ଅଧିକାରୀଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶ: ସମସ୍ୟାର ତ୍ୱରିତ ସମାଧାନ କରନ୍ତୁ…

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ଭେଡେନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଗୋୟଲ ଏବଂ ଆରକ୍ଷୀ ଅଧ୍ୟକ୍ଷ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ବରଗଡ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିରୂପମା ଷଡଙ୍ଗୀ ଏବଂ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ ଯୋଗାଣ, ରାଶନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୬୨ ଗୋଟି ଅଭିଯୋଗ ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ, ୧୭ ଗୋଟି ସାମୁହିକ ଅଭିଯୋଗ ଏବଂ ଶୁଣାଣି ସମୟରେ ସେଥିମଧ୍ୟରୁ ୧ ଗୋଟି ଅଭିଯୋଗର ତତ୍‌କ୍ଷଣାତ ସମାଧାନ କରି ଅନ୍ୟ ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନଜୀବୀ ପୀତବାସ ଦାଶଙ୍କ ପରଲୋକ

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଶନିବାର ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

‘ଭଲ ପାଠ ପଢ଼ି ସୁନାମ ଆଣନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବୀଣାପାଣି ନର୍ସରୀ ସ୍କୁଲର ୩୯ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ତଥା ବରିଷ୍ଠ…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ଜାଣନ୍ତୁ କେତେ କ’ଣ ମିଳିଲା

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଦାନହୁଣ୍ଡି ଶନିବାର ଖୋଲିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri