ଦୀପାବଳି ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ,୨୦ା୧୦(ଅଜିତ୍‌ କୁମାର ମହାନ୍ତି): ଆଲୋକର ପର୍ବ ଦୀପାବଳି ପାଇଁ ପୁରୀ ସହର ଉତ୍ସବମୁଖର ହୋଇଉଠିଛି। ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବାରେ ଲାଗିଛି।

ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ପୁରୀରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦାୟିତ୍ୱରେ ଜଣେ ଅତିରିକ୍ତ ଏସ୍‌ପି, ଦୁଇଜଣ ଡିଏସ୍‌ପି, ୭ ଇନ୍ସପେକ୍ଟର, ୧୯ ସବ୍‌ଇନ୍ସପେକ୍ଟର, ଶ୍ରୀମନ୍ଦିର ପରିସରରେ ୬ ପ୍ଲାଟୁନ ପୋଲିସ ମୁତୟନ ରହିବେ। ୨୦ ଓ ୨୧ ତାରିଖ ଦୁଇଦିନ ଧରି ଏଭଳି ବ୍ୟବସ୍ଥା ରହିବ।

ବିଭିନ୍ନ ପୂଜାମଣ୍ଡପ ଓ ଦେବୀପୀଠରେ କାଳୀପୂଜା ପାଇଁ ପ୍ରସ୍ତୁତି ସରିଛି। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ୍‌ କୁମାର ସିଂ କହିଛନ୍ତି।

ପୟାଶ୍ରାଦ୍ଧ ଏବଂ ଦୀପାବଳି ପାଳନ ପାଇଁ ସିଂହଦ୍ୱାର ନିକଟ ଏମାର ମଠ ଚକଡ଼ାଠାରେ ୪ଟି ବାରିକେଡ୍‌ରେ ବକ୍ସ କରାଯାଇଛି। ସେଠାରେ ହୋଇଥିବା ବାଲି, ଅନ୍ୟାନ୍ୟ ବ୍ୟବସ୍ଥାରେ ଭକ୍ତମାନେ କାଉଁରିଆ କାଠି ଜଳାଇ ପାରିବେ।

Dharitri – Odisha’s No.1 Odia Daily

Share