ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ ଏକଛତ୍ରବାଦ ସରକାରର ଅନ୍ତ ଘଟିଛି। ଜନତା ଭାଜପା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ନିର୍ବାଚନରେ ଦେଇଥିବା ସମସ୍ତ ପ୍ରତିଶୃତି କାର୍ଯ୍ଯକାରୀ କରାଯିବ। ଅଫିସର ରାଜ, ୫ଟି ନାରେ ହେଲିକପ୍ଟର ପ୍ରଚାର କୁ ଜନତା ସହଜରେ ଗ୍ରହଣ କରି ପାରିନାହାନ୍ତି। ୫ ବର୍ଷରେ ୧.୫ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ। ଶିକ୍ଷା, ସାହିତ୍ଯ, ସଂସ୍କୃତି, ପର୍ଯ୍ଯଟନ, ଗମନାଗମନ, ଶିଳ୍ପର ଅଭିବୃଦ୍ଧି କ୍ଷେତ୍ରରେ ଓଡିଶା ସମୃଦ୍ଧି ପଥରେ ଆଗେଇ ଚାଲିବ। ୨୦୪୭ ମୋଦୀଙ୍କ ବିକଶିତ ଭାରତର ପରିକଳ୍ପନା ଓଡିଶାରୁ ଅୟାରମ୍ଭ ହୋଇଯାଇଛି ବୋଲି ଓଡିଶାରେ ମୋହନ ସରକାରଙ୍କ ଶହେ ଦିନ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ହାବେଳି ପଡିଆ ରେ ଆୟୋଜିତ ବିକାଶ ମେଳା ଉଦଘାଟନ ଅବସରରେ ଖାଉଟୀ କଲ୍ଯାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହା କହିଛନ୍ତି।

ଶୁକ୍ରବାରଠାରୁ ୩ ଦିନ ବ୍ଯାପୀ ଏହି ମେଳା ଚାଲିବ। ବିଭିନ୍ନ ବିଭାଗ ପକ୍ଷରୁ ୨୫ ଟି ଷ୍ଟଲ ଖୋଲାଯାଇଛି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ପ୍ରଚାର କରାଯାଉଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ କାର୍ଯ୍ଯକ୍ରମ ରେ ବିଧାୟକ ପ୍ରଶାନ୍ତ ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ସ୍ବଚ୍ଛତା ପକ୍ଷ ଶପଥପାଠ କରାଇଥିଲେ। ୩ ଜଣ ମହିଳାଙ୍କୁ ପ୍ରତିକାତ୍ମକ ୫ହଜାର ଟଙ୍କା ଚେକ, 6ଜଣ ଦୃଷ୍ଟିବାଧିତଙ୍କୁ ଲାପଟପ ପ୍ରଦାନ କରିଥିଲେ। ପାଇକ ଲୋକକଳା, ଓଡିଶୀ ନୃତ୍ଯ ପରିବେଷଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri