କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ ରାମପୁର ବ୍ଲକର ମସ୍କାଦାଣ୍ଡି ସୀମାରେ ଥିବା ଶାନ୍ତି ବନଠାରେ ତୈଳିକ ହଳଦିଆ ବୈଶ୍ୟ ସାହୁ ସମାଜର ଜିଲା କମିଟି ଗଠିତ ହୋଇଯାଇଛି। ଏଠାରେ ଜିଲା ସଭାପତି ଭାବେ ନୀଳମଣି ସାହୁ, ସାଧାରଣ ସମ୍ପାଦକ ଭାବେ ନବୀନ କିଶୋର ସାହୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଏହାବ୍ୟତୀତ ସମାଜର ଡାଙ୍ଗ ବଂଶରୁ ଲଷ୍ମୀ ପ୍ରସାଦ ସାହୁ,ଚନ୍ଦା ବଂଶରୁ ହିରାମଣି ସାହୁ, ଶାବଳ ବଂଶରୁ ରଜାପତି ସାହୁ, ମୁହୁନି ବଂଶରୁ ବୁଧିରାମ ସାହୁ, ଡୁଙ୍ଗୁରୀ ବଂଶରୁ ମୁରଲୀଧର ସାହୁ,ପଗାର ବଂଶରୁ ଜଗଦୀଶ ସାହୁ, ଷଣା ବଂଶରୁ ମୁରଲୀଧର ସାହୁ, ବେରାଜଲ ବଂଶ ସୁବଲୟା ସାହୁ, ମକଟା ବଂଶରୁ କ୍ଷମାନିଧି ସାହୁ,କପାଟ ବଂଶରୁ ଯୋଗୀନ୍ଦ୍ର ସାହୁ, ବକ ଶାବଳ ଗୁଣ ନିଧିସାହୁ ଜିଲା କମିଟିକୁ ପ୍ରତିନିଧି ଭାବେ ଚୟନ ହୋଇଥିବାବେଳେ ମହିଳା ପ୍ରତିନିଧି ଭାବେ ମାହେନ୍ଦ୍ରୀ ସାହୁ, ଜାହ୍ନବୀ ସାହୁ ଚୟନ ହୋଇଥିବା ଜିଲା ସମ୍ପାଦକ ନବୀନ କିଶୋର ସାହୁ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନାରେ ଆଇନଜୀବୀ ହେମନ୍ତ ସାହୁ ଓ ଉଦ୍ଧବ ସାହୁ ପରିଚାଳନା କରିଥିଲେ। ଏଥିରେ ନର୍ଲା,ମ ରାମପୁର, କେସିଙ୍ଗା, କର୍ଲାମୁଣ୍ଡା ବ୍ଲକରୁ ଶତାଧିକ ସଦସ୍ୟା, ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।

