ପ୍ରଶାସନ ଉପରେ ସୂଚନା ଆୟୋଗଙ୍କ ଅସନ୍ତୋଷ

ପୁରୀ ଅଫିସ,୨୩।୫: ବିବାଦ ଘେରରେ ରହିଆସିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପୂର୍ବରୁ ମନ୍ଦିର ପ୍ରଶାସନ ନ ମାନିବା ସହ ରାଜ୍ୟ ସରକାର କୋର୍ଟରେ ସତ୍ୟପାଠ ଦାଖଲ ନ କରି ରନତ୍ଭଣ୍ଡାର ପ୍ରସଙ୍ଗରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ। ଫଳରେ ସାମାଜିକ କର୍ମୀ ଦିଲୀପ କୁମାର ବରାଳ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ବିଭିନ୍ନ ତଥ୍ୟ ପାଇବାକୁ ନେଇ ପୂର୍ବରୁ ରାଜ୍ୟ ସୂଚନା ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ ରତ୍ନଭଣ୍ଡାରର ବିଭିନ୍ନ ଦିଗ ସଂକ୍ରାନ୍ତରେ ୪ଟି ମାମଲା ରୁଜୁ କରିଥିଲେ। ଉକ୍ତ ୪ଟି ମାମଲାର ଶୁଣାଣି ରାଜ୍ୟ ସୂଚନା ଆୟୋଗଙ୍କ ପକ୍ଷରୁ ସୋମବାର ଦ୍ୱିତୀୟ ଶୁଣାଣି ହୋଇଛି। ଏହାଦ୍ୱାରା ରତ୍ନଭଣ୍ଡାର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ପୁଣିଥରେ ସାମ୍ନାକୁ ଆସିଛି। ଏପରିକି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ୪ଟି ମାମଲାର କୌଣସି ତଥ୍ୟ ଦେଇ ନ ଥିବାରୁ ସୂଚନା ଆୟୋଗ ଅସନ୍ତୋଷ ପ୍ରକାଶ କରିଥିଲେ। ଦ୍ୱିତୀୟ ଶୁଣାଣି ବେଳେ ଶ୍ରୀମନ୍ଦିର ଜନ ସୂଚନା ଅଧିକାରୀ ଅନୁପସ୍ଥିତ ରହିଥିଲେ। ତାଙ୍କ ବଦଳରେ ଜଣେ ବେସରକାରୀ ବ୍ୟକ୍ତି ନିଯୁକ୍ତି କରିଥିଲେ। ଯାହାକୁ ନେଇ ଆବେଦନକାରୀ ବରାଳ ବିରୋଧ କରିବା ସହ ଜନ ସୂଚନା ଅଧିକାରୀ ଉପସ୍ଥିତ ରହିବା ପାଇଁ ଦାବି କରିଥିଲେ। ଫଳରେ ଆସନ୍ତା ଜୁନ ୨୩ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
ଅନୁଯାୟୀ, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜଷ୍ଟିସ୍‌ଙ୍କୁ ଦେଇଥିବା କାଗଜପତ୍ର (ଚିଠି, ରିପୋର୍ଟ) ଆଦିର ନକଲ ସୂଚନା ଅଧିକାର ଆଇନ ବଳରେ ପ୍ରଦାନ କରିବା ପାଇଁ ସୂଚନା ଅଧିକାରୀ କର୍ମୀ ଦିଲୀପ ବରାଳ ଶ୍ରୀମନ୍ଦିର ପ୍ରଶାସନକୁ ତଥ୍ୟ ମାଗିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ପ୍ରଦାନ କରାଯାଇ ନ ଥିଲା। ଫଳରେ ବରାଳ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ତଥା ପ୍ରଥମ କର୍ତ୍ତୃପକ୍ଷଙ୍କ ନିକଟରେ ତଥ୍ୟ ପାଇବା ପାଇଁ ଆବେଦନ କରିଥିଲେ। ହେଲେ ଉନ୍ନୟନ ପ୍ରଶାସକ ଲିଖିତ ଭାବେ ଜଣାଇଥିଲେ ଯେ, ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସରକାର ସାର୍ବଜନୀନ କରିନାହାନ୍ତି। ତେଣୁ ଏ ନେଇ କୌଣସି ତଥ୍ୟ ପ୍ରଦାନ କରାଯିବ ନାହିଁ। ଫଳରେ ବରାଳ ରାଜ୍ୟ ସୂଚନା ଆୟୋଗଙ୍କ ନିକଟରେ ୪ଟି ଅଭିଯୋଗକ୍ରମେ ଦ୍ୱିତୀୟ ଅପିଲ କରିଥିଲେ। ଏ ସଂକ୍ରାନ୍ତରେ ରାଜ୍ୟ ସୂଚନା ଆୟୋଗ ପୃଥକ ୪ଟି ମାମଲା ଯଥା, ନଂ. ୪୨୪/୨୨, ୭୦୨/୨୨, ୭୨୯/୨୨ ଏବଂ ୭୩୦/୨୨ରେ ରୁଜୁ କରିଥିଲେ। ରୁଜୁ କରିଥିବା ନଂ.୪୨୪ ମାମଲାରେ ରତ୍ନଭଣ୍ଡାର ପ୍ରସଙ୍ଗରେ ପୂର୍ବରୁ ହୋଇଥିବା ରିପୋର୍ଟ ସାର୍ବଜନୀନ କରିବା ପାଇଁ କୁହାଯାଇଥିଲା। ନଂ. ୭୦୨/୨୨ ମାମଲାରେ ୨୦୧୮ ଏପ୍ରିଲ ୪ରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟି ବୈଠକର ବିବରଣୀର ସୂଚନା ବରାଳ ମାଗିଥିଲେ। ସେହିପରି ନଂ. ୭୨୯/୨୨ରେ ୧୯୮୨ ଡିସେମ୍ବର ୨୬ରେ ରତ୍ନଭଣ୍ଡାର ରେଜିଷ୍ଟରରେ ଉଲ୍ଲେଖ ହୋଇଥିବା ସମସ୍ତ ତଥ୍ୟ ପ୍ରଦାନ ପାଇଁ କହିଥିଲେ। ସେହିପରି ନଂ.୭୩୦/୨୨ରେ ୧୯୮୫ରେ ଜୁଲାଇ ୧୪ ରତ୍ନଭଣ୍ଡାର ରେଜିଷ୍ଟର ସମସ୍ତ ତଥ୍ୟ ଦେବାକୁ ନିବେଦନ କରିଥିଲେ। ତେବେ ଏହି ଅଭିଯୋଗର ପ୍ରଥମ ଶୁଣାଣି ଗତ ମାର୍ଚ୍ଚ ୧୭ରେ ହୋଇଯାଇଥିବା ବେଳେ ଦ୍ୱିତୀୟ ଶୁଣାଣି ସୋମବାର ସୂଚନା ଆୟୋଗଙ୍କ କାର୍ଯ୍ୟାଳୟରେ ହୋଇଥିଲା। ହେଲେ ଏହି ଶୁଣାଣି ସମୟରେ ଶ୍ରୀମନ୍ଦିର ଜନ ସୂଚନା ଅଧିକାରୀ ଅନୁପସ୍ଥିତ ରହି ଅନ୍ୟ ଜଣେ ମାମଲା ପରିଚାଳନା କରିଥିଲେ। ତେବେ ରଘୁବୀର ଦାସ ତଦନ୍ତ ରିପୋର୍ଟ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ରଘୁବୀର ଦାସ କମିଶନକୁ ଯେଉଁ କାଗଜପତ୍ର ଦେଇଥିଲା, ସେଗୁଡିକ ତାଙ୍କ ନିକଟରେ କିଛି ନଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଜରିଆରେ ସୂଚନା ଦିଆଯାଇଛି। ସେହିପରି ୭୦୨ ମାମଲାରେ କମିଶନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଜରିମାନା କାହିଁକି କରାଯିବନି ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ମଧ୍ୟ ଦ୍ୱିତୀୟ ଶୁଣାଣିରେ ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ରଖାଯାଇ ନ ଥିଲା। ନଂ.୭୨୯ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି, ୧୯୮୨ ଡିସେମ୍ବର ୨୬ ରତ୍ନଭଣ୍ଡାର ରେଜିଷ୍ଟରରେ କ’ଣ ଉଲ୍ଲେଖ କରାଯାଇଥିଲା, ତାହାର ସୂଚନା ଶ୍ରୀମନ୍ଦିର ପ୍ରଶାସନ ପାଖରେ କିଛି ନାହିଁ। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ୭୩୦ ମାମଲାରେ ମଧ୍ୟ ତତ୍କାଳୀନ ରେଜିଷ୍ଟ୍ରର ତଥ୍ୟ ଦିଆଯାଇ ନ ଥିଲା। କୌଣସି ମାମଲାର ତଥ୍ୟ ନ ଦେବା ସହ ଶୁଣାଣି ସମୟରେ ଶ୍ରୀମନ୍ଦିର ଜନ ସୂଚନା ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ରାଜ୍ୟ ସୂଚନା ଆୟୋଗ ଏସ୍‌.କେ. ସ୍ବାଇଁ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଜୁନ ୨୩ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ଶ୍ରୀମନ୍ଦିର ଜନ ସୂଚନା ଅଧିକାରୀଙ୍କୁ ନିଜେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଶ୍ରୀମନ୍ଦିର ସୂଚନା ଅଧିକାରୀ ଆଲୋକ ନାଗ କହିଛନ୍ତି, ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ହୋଇଥିବା ମାମଲାର ସୂଚନା ଆୟୋଗ ଶୁଣାଣି କରି କିଛି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାତ୍ର ଅନୁପସ୍ଥିତ ରହିବାର କାରଣ ପଚାରିବାବେଳେ କିଛି ନ କହି ସେ ଫୋନ କାଟି ଦେଇଥିଲେ। ଏପରିକି ପରେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri