କଟକ,୧୮।୧୦(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିଇଏଲ୍ଇଡି ପେପର-୧ ପରୀକ୍ଷା ଅକ୍ଟୋବର ୨୦ ପରିବର୍ତ୍ତେ ୨୯ ତାରିଖରେ ହେବ। ଦୀପାବଳି ପାଳନ ପାଇଁ ରାଜ୍ୟ ସରକାର ୨୦ ତାରିଖକୁ ଛୁଟି ଘୋଷଣା କରିଥିବାରୁ ବୋର୍ଡ ପକ୍ଷରୁ ଉକ୍ତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ହେଲେ ପୂର୍ବରୁ ଘୋଷଣା କରାଯାଇଥିବା ସ୍ଥାନ ଓ ସମୟ ଅପରିବର୍ତ୍ତିତ ରହିଛି। ପରୀକ୍ଷାର୍ଥୀମାନେ ତଦନୁଯାୟୀ ପରବର୍ତ୍ତୀ ତାରିଖରେ ପରୀକ୍ଷା ଦେବାକୁ ବୋର୍ଡ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି କରାଯାଇଛି।