Posted inଜାତୀୟ

ସ୍ତ୍ରୀ ରାନ୍ଧି ନ ଜାଣିଲେ ଦିଆ ଯାଇ ପାରିବନି ଛାଡପତ୍ର: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୯।୧୦ : ସ୍ତ୍ରୀ ରାନ୍ଧି ନ ଜାଣିଥିବାରୁ ଏହାକୁ କ୍ରୁରତା ଦର୍ଶାଇ ଛାଡପତ୍ର ପାଇଁ ହୋଇଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ସ୍ତ୍ରୀ ରାନ୍ଧିବା ବିଷୟରେ ଜାଣି ନାହାଁନ୍ତି ତେବେ ଏହା କ୍ରୁରତା ବର୍ଗରେ ଆସିବ ନାହିଁ ଏବଂ ଏହା ଅନ୍ତର୍ଗତ ଛାଡପତ୍ର ଲାଗି ଅନୁମତି ପ୍ରଦାନ କରାଯାଇ ପାରିବ ନାହିଁ।

ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ପାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ। ସ୍ବାମୀ ଅଭିଯୋଗ କରିଥିଲେ ତାଙ୍କ ସ୍ତ୍ରୀ କିପରି ରୋଷେଇ କରିବେ ଜାଣନ୍ତି ନାହିଁ। ଏହା ସହିତ ଆବେଦନକାରୀ ଏହା ମଧ୍ୟ କହିଥିଲେ ତାଙ୍କ ସ୍ତ୍ରୀ ତାଙ୍କ ସହ ଅସଦାଚରଣ କରୁଛନ୍ତି ଏବଂ ସମ୍ପର୍କୀୟଙ୍କ ସାମ୍ନାରେ ତାଙ୍କୁ ଅପମାନିତ କରୁଛନ୍ତି। ସ୍ତ୍ରୀ ତାଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି କରୁଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ତେବେ ତାଙ୍କ ପ୍ରତିରକ୍ଷାରେ ସ୍ତ୍ରୀ ଏହି ସବୁ ଅଭିଯୋଗକୁ ଅସ୍ବୀକାର କରି କହିଥିଲେ ତାଙ୍କ ସ୍ବାମୀ ଯୌନ ହିଂସା କରୁଛନ୍ତି। ସେ ତାଙ୍କ ଶରୀରକୁ ପରିହାସ କରୁଛନ୍ତି। ମହିଳା ଜଣକ କହଥିଲେ ତାଙ୍କ ସ୍ବାମୀ ମାନସିକ ସମସ୍ୟାରେ ପୀଡିତ ଥିଲେ ଏବଂ ଏବେ ଔଷଧ ଖାଇବା ବନ୍ଦ କରିଦେଇଛନ୍ତି। ସ୍ତ୍ରୀ କୋର୍ଟଙ୍କୁ କହିଥିଲେ ସେ ଏହି ବିବାହକୁ ବଜାୟ ରଖିବାକୁ ଚାହୁଁଛନ୍ତି ଏବଂ ଏହି ଉଦ୍ଦେଶ୍ୟରେ ସ୍ବାମୀ ଚାକିରି କରିଥିବା କମ୍ପାନୀକୁ ଇ-ମେଲ କରିଥିଲେ।

ଏହି ପ୍ରସଙ୍ଗରେ ସ୍ବାମୀଙ୍କ କମ୍ପାନୀକୁ ପଠାଇଥିବା ଇ-ମେଲକୁ କୋର୍ଟ ପଢ଼ିଥିଲେ। ଏହା ପରେ କୋର୍ଟ ଜାଣିବାକୁ ପାଇଲେ ଯେ ସେ ତାଙ୍କ ସ୍ବାମୀଙ୍କ ଆଚରଣକୁ ନେଇସ୍ତ୍ରୀ ଚିନ୍ତିତ ଅଛନ୍ତି। ସେ କେରଳରୁ ୟୁଏଇ ଯାଇଥିଲେ ଏବଂ ତାଙ୍କ ସ୍ତ୍ରୀ ତାଙ୍କ ପରିବର୍ତ୍ତିତ ଆଚରଣରେ ବିରକ୍ତ ହୋଇ କମ୍ପାନୀର ସାହାଯ୍ୟ ଲୋଡିଥିଲେ। ଏ ସମ୍ପର୍କରେ ଜଷ୍ଟିସ ଅନିଲ କେ. ନରେନ୍ଦ୍ରନ ଏବଂ ସୋଫି ଥୋମାସଙ୍କ ଖଣ୍ଡପୀଠ କହିଛନ୍ତି ଖରାପ ରାନ୍ଧିବାକୁ କ୍ରୁରତା ବୋଲି କୁହାଯାଇପାରିବ ନାହିଁ। ତାଙ୍କ ନିଷ୍ପତ୍ତିରେ କୋର୍ଟ କହିଛନ୍ତି ଛାଡପତ୍ରର ଯଥାର୍ଥ କାରଣ ନ ଦେଇ ଗୋଟିଏ ପକ୍ଷ ଏକପାଖିଆ ନିଷ୍ପତ୍ତି ନେଇ ପାରିବେ ନାହିଁ। ଏହା ସହିତ ଖଣ୍ଡପୀଠ ଛାଡପତ୍ର ଆବେଦନକୁ ଖାରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri