ଶିକ୍ଷା କ୍ଷେତ୍ରରେ ଦୂରତା ଯେପରି ବାଧକ ନ ସାଜିବ: ୧୦ ଜଣ ଛାତ୍ରୀଙ୍କୁ…

ଥୁଆମୂଳ ରାମପୁର, ୩।୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଶାଖା ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମ ଅଧୀନରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ସୋମବାର ବ୍ୟାଙ୍କ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ୫ଟି ଭିନ୍ନ ଭିନ୍ନ ହାଇସ୍କୁଲର ୧୦ ଜଣ ଛାତ୍ରୀଙ୍କୁ ଏହି ସାଇକେଲ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକ ଉନ୍ନୟନ ଅଧିକାରୀ (BDO) ଧ୍ରୁବଚରଣ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ସାଇକେଲ ବଣ୍ଟନ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା କ୍ଷେତ୍ରରେ ଦୂରତା ଯେପରି ବାଧକ ନ ସାଜିବ, ସେଥିପାଇଁ ବ୍ୟାଙ୍କର ଏହି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିପିସି ପ୍ରତାପ ନାଏକ, ସ୍ଥାନୀୟ ଏସବିଆଇ ଶାଖା ପରିଚାଳକ ଜୟକୃଷ୍ଣ ମେହେର ଏବଂ କ୍ଷେତ୍ର ଅଧିକାରୀ ଶମ୍ଭୁନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବ୍ୟାଙ୍କ ଶାଖା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ଦିନରେ ମଧ୍ୟ ଅଞ୍ଚଳବାସୀଙ୍କ ସହିତ ସୁସମ୍ପର୍କ ରଖିବା ଏବଂ ସାମାଜିକ ବିକାଶ ପାଇଁ ଏଭଳି ଜନହିତକର କାର୍ଯ୍ୟ ଜାରି ରହିବ। ଏହି ଅବସରରେ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

ଭାଙ୍ଗିଗଲା ଆଶା: ଜମି ରେଜିଷ୍ଟେଶନ ପାଇଁ ଯାଇଥିଲେ ତହସିଲ ଅଫିସ, ଦୁର୍ଘଟଣାରେ ଗଲା ଜୀବନ

କେସିଙ୍ଗା,୩ା୨(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଉତ୍କେଲା ପଞ୍ଚାୟତ ମାଟିଆ ଗ୍ରାମର…

ତେଜିଲା ସମାନ କାମକୁ ସମାନ ଦରମା ଦାବି

ଛତ୍ରପୁର, ୩ା୨(ଦିଲୀପ ସାମଲ)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ସ୍ୱୀକୃତିପ୍ରାପ୍ତ ଭେଣ୍ଡର ଏବଂ କଣ୍ଟ୍ରାକ୍ଟରଙ୍କ ଅଧୀନରେ ଦୀର୍ଘଦିନ ଧରି କାମ କରୁଥିବା ଅପରେଟର, ଡ୍ରାଇଭର ଓ…

ଗୌରୀ ଶଙ୍କରଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ: ହେଲେ ବିଜେଡି କାର୍ଯ୍ୟକାରୀ ସଭାପତି

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା): ଜିଲା  ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ରାୟଗଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପି.ଗୌରୀ ଶଙ୍କର। ଏନେଇ ମଙ୍ଗଳବାର ପ୍ରେସ ରିଲିଜ  ପ୍ରକାଶ ପାଇଛି।…

ସେବା ସମବାୟ ସମିତିର ମିଲ ମାଲିକ ମାନଙ୍କ ସହିତ ମଧୁ ଚନ୍ଦ୍ରିକା: ଶୋଷଣର ଶିକାର ହେଉଛନ୍ତି…

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଭୀଷ୍ମଗିରି ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଙ୍ଗଠନ ଅଖିଳ ଭାରତ କୃଷକ ସଭା ସ୍ଥାନୀୟ…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ହାର୍ଡକୋର୍‌ ମାଓବାଦୀ ପ୍ରଭୁ

ରାଉରକେଲା,୩।୨(ସଂଗୀତା ଜେନା) ରାଜ୍ୟ ସରକାରଙ୍କ ନୂତନ ମାଓବାଦୀ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ମଙ୍ଗଳବାର ଅପରାହ୍ନରେ ରାଉରକେଲା ପୋଲିସ ନିକଟରେ ସମର୍ପଣ କରିଛନ୍ତି ଜଣେ ହାର୍ଡକୋର୍‌ ମାଓବାଦୀ…

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୩।୨(ବିଦ୍ୟାଧର ସାହୁ):ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ…

ସ୍କୁଲରେ ନବମ ଛାତ୍ରୀକୁ ଗଣବଳାତ୍କାର: ଭିଡିଓ ଭାଇରାଲ୍, ୫ ନାବାଳକ ଅଟକ

ବଲାଙ୍ଗୀର,୩।୨: ବଲାଙ୍ଗୀର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri