ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ: ପିସିସି ନିଷ୍ପତ୍ତି ପ୍ରତିବାଦରେ ୧୯ପଦାଧିକାରୀଙ୍କ ଦଳରୁ ଇସ୍ତଫା

ଦେବଗଡ଼,୧୪।୬,(ଶଶାଙ୍କ ଶେଖର ଝାଙ୍କର) :ପବିତ୍ର ରଜ ଅବସରରେ ସାରା ରାଜ୍ୟରେ ଉତ୍ସବର ମାହୋଲ ଥିବା ବେଳେ ଦେବଗଡ଼ ଜିଲା କଂଗ୍ରେସରେ ହଟଚମଟ ଦେଖାଦେଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ତରବରିଆ ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ ନିଷ୍ପତି ପ୍ରତିବାଦରେ ବୁଧବାର ଜିଲା କଂଗ୍ରେସର ମହିଳା ସଭା ନେତ୍ରୀ ମଞ୍ଜୁଲତା ନାୟକ,ନଗର ମହିଳା କଂଗ୍ରେସ ସଭାପତି ସତ୍ୟବତୀ ଭୁକ୍ତା, ତିଳେଇବଣି ବ୍ଲକ ମହିଳା ସଭାନେତ୍ରୀ ମାର୍ଗରେଟ ବାର୍ଲା, ରିଆମାଳ ବ୍ଲକ ମହିଳା ସଭନେତ୍ରୀ ରୀନା ରାଣୀ ମିତ୍ର, ବାରକୋଟ ବ୍ଲକ ମହିଳା ସଭାନେତ୍ରୀ ସବିତା ନାଏକ, ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ,ସାଧାରଣ ସମ୍ପାଦକ କ୍ଷିତୀଶ କୁମାର ପ୍ରଧାନ, ଜୟନାରାୟଣ ସାହୁ, ରାକେଶ କୁମାର ବେହେରା,କୋଷାଧକ୍ଷ ସୁଶୀଲ କୁମାର ନାୟକ, ଓବିସି ସେଲ ଜିଲା ସଭାପତି ଡିଲେଶ୍ୱର ସାହୁଙ୍କ ସମେତ ସମସ୍ତ ବ୍ଲକ ଓବିସି ସେଲ ସଭାପତି, ସୋସିଆଲ ମିଡ଼ିଆ ସେଲ ମୁଖ୍ୟ ପଞ୍ଚୁଲାଲ ବରାଇ, ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲ,କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ମିଶ୍ର, ପ୍ରମୋଦ କୁମାର ମିଶ୍ର, ନଗର ସଭାପତି ପ୍ରକାଶ କୁମାର ଦେବତା, ନଗର ଉପ ସଭାପତି ବିକାଶ ଖଡ଼ିରତ୍ନ, ନଗର କଂଗ୍ରେସ ସମ୍ପାଦକ ଶମ୍ଭୁନାଥ ପ୍ରଧାନ ଓ ଆଶିଷ କୁମାର ଦାଣ୍ଡିଆଙ୍କ ସମେତ କଂଗ୍ରେସର ବିଭିନ୍ନ ବିଭାଗର ପଦାଧିକାରୀ ନିଜନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଜିଲା ମହିଳା ସଭାନେତ୍ରୀ ମଞ୍ଜୁଲତା ନାୟକଙ୍କ ଆବାହକତ୍ୱରେ ଏକ ଘରୋଇ ହୋଟେଲ ଠାରେ ଉପରୋକ୍ତ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ହୋଇ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତିକୁ ପ୍ରତିବାଦ କରିଛନ୍ତି। ଏଥିସହ ପିସିସିର ନିଷ୍ପତ୍ତି ଫଳରେ ଜିଲାରେ କଂଗ୍ରେସ ସଂଗଠନ ଦୃଢ ନେତୃତ୍ୱ ଅଭାବରେ ଭୁଶୁଡିବା ନିଶ୍ଚିତ ବୋଲି ଖବରଦାତା ସମ୍ମିଳନୀରେ ପ୍ରକାଶ କରିବା ସହ କଂଗ୍ରେସ ଦଳରେ ରହି ଲୋକଙ୍କ ପାଇଁ ସେବା କରିବା ଅସମ୍ଭବ ମନେ ହେବାରୁ ସେମାନେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ଜିଲା କଂଗ୍ରେସରେ ଏତେ ସଂଖ୍ୟକ କର୍ମୀ ଓ ପଦାଧିକାରୀ ଏକ ସମୟରେ ଇସ୍ତଫା ଦେବା ଜିଲାରେ ପ୍ରଥମଥର ଦେଖିବାକୁ ମିଳିଥିବା ବେଳେ ୨୦୨୪ ନିର୍ବାଚନ ପାଇଁ ଦଳର ଶକ୍ତି ହ୍ରାସ ବିରୋଧୀଙ୍କ ମନୋବଳକୁ ସୁଦୃଢ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri