କନ୍ଧମାଳ ମହୋତ୍ସବକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ଫୁଲବାଣୀ, ୧୩ା୮(ରାକେଶ କୁମାର ରାଉତ)କନ୍ଧମାଳ ମହୋତ୍ସବ ନାଁକୁ ନେଇ ଏବେ ଜିଲାରେ ଜୋରଦାର ଚର୍ଚ୍ଚା ା ଜିଲା ଉତ୍ସବ ଭାବେ ପରିଚିତ କନ୍ଧମାଳ ମହୋତ୍ସବ ନାଁରେ ଏବେ ଆଉ ଗୋଟିଏ ସଙ୍ଗଠନ ଏହି ଉତ୍ସବ କରିବାକୁ ଯାଉଛି ା ୧୩ ତାରିଖରୁ କନ୍ଧମାଳ ମହୋତ୍ସବ ହେବାକୁ ଯାଉଛି ବୋଲି କାର୍ଡ ଛପାଯାଇ ଅତିଥି ଏବଂ ଜିଲାର କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବଣ୍ଟାଯାଉଛି ା ହେଲେ ଜିଲାବାସୀ ଏହି ଉତ୍ସବକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡିଛନ୍ତି। କାରଣ ଜିଲା ଉତ୍ସବ ନାଁକୁ ଅନ୍ୟ ଏକ ସଂଗଠନ ବ୍ୟବହାର କରୁଛି। ଏଥିରେ କ’ଣ ଉଦ୍ଦେଶ୍ୟ ରହିଛି ତାହାକୁ ନେଇ ଜିଲାରେ ଆଲୋଚନା ଜୋର ଧରିଛି ା ଜିଲା ପ୍ରଶାସନ କାହିଁକି ଏଥିରେ ହସ୍ତକ୍ଷେପ କରୁନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସାର୍ବଜୀନନ ଭାବେ ଶୀତ ଋତୁରେ ଜିଲା ପ୍ରଶାସନ ପକ୍ଷରୁ କନ୍ଧମାଳ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି ା ଗତ ଜାନୁୟାରୀ ୨୫ରେ କନ୍ଧମାଳ ଷ୍ଟାଡିୟମରେ କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଥିଲା ା ଜିଲା ପ୍ରଶାସନ ଏହାକୁ ଆୟୋଜନ କରିଥିଲା। ଏବେ ଅନନ୍ୟା ନାମକ ଏକ ଅନୁଷ୍ଠାନ କନ୍ଧମାଳ ମହୋତ୍ସବ କରିବାକୁ ଯାଉଛି। ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପରେ ଏହା ଅନୁଷ୍ଠିତ ହେବ ା ଏକ ଛୋଟ ସ୍ଥାନରେ ଜିଲା ଉତ୍ସବ ନାମ ନେଇ ଏହି କାର୍ଯ୍ୟକ୍ରମ କରିବା ପଛରେ ଯେ ରାଜନୈତିକ ଉଦ୍ଦେଶ୍ୟ ରହିଛି ତାହା ସ୍ପଷ୍ଟ ଜଣାପଡିଛି ା ଏହି ଉତ୍ସବ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ା ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ଆୟୋଜକ ଅନନ୍ୟା ପକ୍ଷରୁ କାର୍ଡ ବଣ୍ଟନ କରାଯାଉଛି ା କନ୍ଧମାଳ ମହୋତ୍ସବ ପ୍ରକୃତରେ କାହାର ତାହାକୁ ଜିଲା ପ୍ରଶାସନ ସ୍ପଷ୍ଟ କରିବାକୁ ସାଧାରଣରେ ଦାବି ହେଉଛି ା ଏ ନେଇ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ପଚାରିବାରେ ମୁଁ ଏ ବିଷୟରେ କଥା ହେଉଛି ବୋଲି କହଛନ୍ତି। ସେହିପରି ଅନନ୍ୟାର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସମ୍ପାଦକ ସୁକାନ୍ତ କୁମାର ପାଣିଗ୍ରାହୀ କହିଛନ୍ତି, ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଏହି କାର୍ଯ୍ୟକ୍ରମ ହେଉଛି ା ଅନ୍ୟ ଜିଲାରେ ମଧ୍ୟ ଜିଲା ଉତ୍ସବ ନାଁରେ ଏହି କାର୍ଯ୍ୟକ୍ରମ ହେଉଛି ା ସରକାରଙ୍କୁ ଆମେ କାର୍ଯ୍ୟକ୍ରମ ନାଁ ଦେଇଥିଲୁ ା ସେହି ଅନୁସାରେ ହେଉଛି ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ, ଗୋଟିଏ ଏନଜିଓ କନ୍ଧମାଳ ଜିଲାରେ ଆଜାଦୀ କା ଅମୃତ ମହୋତ୍ସବ, କନ୍ଧମାଳ ମହୋତ୍ସବ ନାଁରେ ପାଳନ କରିବାକୁ ଯାଉଛି ା ଏଥିରେ ଜିଲା ପ୍ରଶାସନର କୌଣସି ସମ୍ପୃକ୍ତି ନାହିଁ ା ଜିଲା ପ୍ରଶାସନ ପକ୍ଷରୁ ୨୦୨୩ କନ୍ଧମାଳ ମହୋତ୍ସବ ପୂର୍ବରୁ ପାଳନ ହୋଇସାରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri