ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ: ହେଲେ ଜିଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା,୩ା୫ (ମକାରୁ ବେମାଲ) ନୂଆପଡ଼ା ଜିଲାର ଦିବ୍ୟାଙ୍ଗମାନେ ସରକାରୀ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ଏହାକୁ ନେଇ ଅକ୍ଷମ ସଂଗଠନର ଜିଲା ସଭାପତି ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଦିବ୍ୟାଙ୍ଗମାନେ ଗୁରୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଅନୁଯାୟୀ, ୨୦୨୪ ଅଗଷ୍ଟ ୨୧ରେ କୋମନା ବ୍ଲକ କୋନାବିରା ଗାଁର ଦିବ୍ୟାଙ୍ଗ କପିଳଦେବ ରାଉତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ତାଙ୍କ ପରିବାର ଅଭାବ ଅନଟନରେ କାଳ କାଟୁଛନ୍ତି। ସେହିପରି ସୋସେଙ୍ଗ ପଞ୍ଚାୟତ ଅଡାର ଗାଁର ଜଳଧର ମାଝି ଓ ରୂପସିଂ ପହରିଆଙ୍କୁ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ମିଳିଛି ା ଉଭୟ ମାସିକ ୧୨ ଶହ ଟଙ୍କା ଲେଖାଏ ଦିବ୍ୟାଙ୍ଗ ଭତା ପାଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁ ସେମାନେ ୩୫ ଶହ ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଦୁଇବର୍ଷ ହେବ ସୁନାବେଡା ଗାଁର ମଞ୍ଚେଶ୍ୱର ମାଝି ଦିବ୍ୟାଙ୍ଗ ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇ ଅସହାୟ ଜୀବନ ବିତାଉଛନ୍ତି। ସିଲଭା ପଞ୍ଚାୟତ ଠାକୁରପାଲି ଗାଁର ଦିବ୍ୟାଙ୍ଗ ଯୁବକ ଦୂରାକାନ୍ତ ରଣା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି। ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରି ସ୍ବାବଲମ୍ବୀ କରିବାକୁ କପିଳଦେବ, ଜଳଧର, ରୂପସିଂ, ମଞ୍ଚେଶ୍ୱର, ଦୂରାକାନ୍ତ ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri