ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି

କଟକ,୨୧ା୧୨: ବହୁ ଚର୍ଚ୍ଚିତ ଓଲିଉଡ୍‌ ଯୋଡ଼ି ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ। ଏନେଇ ଅନୁଭବଙ୍କୁ ଗୁରୁବାର ହାଇକୋର୍ଟ ଅନୁମତି ଦେଇଛନ୍ତି। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ପରିବାର ଅଦାଲତ ଖାରଜ କରିଦେଇଥିଲେ।

ପିଟିଶନ୍‌ରେ ଅନୁଭବ ଦର୍ଶାଇଥିଲେ ଯେ, ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ବର୍ଷା ଅନୁଭବଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହାନ୍ତି। ଓଲଟା ସେ ସର୍ବଦା ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ପାରିବାରିକ ଜୀବନରେ ବର୍ଷା କେବେହେଲେ ତାଙ୍କୁ ସହଯୋଗ କରୁ ନ ଥିଲେ। ଦୁହିଁଙ୍କ ଭିତରେ ମତ ପାର୍ଥକ୍ୟ ଥିବା କାରଣରୁ ଉଭୟ ଦୀର୍ଘଦିନ ହେବ ଅଲଗା ରହୁଛନ୍ତି। ସେହିପରି ଅନୁଭବ ତଥା ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବର୍ଷା ଧମକ ଦେବା ସହ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅନୁଭବ ଆବେଦନରେ ଦର୍ଶାଇଥିଲେ। ଦୀର୍ଘଦିନର ତିକ୍ତତା ପରେ ସେ ବର୍ଷାଙ୍କ ସହ ସମ୍ପର୍କ ତୁଟାଇବାକୁ ସିଦ୍ଧାନ୍ତ ନେଇଛନ୍ତି। ତେଣୁ ସେ ଛାଡ଼ପତ୍ର ନିମନ୍ତେ ଅଦାଲତରେ ଆବେଦନ କରିଥିବା କୋର୍ଟଙ୍କୁ ଜଣାଇଥିଲେ। ବର୍ଷା ମଧ୍ୟ ଅନୁରୂପ ଭାବେ ଅନୁଭବଙ୍କ ବିରୋଧରେ କଟକ ଏସ୍‌ଡିଜେଏମ୍‌ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଦର୍ଶାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri