ଜିଲା ପ୍ରଶାସନର ତତ୍ପରତା: ଲୋକଙ୍କ ସମସ୍ୟା ହେବ ଦୂର

ଥୁଆମୂଳ ରାମପୁର,୨୨।୫(ଦୁର୍ଗା କୀର୍ତ୍ତି):ଥୁଆମୁଳ ରାମପୁର ବ୍ଲକ ଓ କାଶିପୁର ବ୍ଲକ ସୀମାନ୍ତରେ ଥିବା ବଫଲା ମାଳି ଖଣି ଖନନ ପାଇଁ ସରକାରଙ୍କ ତରଫରୁ ଉତ୍କଳ ଆଲୁମିନା କମ୍ପାନୀକୁ ଅନୁମତି ମିଳିବା ପରେ କମ୍ପାନୀ ପକ୍ଷରୁ ୨୦୦୭ ମସିହାରେ ଯେଉଁ ସବୁ ଫେରି ଫେରି ଡେଭଲପମେଣ୍ଟ କରିବି ବୋଲି ପ୍ରତିଶ୍ରୁତି ଦେଇ ଘୋଷଣା କରାଯାଇଥିଲା। ଖଣିପ୍ରଭାବିତ ଅଞ୍ଚଳର ବିକାଶ କ୍ଷେତ୍ରରେ ଉନ୍ନତି ହେବ ବୋଲି ଜାଣିବା ପରେ ମାଳିଗାଁ, ଗୋପିନାଥପୁର, ଅଡ୍ରି ଗ୍ରାମପଞ୍ଚାୟତ ଅଧିନରେ ଥିବା ସମସ୍ତ ଅଧିବାସୀ ଅଞ୍ଚଳର ବିକାଶ କ୍ଷେତ୍ରରେ କମ୍ପାନୀ ଅଧିକ ପ୍ରାଧାନ୍ୟ ଦେବ ଏ ଆଶା ନେଇ ଚାହିଁବସିଥିଲେ। କିନ୍ତୁ ଆଜିକୁ ଦୀର୍ଘ ବର୍ଷ ବିତିଗଲା ହେଲେ ଆଖିଦୃଶିଆ କିଛି ଭଲ କାମ ହେଲା ନାହିଁ କିମ୍ବା ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ମଧ୍ୟ ମିଳିଲା ନାହିଁ। ଏହାକୁ ନେଇ ଖଣିପ୍ରଭାବିତ ଅଞ୍ଚଳର ଲୋକେ ପ୍ରତିବାଦ କଲେ ପୋଲିସ ଦ୍ବାରା କେତେକ ଯୁବକଙ୍କୁ ଜେଲ ମଧ୍ୟ ପଠାଇଛି। ବିଭିନ୍ନ ସମୟରେ ଲୋକଙ୍କୁ ନାନାପ୍ରକାରର ଅସୁବିଧା କରୁଥିବା ଯୋଗୁ ସ୍ଥାନୀୟ ବାସିନ୍ଦା ଜିଲା ପ୍ରଶାସନ ପାଖରେ ଗୁହାରି ଜଣାଇ ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସଭାଗୃହା ଠାରେ ଖଣିପ୍ରଭାବିତ ଅଞ୍ଚଳ ବାସିନ୍ଦା ଓ ଜିଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅତିରିକ୍ତ ଜିଲାପାଳ ବିଶ୍ୱଜିତ୍‌ ଦାସ, ଉପ ଜିଲାପାଳ ପ୍ରଭାତ କୁମାର ପରିଡ଼ା, ସିଡ଼ିଓ ଦୟାମୟ ପାଢ଼ୀ, ପିଏଆଇଟିଡିଏ ପ୍ରଦ୍ୟୁମ୍ନ କୁମାର ଦାସ, ଅତିରିକ୍ତ ତହସିଲଦାର, ତହସିଲଦାର ନିରୋଜ କୁମାର ଭତ୍ରା, ଏପିଡି ଆରଏଚ, କମ୍ପାନୀ ସିଏସାର ସୁଶାନ୍ତ ଧଳ, ସିଏସଆର ହେଡ ମୋନାଜ ଦାସ, ବିନୋଦ ପୁଝାରୀଙ୍କ ସମେତ ସାଂସଦ ପ୍ରତିନିଧି ପବିତ୍ର ନାଏକ, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଅଡ୍ରି ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ରାମ ଚନ୍ଦ୍ର ମାଝୀ, ସରପଞ୍ଚ ନନ୍ଦାଏ ମାଝୀ, ଗୋପିନାଥପୁର ସରପଞ୍ଚ ଧନସିଂ ମାଝୀ, ମାଲିଗାଁ ସମିତି ବଳ ଗୌଡ଼ଙ୍କ ସମେତ ଖଣି ପ୍ରଭାବିତ ଅଞ୍ଚଳର ପାଖାପାଖି ୧୦୦ରୁ ଉର୍ଦ୍ଧ ଲୋକ ଏହି ବୈଠକରେ ଯୋଗଦେଇ ଉତ୍କଳ ଆଲୁମିନା କମ୍ପାନୀ ବିରୋଧରେ ଅଭିଯୋଗ ଆଣିଥିଲେ। ସେମାନେ ଅଭିଯୋଗ କରି କହିଥିଲେ ଯେ, ଏହି କମ୍ପାନୀ ଆମ ଅଞ୍ଚଳକୁ ଅଣଦେଖା କରିଚାଲିଛି,
ନା ଚାକିରି, ନା ଭଲ ସ୍ବାସ୍ଥ୍ୟ ସେବା ନା ଶିକ୍ଷା ସହ ଫେରି ଫେରି ଡେଭଲପମେଣ୍ଟ କଳା l ଖାଲି ଲଲିପପ ଦେଖାଇ ଆମ ଅଞ୍ଚଳର ଖଣି ଲୁଟୁଛି । ଆଗାମୀ ଦିନରେ କମ୍ପାନୀ ଦେଇଥିବା ପ୍ରତିଶୃତି ସବୁ ଯଦି ପୂରଣ ନହେଲେ ଆମ ଅଞ୍ଚଳର ଖଣି ଖନନ ବନ୍ଧ କରନ୍ତୁ ବୋଲି ରୋକଠୋକ କହିଥିଲେ। ତେବେ ଦେଖିବାକୁ ବାକି ରହିଲା ଦୀର୍ଘ ବର୍ଷ ପରେ ଜିଲା ପ୍ରଶାସନର ତତ୍ପରତା ଏହି ଅଞ୍ଚଳବାସୀଙ୍କ ପାଇଁ କଣ ଶୁଭ ସଂକେତ ଆଣୁଛି l


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri