ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ ରହିଛନ୍ତି। ସେପଟେ ଜିଲା ପରିଷଦ ସଭ୍ୟ ଜିଲା ପରିଷଦ କାର୍ଯ୍ୟାଳୟଠାରୁ କିଛି ଦୂର ଆରଡ଼ି ବଙ୍ଗଳାରେ ବୈଠକକୁ ନ ଆସିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଜିଲା ପରିଷଦ ସଭାପତି ଅସନ୍ତୁଷ୍ଟ ଜିଲା ପରିଷଦ ସଭ୍ୟଙ୍କୁ ବୁଝାଶୁଝା କରୁ କରୁଥିଲେ ମଧ୍ୟ ସୁଫଳ ମିଳିନି। ଏପଟେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଜିଲା ପରିଷଦ ନିର୍ବାହୀ ଅଧିକାରୀ ବୈଠକ ଆରମ୍ଭ କରିବାକୁ ଅପେକ୍ଷାରତ ଅଛନ୍ତି।