Posted inଜାତୀୟ

ଡାକ୍ତରଙ୍କ ପାଇଁ ପୁଣି ଲାଗୁ ହେବ ଜିଲା ଆବାସ କାର୍ଯ୍ୟକ୍ରମ: ଜିଲା ଡାକ୍ତରଖାନାରେ ୩ ମାସ କାର୍ଯ୍ୟ…

ନୂଆଦିଲ୍ଲୀ,୧୯।୧ : କରୋନା କାରଣରୁ ଦୁଇ ବର୍ଷ ବିଚାରାଧୀନ ରହିବା ପରେ ବର୍ତ୍ତମାନ ଦେଶର ଜିଲା ଡାକ୍ତରଖାନାଗୁଡ଼ିକରେ ଡାକ୍ତରଙ୍କ ପାଇଁ ଜିଲା ଆବାସ କାର୍ଯ୍ୟକ୍ରମ ପୁଣି କାର୍ଯ୍ୟକାରୀ ହେବ। ପିଜି ଛାତ୍ରଛାତ୍ରୀଙ୍କ ଲାଗି ତିନି ମାସର ଜିଲା ଆବାସ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ଜାତୀୟ ଚିକିତ୍ସା ଆୟୋଗ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିୟମ ୨୦୨୧ ରୁ ପ୍ରଯୁଜ୍ୟ ହେବ, ଯାହା ଅଧୀନରେ ପ୍ରତ୍ୟେକ ପିଜି ଛାତ୍ରଙ୍କୁ ତିନିମାସ ପାଇଁ ଜିଲା ଡାକ୍ତରଖାନାରେ ସେବା କରିବାକୁ ପଡିବ। ଉକ୍ତ ଛାତ୍ରଙ୍କ ରହଣି ହସ୍ପିଟାଲ ପରିସରରେ କିମ୍ବା ପ୍ରାୟ ଦୁଇରୁ ତିନି କିଲୋମିଟର ଅଞ୍ଚଳରେ କରାଯିବ। ଯାହା ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କ ସେବା ଉପଲବ୍ଧ ହୋଇପାରିବ। କେବଳ ଏତିକି ନୁହେଁ, ଡାକ୍ତରୀ ଛାତ୍ର ସଂଗଠନର ଚାହିଦାକୁ ମଧ୍ୟ ଆୟୋଗ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ୨୦୨୦ରେ ଛାତ୍ରୀଛାତ୍ରଙ୍କ ପାଇଁ ଏହି ନିୟମରେ କୋହଳ ପ୍ରଦାନ କରିବାକୁ ଏକ ଆବେଦନ କରାଯାଇଥିଲା।

ସୂଚନା ଅନୁଯାୟୀ, ପୋଷ୍ଟ ଗ୍ରାଜୁଏଟ ମେଡିକାଲ ରେଗୁଲେଶନ ଅନୁଯାୟୀ ୧୬ ସେପ୍ଟେମ୍ବର ୨୦୧୯ରେ ଜିଲା ଆବାସ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୨୦୨୦ ମସିହାରେ କରୋନା ମହାମାରୀ ପରେ ଏହା ସାମୟିକ ଭାବରେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ମହାମାରୀକୁ ନିୟନ୍ତ୍ରଣ କରିବା ପରେ ପୁନର୍ବାର ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏନଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସରକାରୀ ସହିତ ଘରୋଇ ମେଡିକାଲ କଲେଜରେ ପଢୁଥିବା ପିଜି ଛାତ୍ରମାନେ ମଧ୍ୟ ଏହି ନିୟମର ଅଧୀନରେ ଆସିବେ। ଏହି ପରିପ୍ରେକ୍ଷୀରେ ବେସରକାରୀ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦେବା ସମସ୍ତ ରାଜ୍ୟର ଡାକ୍ତରୀ ଶିକ୍ଷା ବିଭାଗର ଦାୟିତ୍ୱ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri