ଗୁମାଡ଼ି ନଦୀ ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣା: ମେଳି ବାନ୍ଧିଲେ ୩ ପଞ୍ଚାୟତବାସୀ, ସମସ୍ୟା ସମାଧାନ ନ ହେଲେ…

ଦାରିଙ୍ଗବାଡ଼ି,୧୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବାର ଇତି ମଧ୍ୟରେ ୧୦ ଦିନରୁ ଅଧିକ ସମୟ ବିତିଲାଣି ହେଲେ ମରାମତି ହୋଇପାରିନାହିଁ। ଫଳରେ ବ୍ଲକ ହେଡ୍‌କ୍ୱାର୍ଟରଠାରୁ ତିଲୋରୀ, ବୁଡ଼ାଗୁଡ଼ା ଏବଂ ଗୁମିକିଆ ପଞ୍ଚାୟତ ବିଛିନ୍ନ ହୋଇପଡ଼ିଛି। ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ରବିବାର ୩ ପଞ୍ଚାୟତବାସୀ, ଲୋକପ୍ରତିନିଧି ବ୍ୟବସାୟୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସବୁ ମେଳି ବାନ୍ଧି ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କ ଅଧ୍ୟକ୍ଷତାରେ ତିଲୋରୀ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ତିଲୋରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଏବେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ତିଲୋରୀ ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ଗୁମିକିଆ ସରପଞ୍ଚ ତ୍ରିନାଥ ପ୍ରଧାନ, ବୁଡ଼ାଗୁଡା ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ତିଲୋରୀ ସମିତିସଭ୍ୟ ଦିଲୀପ ପ୍ରଧାନ ଏବଂ ଗୁମିକିଆ ସମିତିସଭ୍ୟ ସପନ ମଲିକ ପ୍ରମୁଖ ଯୋଗଦେଇ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ, ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ଅନ୍ୟ ଅଧିକାରୀଙ୍କୁ ଭେଟି ଶୀଘ୍ର ଉକ୍ତ ଡାଇଭର୍ସନ ରାସ୍ତା ମରାମତି ସହ ସେଠାରେ ନିର୍ମାଣ କରାଯାଉଥିବା ପୋଲ କାର୍ଯ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ କରିବାକୁ ନିବେଦନ କରାଯିବ ଏବଂ ଆସନ୍ତା ବୁଧବାର ୩ ପଞ୍ଚାୟତର ଶହଶହ ମହିଳା, ପୁରୁଷ, ଶିଶୁ, ବୁଦ୍ଧିଜୀବୀ ୫୯ନଂ ଜାତୀୟ ରାଜପଥର ସିମନବାଡ଼ି ପଞ୍ଚାୟତ କାରିପାଙ୍ଗାଠାରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବୁଡ଼ାଗୁଡ଼ା ସରପଞ୍ଚ କହିଛନ୍ତି। ଆନ୍ଦୋଳନ ତୀବ୍ରତର କରାଯିବ ବୁଧବାରଠାରୁ ଏହି ଆନ୍ଦୋଳନ ଆରମ୍ଭ ହେଲେ ରାସ୍ତା ମରାମତି ନ ହେବା ପର୍ଯ୍ୟନ୍ତ ଜୋରଦାର ତଥା ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ସିମନବାଡ଼ି-ବୁଡ଼ାଗୁଡ଼ା ବିଚ୍ଛିନ୍ନ ହୋଇଯିବା ପରେ ୩ ପଞ୍ଚାୟତ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଗାଡ଼ିମୋଟର ଚଳାଚଳ ବନ୍ଦ ଯୋଗୁ ଦରଦାମ ବୃଦ୍ଧି ହେବା ସହ ଜରୁରିକାଳୀନ ସ୍ବାସ୍ଥ୍ୟସେବା ବ୍ୟାଙ୍କ ସେବା ସରକାରୀ ଓ ବେସରକାରୀ ସେବା ସବୁ ବନ୍ଦ ହୋଇଯାଇଛି ବୋଲି ବୈଠକରେ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଗୋଟିଏ ଦିନ ବନ୍ଦ ହୋଇଗଲେ ଅଞ୍ଚଳ ପ୍ରଭାବିତ ହେଉଥିବା ବେଳେ ଗୋଟିଏ ମାସରେ ଦୁଇ ଦୁଇ ଥର ଡାଇଭର୍ସନ ରାସ୍ତା ଧୋଇ ହୋଇଯିବା ଓ ଏବେ ଦିତୀୟଥର ଧୋଇହେବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ମରାମତି ହୋଇ ନ ପରିବା ଅଞ୍ଚଳ ପାଇଁ ଚିନ୍ତା ବଢ଼ାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri