ମା’ମହିଷାଶୁଣୀଙ୍କ ନୀତିକାନ୍ତିରେ ବିଭ୍ରାଟ

ଖଣ୍ଡପଡ଼ା,୧୯ା୮(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଅଧୀନରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ପରିଚାଳନା ପାଇଁ ରାଜରାଜୁଡା ଅମଳରୁ ବହୁ ଜମି ରହିଛି ା ସେଥିରୁ ପ୍ରତିମାସରେ ବିଧି ବ୍ୟବସ୍ଥା କ୍ରମେ ଆର୍ଥିକ ବ୍ୟବସ୍ଥା ରହିଛି ା
ମାତ୍ର ଉକ୍ତ ଜମିରୁ ଉପତ୍ାଦିତ ହେଉଥିବା ଶସ୍ୟ କିମ୍ବା ଏ ବାବଦ ଅର୍ଥ ଠିକ ସମୟରେ ଦେବୋତ୍ତର ବିଭାଗକୁ ପ୍ରଦାନ କରାଯାଉ ନ ଥିବାରୁ ପୂଜା ନୀତିରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ା ତେବେ ଖଣ୍ଡପଡା ତହସିଲ ଅଧୀନ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଦରଦା ମହିଷାଶୁଣୀ ମନ୍ଦିର ପାଇଁ ପ୍ରାୟ ୪୦ ଏକରରୁ ଉର୍ଦ୍ଧ ଜମି ଖଞ୍ଜା ରହିଥିବା ବେଳେ ୫ଟି ପୋଖରୀ ମଧ୍ୟ ରହିଛି ା ରାଜରାଜୁଡା ଅମଳରୁ ପ୍ରତିଷ୍ଠିତ ଏହି ଶକ୍ତିପୀଠରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ ା ପ୍ରତିବର୍ଷ ପୋଖରୀଗୁଡିକୁ ନିଲାମ ନେଇ ମାଛ ଚାଷ କରୁଥିବା ବ୍ୟକ୍ତି ମାନେ ଖଣ୍ଡପଡା ଦେବୋତ୍ତର କାର୍ଯ୍ୟାଳୟରେ ଦେୟ ପୈଠ କରିବାର ନିୟମ ରହିଛି ା ମାତ୍ର ଜମି ଓ ପୋଖରୀକୁ ଦଖଲ କରିଥିବା ବ୍ୟକ୍ତିମାନେ ଠିକ୍‌ ରୁପେ ଦେୟ ପୈଠ କରୁ ନ ଥିବାରୁ ମନ୍ଦିର ପରିଚାଳନାରେ ଗୁରୁତର ସମସ୍ୟା ସୃଷ୍ଟି ହେବା ସହ ଠାକୁରାଣୀଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଇଛି ା ଏପରି କି ଖଣ୍ଡପଡ଼ା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ତଥା ତହସିଲଦାର ଲିପ୍ସା ରାୟ ବାରମ୍ବାର ଏ ସମ୍ପର୍କରେ ସେମାନଙ୍କୁ ତାଗିଦା କରିବା ସହ ଦଖଲକାରୀଙ୍କ ନିକଟକୁ ନୋଟିସ ପଠାଇଥିଲେ ହେଁ କୌଣସି ସୁଫଳ ମିଳୁ ନ ଥିବା ଜଣାପଡିଛି ା ତେବେ ମନ୍ଦିରର ସମ୍ପତ୍ତି ଦଖଲ କରିଥିବା ସ୍ଥାନୀୟ ଅଞ୍ଚଳର ଗଦାଧର ବଳିଆଙ୍କ ନାମରେ ୪୫ ହଜାର ୮ଶହ ୭୦ ଟଙ୍କା ରହିଥିବା ବେଳେ ଅନ୍ୟ ଜଣେ ବାସିନ୍ଦା ପ୍ରଫୁଲ୍ଲ ନାୟକ ଠାକୁରାଣୀଙ୍କ ଜାଗାକୁ ଦୀର୍ଘ ବର୍ଷ ଧରି ଜବରଦଖଲରେ ରଖିଛନ୍ତି ା ଉଭୟଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ରାୟ ଗତ ଜୁନ ୧୨ ତାରିଖରେ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା ମାତ୍ର ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନ ଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନେ ଠାକୁରାଣୀଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳା କରୁଛନ୍ତି ା ତେବେ ପୋଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏ ନେଇ ତହାସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଗତ ୧୬ ତାରିଖରେ ଏସ୍‌ପି ଓ ଏସ୍‌ଡିପିଓଙ୍କୁ ଲିଖିତ ଭାବେ ଜଣାଇଥିବା ଦୃଷ୍ଟି ଆକର୍ଷଣ କରିଥିବା ଦେବୋତ୍ତର ମ୍ୟାନେଜର ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri