ଆଲୋଚନା ପରେ ସମାଧାନ ହେଲା ବିବାଦ

ଭୁବନେଶ୍ୱର,୨୯।୯: ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା କୁକୁଡ଼ା ଇନ୍‌ଟିଗ୍ରେସନ କମ୍ପାନୀ ଏବଂ ଓଡ଼ିଶା କୁକୁଡ଼ାଚାଷୀ ସଂଘର ବିବାଦ ଏବଂ ବିରୋଧ ଘଟଣାର ସମାଧାନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର କଟକର ଏକ ତାରକା ହୋଟେଲରେ ଉଭୟ ପକ୍ଷଙ୍କ ମଧ୍ୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ଇନ୍‌ଟିଗ୍ରେସନ କମ୍ପାନୀ ଏବଂ କୁକୁଡ଼ା ଚାଷୀ ସଂଘର ବରିଷ୍ଠ କର୍ମକର୍ତ୍ତା ଓ ଅନ୍ୟ ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କୁକୁଡ଼ାଚାଷ ବ୍ୟବସାୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ମିଳିତ ଭାବେ ଉକ୍ତ ବିବାଦର ସମାଧାନ ହୋଇଛି ବୋଲି ସୂଚନା ଦିଆଯାଇଥିଲା।

ଓଡ଼ିଶାର କୁକୁଡ଼ା ଚାଷୀ ସଂଘର ବିଭିନ୍ନ ଦାବିକୁ ଇନ୍‌ଟିଗ୍ରେସନ କମ୍ପାନୀଗୁଡ଼ିକ ସମର୍ଥନ ଜଣାଇବା ସହ ଭବିଷ୍ୟତରେ ଏଭଳି ସମସ୍ୟା ଆଉ ନ ହେଉ ବୋଲି ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷକରି ଓଡ଼ିଶାରେ କୁକୁଡ଼ାଚାଷର ଦ୍ରୁତ ଉନ୍ନତି ପାଇଁ ଆବଶ୍ୟକ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଓଡ଼ିଶା କୁକୁଡ଼ାଚାଷୀ ସଂଘର ସଂଯୋଜକ ନୀଳାଚଳ ପରିଡ଼ା, ସଭାପତି ଜ୍ୟୋତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଚାଲିଥିବା ବିରୋଧ ଓ ବିବାଦକୁ ପ୍ରତ୍ୟାହାର କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ପୁନର୍ବାର କୁକୁଡ଼ା ଚାଷକୁ ପ୍ରୋତ୍ସାହନ ଦେବା ସହ ଇନ୍‌ଟିଗ୍ରେସନ କମ୍ପାନୀଗୁଡ଼ିକୁ ସମର୍ଥନ କରିବା ପାଇଁ ସବୁବର୍ଗଙ୍କୁ ଅନୁରୋଧ କରାଯାଇଥିଲା ବୋଲି ଉଭୟେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ କଟନ ଫାବ୍‌

ଭୁବନେଶ୍ୱର,୭।୮: ୧୩ ତମ କଟନ ଫାବ୍‌ ମେଳାର ଚାହିଦା ଓ ଲୋକଙ୍କ ଉତ୍ସାହକୁ ନଜରରେ ରଖି ଆୟୋଜକଙ୍କ ପକ୍ଷରୁ ପ୍ରଦର୍ଶନୀର ସମୟସୀମାକୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ...

ଫେସ୍‌ବୁକ୍‌, ଗୁଗଲରେ ବିଜ୍ଞାପନ;ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି ୫୩ କୋଟି

ନୂଆଦିଲ୍ଲୀ,୨୦-୫: ଦେଶର ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବୃୟାରୀରୁ ଅଦ୍ୟାବଧି ଫେସ୍‌ବୁକ୍‌ ଓ ଗୁଗଲ ଆଦି ସୋସିଆଲ ମିଡିଆରେ ନିଜର ପ୍ରଚାର ପାଇଁ ୫୩ କୋଟିରୁ...

‘ସ୍ଥାୟୀ ଜୀବିକା ସହ ଗୋପାଳନ ଉଦ୍ୟୋଗ ସୃଷ୍ଟି ମୂଳ ଲକ୍ଷ୍ୟ’

ଭୁବନେଶ୍ୱର,୧୯।୧୨: ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଚଳିତ ମାସ ୨୧ ଓ ୨୨ ତାରିଖ ଓଡ଼ିଶାର ବଲାଙ୍ଗୀରଠାରେ ହେବାକୁ...

ଟେଲିକମ୍‌ କମ୍ପାନୀ ପଇଠ କରିବେ ୯୨ ହଜାର କୋଟି

ନୂଆଦିଲ୍ଲୀ,୨୫-୧୦: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡିକ ସରକାରଙ୍କୁ ଆଡଜଷ୍ଟେଡ ଗ୍ରସ ରେଭେନ୍ୟୁ ବାବଦକୁ ୯୨ ହଜାର କୋଟି ଟଙ୍କା ପୈଠ କରିବେ। ସୁପ୍ରିମକୋର୍ଟରେ ଏ ନେଇ...

ୟୁଏସ୍‌ ଶେୟାର ବଜାରରେ ବାଇଡେନ୍‌ ଲହରି

ନୂଆଦିଲ୍ଲୀ: ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରଠାରୁ ଶପଥ ଗ୍ରହଣ କରିବା ପୂର୍ବ ସମୟ ଯାଏ ଆମେରିକା ଶେୟାର ବଜାର ରେକର୍ଡ...

ସରିଲା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌: ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶେଷ ହୋଇଛି ମେକ ଇନ୍‌ ଓଡ଼ିଶା କନ୍‌କ୍ଲେଭ। ରବିବାର ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।...

ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ନମ୍ବର

ନୂଆଦିଲ୍ଲୀ,୨୯।୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ନମ୍ବର ଟେଲି ସେବା ପ୍ରଦାନକାରୀ ସଂସ୍ଥା ଭାବେ ଉଭା ହୋଇଛି। ଏପରି କି...

ଜିଏସ୍‌ଟି ରିଫଣ୍ଡ ଲାଗି ସିବିଆଇସିର ପଦକ୍ଷେପ

ମୁମ୍ବାଇ: କ୍ଲିୟର ହୋଇ ପାରି ନ ଥିବା ଜିଏସ୍‌ଟି ରିଫଣ୍ଡକୁ ତ୍ୱରିତ ଭାବେ ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ...

Advertisement
Archives

Model This Week