ଥଇଥାନ ନୀତିରେ ଅସନ୍ତୋଷ ବିସ୍ଥାପିତ

ଆର.ଉଦୟଗିରି,୧୮।୧୦(ମନୋଜ ପାଢୀ): ଗଜପତି ଜିଲା ଆର.ଉଦୟଗିର ବ୍ଳକ ଛେଳିଗଡରେ କାର୍ଯ୍ୟକାରୀ ହେଉଥିବା ବିଦ୍ୟୁତ ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇ ପାରିନାହିଁ। ୧୯୮୫ ରେ ଏହି ପ୍ରକଳ୍ପର ସର୍ଭେ ଆରମ୍ଭ ହୋଇଥିଲା। ଲୋକଙ୍କୁ ବୁଝାସୁଝା କରି ୨୦୦୮- ୦୯ରେ କିଛି ବିସ୍ଥାପିତଙ୍କୁ ସେମାନଙ୍କ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ହେଲେ ପ୍ରଶାସନର ଅବହେଳା ଯୋଗୁଁ ସବୁ ବିସ୍ଥାପିତଙ୍କୁ ସେମାନଙ୍କର କ୍ଷତି ପୂରଣ ଅର୍ଥ ମିଳିନଥିବା ବିସ୍ଥାପିତ ସଂଗ୍ରାମ ସମିତି ଅଭିଯୋଗ କରିଛି। ୨୦୦୫-୦୬ରେ ବିସ୍ଥାପିତଙ୍କୁ ୫ ଏକର ଜମି ଦେବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏବେ କିନ୍ତୁ ବିସ୍ଥାପିତଙ୍କୁ ୨ଏକର ଜମି ଓ ଏକର ପିଛା ୮୫ ହଜାର ଟଙ୍କା ହିସାବରେ ତିନି ଏକର ଜମିର ଅର୍ଥ ଦିଆଯାଇଛି। ଏହି ମୂଲ୍ୟ ବଜାର ଦର ଠାରୁ କମ୍‌ ଥିବା ଅଭିଯୋଗ ହେଉଛି। ତେଣୁ ତିନି ଏକର ଜମିର ଅର୍ଥ ପରିବର୍ତ୍ତେ ଜମି ଦିଆଯାଉ ନଚେତ ବଜାର ଦର ମୂଲ୍ୟରେ ଜମିର ଅର୍ଥ ଦେବାକୁ ବିସ୍ଥାପିତ ସଂଗ୍ରାମ ସମିତି ସଭାପତି ଚୈତନ୍ୟ ଦାବି କରିଛନ୍ତି। ସୁଗୁବା, ତିଳିଗାଁ, ବିଦ୍ୟାଧରପୁର, ଚଡିଆପଦା ଏବଂ କାକିଲି ୫ଖଣ୍ଡ ଗ୍ରାମର ୩୫୦ ରୁ ୪୦୦ ପରିବାରକୁ ବିଡି ଅଞ୍ଚଳ ବିସ୍ଥାପିତ ଭାବେ ଚିହ୍ନଟ କରାଯାଇଛି। କିନ୍ତୁ ବିସ୍ଥାପିତଙ୍କ ସଂଖ୍ୟା ୯୦୦ରୁ ଉର୍ଦ୍ଧ୍ୱ ହେବ ବୋଲି ସମିତି ପକ୍ଷରୁ କୁହାଯାଉଛି। ସୁଗୁବା ଗ୍ରାମର ୧୦୨ ବିସ୍ଥାପିତ ପରିବାରକୁ ଥଇଥାନ କରିବା ପାଇଁ ଗଞ୍ଜମ ଜିଲାର ଗଡ ସାମନ୍ତରାପୁରରେ ଦୁଇଟି କଲୋନୀ ନିର୍ମାଣ କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା କଲୋନୀରେ ୧୦୨ ପରିବାର ନଥିବା ବିସ୍ଥାପିତ ସଂଗ୍ରାମ ସମିତି କହିଛି। ସେହିପରି ଚଢିଆପଦା ବିସ୍ଥାପିତ ପରିବାର ପାଇଁ ତରଙ୍ଗ ପାହାଡରେ ଚାଲୁ ରହିଛି ନିର୍ମାଣ କାର୍ଯ୍ୟ। ହେଲେ ନିର୍ମାଣ କାମ କେବେ ଶେଷ ହେବ କାହା ପାଖରେ ଉତ୍ତର ନାହିଁ। ବିସ୍ଥାପିତ ସେମାନଙ୍କ ସମସ୍ୟା ନେଇ ବହୁବାର ପ୍ରକଳ୍ପ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେ ଏହାର ସମାଧାନ ଦିଗରେ ତପ୍ତରତା ପ୍ରକାଶ କରୁ ନଥିବା ସମତି ଅଭିଯୋଗ କରିଛି। ଆଲୋଚନା ପାଇଁ ଜିଲାପାଳ ସଂଗ୍ରାମ ସମିତିକୁ ବହୁବାର ଡକାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଉ ନଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ ସଂଗ୍ରାମ ସମିତି। ତେବେ ଗତ ମାସ ୧୦ ତାରିଖରେ ବ୍ଳକ ପକ୍ଷରୁ ବିଡି ଅଞ୍ଚଳର ଯୁବକଙ୍କ ପାଇଁ ମହେନ୍ଦ୍ରଗଡ ପଞ୍ଚାୟତରେ ଏକ ନିୟୁକ୍ତି ଶିବିର ହୋଇଥିଲା। କିନ୍ତୁ ଏହାର ବିରୋଧ କରିଥିଲେ ଗ୍ରାମବାସୀ। ସେଠାରେ ଲାଗିଥିବା ବିସ୍ଥାପିତଙ୍କ ନାମ ଫଳକ ଉଠାଇ ନେଇଥିଲା ବିସ୍ଥାପିତ ସଂଗ୍ରାମ ସମିତି। ବିସ୍ଥାପିତଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ଛେଳିଗଡ ପ୍ରକଳ୍ପ ନିର୍ବାହୀ ଅଧିକାରୀ ବିରେନ୍ଦ୍ର କୁମାର ଜଗତଙ୍କୁ ପଚାରିବାରୁ ସେ କହିଥିଲେ ସେମାନଙ୍କ ପାଇଁ ଦ୍ରୁତଗତିରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଆସନ୍ତା ମାର୍ଚ୍ଚ କିମ୍ବା ଜୁନ ମାସ ସୁଦ୍ଧା ସମସ୍ତ
ବିସ୍ଥାପିତଙ୍କ ସମସ୍ୟା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri