ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)କୁ ଏନ୍‌ସିଭିଇଟି ମାନ୍ୟତା

ନୂଆଦିଲ୍ଲୀ,୨୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍‌ର ପ୍ରମୁଖ ଅନୁଷ୍ଠାନ ଦିବ୍ୟ ଯୋଗ ମନ୍ଦିର (ଟ୍ରଷ୍ଟ)କୁ ନିକଟରେ ଜାତୀୟ ଧନ୍ଦାମୂଳକ/ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ନ୍ୟାଶନାଲ କାଉନସିଲ ଫର୍‌ ଭୋକଶନାଲ ଏଜୁକେଶନ ଆଣ୍ଡ ଟ୍ରେନିଂ ବା ଏନ୍‌ସିଭିଇଟି)ର ମାନ୍ୟତା ମିଳିଛି। ଏପରିକି ନୂଆଦିଲ୍ଲୀର କୌଶଳ ଭବନଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହ ଉତ୍ସବରେ ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)କୁ ଏନ୍‌ସିଭିଇଟିର ଡୁଆଲ ଆକ୍ରିଡେଶନ (୨ଟି ମାନ୍ୟତା)ର ପ୍ରମାଣପତ୍ର ଦିଆଯାଇଛି। ଫଳରେ ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ) ବର୍ତ୍ତମାନ ଏକ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନ ହୋଇଯାଇଛି।
ଏ ସମ୍ପର୍କରେ ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)ର ମହାମନ୍ତ୍ରୀ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଥିଲେ, ଆମକୁ ଏନ୍‌ସିଭିଇଟିର ମାନ୍ୟତା ମିଳୁଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବର୍ତ୍ତମାନ ଆମେ ଏକ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନ ହୋଇଥିବାବେଳେ ଏହା ଜରିଆରେ ଆମେ କୌଶଳ ବିକାଶ, ଆତ୍ମନିର୍ଭର ଭାରତ ଏବଂ ରୋଜଗାର ସୃଜନ ଭଳି ଅନେକ ସରକାରୀ କାର୍ଯ୍ୟକ୍ରମ ସାଙ୍ଗକୁ ପତଞ୍ଜଳିର ଦକ୍ଷତାବିକାଶ ପାଠ୍ୟକ୍ରମ ଆଶାୟୀ ଛାତ୍ରୀଛାତ୍ରଙ୍କୁ ଯୋଗାଇପାରିବୁ। ସେହିଭଳି ଆମକୁ ଏନ୍‌ସିଭିଇଟିର ମାନ୍ୟତା ମିଳୁଥିବାରୁ ବର୍ତ୍ତମାନ ଆମେ ୬୦ରୁ ଅଧିକ ଧନ୍ଦାମୂଳକ/ବ୍ୟବସାୟିକ ଶିକ୍ଷା ସବୁ ବର୍ଗର ପିଲାଙ୍କୁ ଯୋଗାଇ ଦେବା ସହ ଦେଶବାସୀଙ୍କ ହିତ ପାଇଁ ଆବଶ୍ୟକ ଶିକ୍ଷା ପ୍ରଦାନ କରିପାରିବୁ।
ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀର କୌଶଳ ଭବନଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଏନ୍‌ସିଭିଇଟିର ଅଧ୍ୟକ୍ଷ ଅତୁଲ ତିଓ୍ବାରୀ ଅଧ୍ୟକ୍ଷତା କରିଥିଲାବେଳେ ଉଭୟ ଏନ୍‌ସିଭିଇଟି ଏବଂ ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri