ସରକାରୀ ଜମି ଜବରଦଖଲ, ନ୍ୟାୟ ନ ମିଳିଲେ ଗ୍ରାମବାସୀ…

ମହାକାଳପଡ଼ା, ୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସି ପଞ୍ଚାୟତ ହରିଆବାଙ୍କ ଗ୍ରାମର ସରକାରୀ ଜମି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଥିଲା। ଏହି ଜମିରେ ହୋଇଥିବା ଜବରଦଖଲକୁ ନେଇ ତହସିଲ ପ୍ରଶାସନର ଉଦାସୀନତାକୁ ନେଇ ଗ୍ରାମବାସୀଙ୍କ ଖବରଦାତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମର ୩ ୱାର୍ଡର ୫ ଶହ ପରିବାରର ୨ ହଜାର ଜନସଂଖ୍ୟା ବସବାସ କରୁଥିବା ଦୃଷ୍ଟିରୁ ପିଲାମାନଙ୍କ ପାଇଁ ଖେଳ ପଡିଆ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏହି ଗ୍ରାମର କେତେଜଣ ଲୋକ ସରକାରୀ ଜମିକୁ ଦୀର୍ଘବର୍ଷ ଧରି ଜବରଦଖଲ କରିଛନ୍ତି। ଗ୍ରାମର ପଶୁପତି ଜାନା ଉଚ୍ଚ ନ୍ୟାୟଳୟରେ ରିଟ ପିଟିଶନ ଦାଖଲ କରିଥିଲେ। ଡବ୍ଲ୍ୟୁପିସି ନମ୍ବର ୫୪୧୭/୨୫ ବନାମ ରାଜ୍ୟ ସରକାର ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପରେ ଏହି ଗ୍ରାମର ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟରୁ ମହାକାଳପଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ପରେ ଚଳିତବର୍ଷ ଏପ୍ରିଲ ୭ ରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଖାତା ନମ୍ବର ୭୦ ପ୍ଲଟ ନମ୍ବର ୩୦୩ ରେ ୨ ଏକର ୧୨ ଡିସିମିଲି କିସମ ରାସ୍ତା, ସେହିପାରି ଖାତା ନମ୍ବର ୭୧ ପ୍ଲଟ ନମ୍ବର ୨୫୨ ଏରିଆ ୫୨ ଡିସିମିଲି ଗୋଚର ଓ ପ୍ଲଟ ନମ୍ବର ୫୬ ରେ ୩ ଏକର ୫୦ ଡିସିମିଲ ଗୋଚର ଜମି ରହିଛି। ଏହି ଜମିରେ ଗ୍ରାମର ପିଲାମାନଙ୍କ ପାଇଁ ଖେଳପଡିଆ ପାଇଁ ଦାବି କରିଛନ୍ତି। ନ୍ୟାୟ ନ ମିଳିଲେ ଆମେ ଗ୍ରାମବାସୀ ପୁଣି ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇ ଆଇନଗତ ପଦକ୍ଷେପ ନେବାକୁ ଗ୍ରାମର ପଶୁପତି ଜାନା, ଦୀନବନ୍ଧୁ ମୁର୍ମୁ, ଗୋବିନ୍ଦ ଜାନା, ସନ୍ତୋଷ କୁମାର ଜାନା, ସୁବାସ ମାଇତି, ଜୀବନ ଶାବଳ, ଲକ୍ଷ୍ମୀ ମଣ୍ଡଳ, ମାନ୍ନା ପାଲ, ଯମୁନା ଜାନା, ଲକ୍ଷ୍ମୀ ପାତ୍ର, ରେଣୁବାଳା ଜାନା, ଅଞ୍ଜଳି ଜାନା,ମାନି ମଣ୍ଡଳଙ୍କ ସମେତ ଗ୍ରାମବାସୀ ଖବରଦାତା ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅପର ପକ୍ଷରେ ଏହି ସରକାରୀ ଜମିକୁ ଉଚ୍ଛେଦ ପାଇଁ ଜିଲାପାଳ, ଉପଜିଲାପାଳ, ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଏମାନଙ୍କ କହିବା କଥା ସରକାରୀ ଜମିକୁ ରାଜ୍ୟ ସରକାର ଗ୍ରାମର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଥା ଖେଳ ପଡିଆ ଓ ସାଂସ୍କୃତିକ ଅନୁଷ୍ଠାନରେ ଉପଯୋଗ ହୋଇପାରିବ ବୋଲ ସମ୍ମିଳନୀରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri