ସ୍ୱଂୟ ସହାୟକ ଦ୍ୱାରା କରାଯାଇଥିବା ଫୁଲ ଚାଷ ଦେଖିଲେ ଜିଲାପାଳ, ପାହାଡ଼ ଚଢ଼ି….

ପଟ୍ଟାଙ୍ଗି,୨୨।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ଜିଲାପାଳ ମନୋଜ ସତ୍ୟବାନ୍ ମହାଜନ୍ ଗସ୍ତ କରି ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ । ଏହାସହ ଉପସ୍ଥିତ ବ୍ଲକ୍ କର୍ମଚାରୀଙ୍କ ସହ ଆଲୋଚନା କରି ପାହାଡ଼ ଉପରେ ସ୍ୱଂୟ ସହାୟକ ଗୋଷ୍ଠୀ ଦ୍ୱାରା ହୋଇଥିବା ଫୁଲ ଚାଷକୁ ଦେଖି ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟକି, ଜିଲାପାଳ ମହାଜନଙ୍କ ରେଣ୍ଟମ୍ ଟୁର୍ କାର୍ଯ୍ୟକ୍ରମ ଭିତରେ ପଟ୍ଟାଙ୍ଗି ତହସିଲ ସହ ବ୍ଲକ୍ ଏବଂ କିଛି ଫିଲ୍ଡ୍ ଗସ୍ତ କରିବା କାର୍ଯ୍ୟକ୍ରମ ଭିତରେ କୋଟିଆ ପଞ୍ଚାୟତ ଗସ୍ତ କରିବା ବାଟରେ ତୁରିଆ ଟାଉପଦର ଗ୍ରାମ ଛକରେ ହନୁମାନ ସ୍ୱଂୟ ସହାୟକ ଗୋଷ୍ଠୀ ଦ୍ୱାରା ହୋଇଥିବା ମିଲେଟ୍ ଟିଫିନ୍ ସେଣ୍ଟର ପରିଦର୍ଶନ କରି ହୋଇଥିବା ଟିଫିନ୍ ପ୍ରସ୍ତୁତି ଦେଖିଥିଲେ । ପରେ ଉକ୍ତ ସ୍ଥାନରୁ ବାହାରି ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଉକ୍ତ ରଥ ନିମନ୍ତେ ଚାଲିଥିବା ନିର୍ମାଣ ଗୃହ ଦେଖିଥିଲେ । ଏହାପରେ ପଞ୍ଚାୟତ ସଦର ମହକୁମାର ତିନି ସ୍ୱଂୟ ସହାୟକ ଗୋଷ୍ଠୀ ଯଥା ମାଁ ସନ୍ତୋଷୀ, ଜନନୀ ଏବଂ ଅଲିବା ପ୍ରମୁଖଙ୍କ ଦ୍ଵାରା ନିକଟସ୍ଥ ପାହାଡ଼ ଉପରେ ହୋଇଥିବା କ୍ଷମ ମାଳି ଫୁଲ ଚାଷକୁ ଜିଲାପାଳ ମହାଜନ୍ ପାହାଡ଼ ଚଢ଼ି ଦେଖିବା ସହ ଉପସ୍ଥିତ ଗୋଷ୍ଠୀ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ।

ଯାହାକି ଉକ୍ତ ଫୁଲ ଏକ ଚେରମୁଳୀ ଔଷଧୀୟ ଗୁଣ ରହିଥିବା ବେଳେ ଫୁଲଟି ଚା ପତି ଭାବେ ବ୍ୟବହାର ଉପଯୁକ୍ତ ହୋଇଥାଏ । ଯେଉଁଥି ପାଇଁ ଉକ୍ତ ଚାଷ ନିମନ୍ତେ ଓରମାସ୍ ପକ୍ଷରୁ ସମସ୍ତ ସହାୟତା ଉପରୋକ୍ତ ଗୋଷ୍ଠୀଙ୍କୁ ଯୋଗାଇ ଦିଆଯାଇଛି । ସେହିପରି ପଞ୍ଚାୟତ କାର୍ଯ୍ୟାଳୟ ସହ ପଞ୍ଚାୟତରେ ରହିଥିବା ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ପରିସରରେ ଆବଶ୍ୟକ ଥିବା ଛାତ୍ର ଆବାସ ଏବଂ ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଜିଲାପାଳ ମହାଜନଙ୍କ ସହ ଆଲୋଚନା କରି ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଜିଲାପାଳ ମହାଜନ୍ ଉକ୍ତ ବିଦ୍ୟାଳୟ ପରିସରରେ ରହିଥିବା ଛାତ୍ରୀ ନିବାସ ସହ ଅନ୍ୟ ଶ୍ରେଣୀ ଗୃହ ବୁଲି ଦେଖିବା ସହ ଛାତ୍ରୀଛାତ୍ରଙ୍କ ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲି ।

ଶେଷରେ ଜାନିଗୁଡା ଗ୍ରାମରେ ହୋଇଥିବା ଷ୍ଟବେରୀ ଚାଷ ବୁଲି ଦେଖିବା ସହ ଉକ୍ତ ଚାଷ ପାଇଁ ଆବଶ୍ୟକ ରହିଥିବା ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ଉପସ୍ଥିତ ଉଦ୍ୟାନ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲାପାଳ ମହାଜନଙ୍କ ଏହି ଗସ୍ତ ସମୟରେ ପଞ୍ଚାୟତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ଅଧିକାରୀ OSD ସୌରଭ ଦାସ, ବିଡ଼ିଓ ରାମକ୍ରିଷ୍ଣା ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ଅତିରିକ୍ତ ତହସିଲଦାର ସ୍ୱାଗତିକା ରାଉତ, ଏଇଇ ଅଜୟ ରାମ ତରାଇ, ପିଇଓ କଣ୍ଡା ଗଲରୀ, ଏଡିଓ ସୁକାନ୍ତ ରୁଡି, ମିଶନ ଶକ୍ତି ବିଭାଗର ଶ୍ରୀଧର ଜାନି, ଅଜୟ ପାଙ୍ଗିଙ୍କ ସମେତ ଅନ୍ୟ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Dharitri – Odisha’s No.1 Odia Daily

Share
Tags: patangi news