ନିଛାଟିଆ ସ୍ଥାନରେ ଯାତ୍ରୀ ବିଶ୍ରାମlଗାର ନିର୍ମାଣ, ସାନ ବଜାର ବଣିକ ସଙ୍ଘର ଅସନ୍ତୋଷ

ଗଞ୍ଜାମ,୨୬।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସାନ ବଜାର ଠାରେ ଯାତ୍ରୀ ବାହି ଅଟୋ ସଂଘ ଓ ମା ନାରାୟଣୀ ବଣିକ ସଙ୍ଘ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ବହୁ ଦିନରୁ ହୋଇ ଆସୁଥିଲା । ବିଭିନ୍ନ ସଂଗଠନର ଦାବି ପରେ ଏନଏସି ପ୍ରଶାସନ ପକ୍ଷରୁ ପୂର୍ବରୁ ଥିବା ମାଛ ମାର୍କେଟ ତଥା କଲେଜ ରୋଡ଼ ପାର୍ଶ୍ଵରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଯେଉଁ ସ୍ଥାନରେ ଏହା ତିଆରି କରାଯାଉଛି ତାହା ନିଛାଟିଆ ସ୍ଥାନ, ତେଣୁ ଅସନ୍ତୋଷ ଦେଖାଯାଇଛି ।

ସେହି ସ୍ଥାନରେ ଝିଅ ବୋହୂ, ମହିଳା ଯାତ୍ରୀ କିଭଳି ସୁରକ୍ଷିତ ଭାବେ ବସ ଗାଡିକୁ ଅପେକ୍ଷା କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ସେଠାରେ ୱାନ ୱେ ରୋଡ଼ ଏବଂ ଡିଭାଇଡର ରହିଛି । ଯଦିଓ ଭୁବନେଶ୍ୱର ପଟେ ଯିବାକୁ ଅପେକ୍ଷା ରତ ଯାତ୍ରୀ ସୁବିଧାରେ ଗାଡି ଚଢି ପାରିବେ କିନ୍ତୁ ବ୍ରହ୍ମପୁର ଯିବାକୁ ଥିବା ଯାତ୍ରୀ ଡିଭାଇଡର ଡେଇଁ ଆରପଟ ରାସ୍ତାକି କିଭଳି ଯିବେ ତାହା ପ୍ରଶ୍ନ ଉଠାଇଛି ବଣିକ ସଙ୍ଘ  । ଛୋଟ ଛୁଆକୁ ଧରି ଜଣେ ଯୁବତୀ କିମ୍ଵା ମହିଳା ଓ ବୃଦ୍ଧା କିଭଳି ଗାଡି ବସରେ ସୁରକ୍ଷିତ ଭାବେ ଯାତ୍ରା କରିବେ ବୋଲି ବଣିକ ସଙ୍ଘ ସମ୍ପାଦକ ପ୍ରଭାତ କୁମାର ସାହୁ ଯୁକ୍ତି ବlଢିଛନ୍ତି ।

ମହିଳା ଯାତ୍ରୀଙ୍କ ପାଇଁ ପ୍ରଶାସନ ସେଠି ସିକ୍ୟୁରିଟି ବ୍ୟବସ୍ଥା କରିବକି ବୋଲି ପ୍ରଶ୍ନ କରିଛନ୍ତି । ସେଠି ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହେଲେ ବରଂ ମଦ୍ୟପାନକାରୀ ଓ ଅସାମାଜିକଙ୍କ ଅଡ୍ଡାସ୍ଥଳି ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ସାନ ବଜାର ଜନ ଗହଳି ପୂର୍ଣ୍ଣ ସ୍ଥାନରେ ବିଶ୍ରାମାଗାର ନିର୍ମାଣ କରିବାକୁ ବିଭିନ୍ନ ସଙ୍ଘ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଏନଏସି ଇଓ ଏବଂ କନିଷ୍ଟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ ।

 

Dharitri – Odisha’s No.1 Odia Daily