ପୁରୁଷୋତ୍ତମପୁର,୧୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟକୁ ବୁଧବାର ଆସି ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିଛନ୍ତି। ତହସିଲଦାର ବିନୋଦ କୁମାର ବେହେରା ଓ ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀଙ୍କ ସହ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଏହି ତହସିଲ ଅଧିନରେ ରହିଥିବା ୧୧ଟି ରାଜସ୍ବ ସର୍କଲର ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ସମସ୍ତ ରେକର୍ଡପତ୍ର ଠିକ୍ ରୂପେ ରହିଥିବା ନେଇ ଖୁସି ପ୍ରକଟ କରିଛନ୍ତି। ଏପରି ସର୍ବଦା ରେକର୍ଡପତ୍ର ସଠିକ୍ ଭାବରେ ରଖିବା ଲାଗି ରାଜସ୍ବ ନିରୀକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ଏହାସହ ଲୋକମାନେ ସେମାନଙ୍କ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ବେଳେ ସେଥିପ୍ରତି ଗୁରୁତ୍ୱ ଦେଇ ସମୟସୀମା ମଧ୍ୟରେ କାର୍ଯ୍ୟ କରିବା ଓ ଅନ୍ଲାଇନ୍ ସେବାଗୁଡ଼ିକୁ ଠିକ୍ ସମୟରେ ପହଞ୍ଚାଇବାକୁ ସମସ୍ତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


