁହିଆଶାଳ ଭଳି ଅନେକ ଅପହଞ୍ଚ ଗ୍ରାମ ଦେଖିବାକୁ ମିଳୁଛି। ଏହାସହ ଶିକ୍ଷା କ୍ଷେତ୍ରକୁ ସେତେଟା ଗୁରୁତ୍ୱ ଦିଆ ନ ଯାଇ ଠିକାଦାର ପୋଷା ନୀତିରେ ନିର୍ମାଣ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କୁହାଯାଉଛି।
ଡିଏମ୍‌ଏଫ୍‌ରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ ଦାବି ହେଉଥିଲେ ହେଁ ଠିକାଦାରମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ମିଳୁଛି। ଏହିକ୍ରମରେ ୮ ଜିଲା କଥାକୁ ଯଦି ବିଚାରକୁ ନିଆଯାଏ ତେବେ ପୂର୍ତ୍ତ ବିଭାଗକୁ ସର୍ବାଧିକ ୫୭୩୦.୬୯ କୋଟି, ଦ୍ୱିତୀୟରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗକୁ ୫୨୦୨.୪୧ କୋଟି ଏବଂ ତୃତୀୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨,୭୭୦.୫୧ କୋଟି ଟଙ୍କା ବଣ୍ଟନ ହୋଇଛି। ସ୍ବାସ୍ଥ୍ୟକ୍ଷେତ୍ରକୁ ୬ଷ୍ଠ ସ୍ଥାନରେ ରଖାଯାଇ ୧,୨୨୦.୮୨ କୋଟି ଟଙ୍କା ବଣ୍ଟନ କରାଯାଇଛି। ଏହାବାଦ୍‌ ରିପୋର୍ଟ ଅନୁସାରେ ପୂର୍ତ୍ତ, ପାନୀୟ ଜଳଯୋଗାଣ, ଶିକ୍ଷା, ଗ୍ରାମ୍ୟ ନିର୍ମାଣ, ସ୍ବାସ୍ଥ୍ୟ, ଜଳ ସମ୍ପଦ, ଗୃହ ଓ ନଗର ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଏସ୍‌ଟି,ଏସ୍‌ସି ଇତ୍ୟାଦି ବିଭାଗରେ ଆବଣ୍ଟିତ ଅର୍ଥର ଶତପ୍ରତିଶତ ଖର୍ଚ୍ଚ କରାଯାଇପାରିନାହିଁ। ଶତାଧିକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ଜଣାପଡିଛି। ଯାଜପୁର ଜିଲାର ଖଣି ଅଞ୍ଚଳକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ପ୍ରାୟ ୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ କାଳିଆପାଣି ଖଣି ଅଞ୍ଚଳବାସୀ ଏହି ପ୍ରକଳ୍ପରୁ ବୁନ୍ଦାଏ ପାଣି ସେମାନଙ୍କ ଜମି ପାଇଁ ପାଇ ନ ଥିବା ଅଭିଯୋଗ ହେଉଛି। ସେହିପରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୭ କୋଟି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ କୌଣସି ଜମିରେ ୨ ଫସଲି ଚାଷ ଏଯାଏ ହୋଇ ପାରିନାହିଁ। ଶିକ୍ଷା କ୍ଷେତ୍ରକୁ ଅବଲୋକନ କଲେ ଏଯାଏ କାଳିଆପାଣି ଖଣି ଅଞ୍ଚଳରେ ଏକ ଯୁକ୍ତଦୁଇ କଲେଜ ପ୍ରତିଷ୍ଠା ହୋଇ ପାରିନାହିଁ। କୁହିକାରେ ଯୁକ୍ତଦୁଇ କଲେଜ ନିର୍ମାଣାଧୀନ ରହିଛି। ସେହିପରି କାଳିଆପାଣି ଅଞ୍ଚଳରେ ନିକଟରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ହେଁ ଆବଶ୍ୟକ ଡାକ୍ତର ନାହାନ୍ତି। ଖଣି ଅଞ୍ଚଳରେ ଶିକ୍ଷା ଏବଂ ସ୍ବାସ୍ଥ୍ୟକୁ ଅଣଦେଖା କରାଯାଉଥିବାର କାରଣ ଲୋକେ ଏବେ ଖୋଜିବାକୁ ଲାଗିଲେଣି। ଏହି ଖଣି ଅଞ୍ଚଳରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାରର ଶାସନ କରି ଆସୁଛନ୍ତି। ଏକାଧିକ ଥର ମନ୍ତ୍ରୀପଦରେ ଅଳଙ୍କୃତ ହୋଇ ପାରିଛନ୍ତି। କିନ୍ତୁ ନଗଡ଼ା, ଗୁହିଆଶାଳ, ତୁମୁଣି ଗ୍ରାମ ଭଳି ଅବହେଳିତ ଅଞ୍ଚଳର ଚିତ୍ର ଏବେ ବି ଦେଖିବାକୁ ମିଳିଛି। ଏଠାରେ ଏକାଧିକ ଖଣି ରହିଥିଲେ ହେଁ ଗରିବ ଲୋକ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି। କେତେଜଣ ପ୍ରଭାବଶାଳୀ ନେତାଙ୍କ ଆର୍ଥିକ ସ୍ଥିତି ମଜଭୁତ ହେଉଥିବାବେଳେ ଗରିବ ଲୋକ ଆହୁରି ଗରିବ ହେଉଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri