ଶ୍ରୀମନ୍ଦିରରେ ନୀତି ବିଭ୍ରାଟ: ଜିଲାପାଳଙ୍କ ନିର୍ଦ୍ଦେଶରେ ନୀଳଚକ୍ରରେ ଳାଗିଲା ପତିତପାବନ ବାନା

ପୁରୀ,୧୨।୭: ମହାପ୍ରଭଙ୍କ ଗୁଣ୍ଡିଚାଯାତ୍ରା ଭିତରେ ଗୋଟିଏ ପରେ ଗୋଟିଏ ନିତି ବିଭ୍ରାଟ ଘଟଣା ପଦାରେ ପଡିଛି । ଯାହାକୁ ନେଇ ରାଜ୍ୟ ରାଜନୀତି କିଛିଦିନ ଧରି ସରଗରମ ରହିଛି। ତେବେ ପ୍ରତିଦିନ ସଂଧ୍ୟାରେ ନୀଳଚକ୍ରରେ ପତିତପାବନ ବାନା ଲାଗିଥାଏ । କିନ୍ତୁ ଆଜି ଦଇତା-ଚୁନରା ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ଶ୍ରୀମନ୍ଦିରରେ ଲାଗିପାରି ନ ଥିଲା ପତିତପାବନ ବାନା । ଯାହାକୁ ନେଇ ଏବେ ଭକ୍ତଙ୍କ ମହଲରେ ଦେଖାଦେଇଥିଲା ଅସନ୍ତୋଷ । ଶେଷରେ ଜିଲାପାଳଙ୍କ ନିର୍ଦ୍ଦେଶରେ ନୀଳଚକ୍ରରେ ଲାଗିହେଲା ପତିତପାବନ ବାନା ।

ସୂଚନା ଅନୁସାରେ, ଦଇତାପତି ସେବକ ଏବଂ ଚୁନରା ସେବକଙ୍କ ମଧ୍ୟରେ ବିବାଦ କାରଣରୁ ନୀଳଚକ୍ରରେ ପ୍ରତିଦିନ ସଂଧ୍ୟାରେ ବନ୍ଧାଯାଉଥିବା ବାନା ଆଜି ବନ୍ଧାଯାଇପାରିନାହିଁ । ତେବେ ଏହି ଘଟଣାକୁ ଗୁରୁତର ସହ ନେଇ ନୀଳଚକ୍ରରେ ବାନା ଲଗାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେବାୟତଙ୍କ ମଧ୍ୟରେ ବିବାଦ ତୁଟିନଥିବା ବେଳେ ଜିଲାପାଳଙ୍କ ନିର୍ଦ୍ଦେଶରେ ଉଡ଼ୁଥିବା ହଳଦିଆ ବାନା ସ୍ଥାନରେ ଲାଲ ବାନା ବନ୍ଧାଯାଇଛି ।

ନିକଟରେ ପହଣ୍ଡି ବେଳେ ବଳଭଦ୍ରଙ୍କ ବିଗ୍ରହ ରଥରୁ ଖସି ତଳକୁ ମୁହଁ ମାଡ଼ି ପଡ଼ିଯିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଠିକ ଏତିକି ବେଳେ ଦଇତା-ଚୂଲରାଙ୍କ ଦିବାଦ ପାଇଁ ଶ୍ରୀମନ୍ଦିର ନୀଳଚକ୍ରର ପତିତପାବନ ବାନା ବଦଳି ନପାରିବା ଘଟଣା ଭକ୍ତଙ୍କ ମନକୁ ଆହୁରି କଷ୍ଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ନେପାଳ ବନ୍ୟା; ବାଲେନ ଶାହଙ୍କ ସହ କଥା ହେଲେ ମୋଦି, ସହାୟତା….

ନୂଆଦିଲ୍ଲୀ,୨୬।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି । ବନ୍ୟା ଯୋଗୁଁ ହୋଇଥିବା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ଚନ୍ଦ୍ରଗ୍ରହଣରେ ସମ୍ଭାଳିକି ରୁହନ୍ତୁ ଏହି ଗୋଟିଏ ରାଶି , ବଢ଼ିବ ମାନସିକ ଚାପ, ମାସେ ଯାଏ ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି!

ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ବି କୌଣସି ବଡ଼ ଖଗୋଳୀୟ ଘଟଣା ଘଟେ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଦେଶ-ଦୁନିଆ ଏବଂ ରାଶିଗୁଡ଼ିକ ଉପରେ ପଡ଼ିଥାଏ। କିନ୍ତୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri