ତୈଳିକ ହଳଦିଆ ବୈଶ୍ୟ ସାହୁ ସମାଜର ନବକଳେବର: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦବୀ

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ ରାମପୁର ବ୍ଲକର ମସ୍କାଦାଣ୍ଡି ସୀମାରେ ଥିବା ଶାନ୍ତି ବନଠାରେ ତୈଳିକ ହଳଦିଆ ବୈଶ୍ୟ ସାହୁ ସମାଜର ଜିଲା କମିଟି ଗଠିତ ହୋଇଯାଇଛି। ଏଠାରେ ଜିଲା ସଭାପତି ଭାବେ ନୀଳମଣି ସାହୁ, ସାଧାରଣ ସମ୍ପାଦକ ଭାବେ ନବୀନ କିଶୋର ସାହୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଏହାବ୍ୟତୀତ ସମାଜର ଡାଙ୍ଗ ବଂଶରୁ ଲଷ୍ମୀ ପ୍ରସାଦ ସାହୁ,ଚନ୍ଦା ବଂଶରୁ ହିରାମଣି ସାହୁ, ଶାବଳ ବଂଶରୁ ରଜାପତି ସାହୁ, ମୁହୁନି ବଂଶରୁ ବୁଧିରାମ ସାହୁ, ଡୁଙ୍ଗୁରୀ ବଂଶରୁ ମୁରଲୀଧର ସାହୁ,ପଗାର ବଂଶରୁ ଜଗଦୀଶ ସାହୁ, ଷଣା ବଂଶରୁ ମୁରଲୀଧର ସାହୁ, ବେରାଜଲ ବଂଶ ସୁବଲୟା ସାହୁ, ମକଟା ବଂଶରୁ କ୍ଷମାନିଧି ସାହୁ,କପାଟ ବଂଶରୁ ଯୋଗୀନ୍ଦ୍ର ସାହୁ, ବକ ଶାବଳ ଗୁଣ ନିଧିସାହୁ ଜିଲା କମିଟିକୁ ପ୍ରତିନିଧି ଭାବେ ଚୟନ ହୋଇଥିବାବେଳେ ମହିଳା ପ୍ରତିନିଧି ଭାବେ ମାହେନ୍ଦ୍ରୀ ସାହୁ, ଜାହ୍ନବୀ ସାହୁ ଚୟନ ହୋଇଥିବା ଜିଲା ସମ୍ପାଦକ ନବୀନ କିଶୋର ସାହୁ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନାରେ ଆଇନଜୀବୀ ହେମନ୍ତ ସାହୁ ଓ ଉଦ୍ଧବ ସାହୁ ପରିଚାଳନା କରିଥିଲେ। ଏଥିରେ ନର୍ଲା,ମ ରାମପୁର, କେସିଙ୍ଗା, କର୍ଲାମୁଣ୍ଡା ବ୍ଲକରୁ ଶତାଧିକ ସଦସ୍ୟା, ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri