ସରକାରୀ ଜମି ଜବରଦଖଲ, ନ୍ୟାୟ ନ ମିଳିଲେ ଗ୍ରାମବାସୀ…

ମହାକାଳପଡ଼ା, ୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସି ପଞ୍ଚାୟତ ହରିଆବାଙ୍କ ଗ୍ରାମର ସରକାରୀ ଜମି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଥିଲା। ଏହି ଜମିରେ ହୋଇଥିବା ଜବରଦଖଲକୁ ନେଇ ତହସିଲ ପ୍ରଶାସନର ଉଦାସୀନତାକୁ ନେଇ ଗ୍ରାମବାସୀଙ୍କ ଖବରଦାତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମର ୩ ୱାର୍ଡର ୫ ଶହ ପରିବାରର ୨ ହଜାର ଜନସଂଖ୍ୟା ବସବାସ କରୁଥିବା ଦୃଷ୍ଟିରୁ ପିଲାମାନଙ୍କ ପାଇଁ ଖେଳ ପଡିଆ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏହି ଗ୍ରାମର କେତେଜଣ ଲୋକ ସରକାରୀ ଜମିକୁ ଦୀର୍ଘବର୍ଷ ଧରି ଜବରଦଖଲ କରିଛନ୍ତି। ଗ୍ରାମର ପଶୁପତି ଜାନା ଉଚ୍ଚ ନ୍ୟାୟଳୟରେ ରିଟ ପିଟିଶନ ଦାଖଲ କରିଥିଲେ। ଡବ୍ଲ୍ୟୁପିସି ନମ୍ବର ୫୪୧୭/୨୫ ବନାମ ରାଜ୍ୟ ସରକାର ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପରେ ଏହି ଗ୍ରାମର ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟରୁ ମହାକାଳପଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ପରେ ଚଳିତବର୍ଷ ଏପ୍ରିଲ ୭ ରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଖାତା ନମ୍ବର ୭୦ ପ୍ଲଟ ନମ୍ବର ୩୦୩ ରେ ୨ ଏକର ୧୨ ଡିସିମିଲି କିସମ ରାସ୍ତା, ସେହିପାରି ଖାତା ନମ୍ବର ୭୧ ପ୍ଲଟ ନମ୍ବର ୨୫୨ ଏରିଆ ୫୨ ଡିସିମିଲି ଗୋଚର ଓ ପ୍ଲଟ ନମ୍ବର ୫୬ ରେ ୩ ଏକର ୫୦ ଡିସିମିଲ ଗୋଚର ଜମି ରହିଛି। ଏହି ଜମିରେ ଗ୍ରାମର ପିଲାମାନଙ୍କ ପାଇଁ ଖେଳପଡିଆ ପାଇଁ ଦାବି କରିଛନ୍ତି। ନ୍ୟାୟ ନ ମିଳିଲେ ଆମେ ଗ୍ରାମବାସୀ ପୁଣି ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇ ଆଇନଗତ ପଦକ୍ଷେପ ନେବାକୁ ଗ୍ରାମର ପଶୁପତି ଜାନା, ଦୀନବନ୍ଧୁ ମୁର୍ମୁ, ଗୋବିନ୍ଦ ଜାନା, ସନ୍ତୋଷ କୁମାର ଜାନା, ସୁବାସ ମାଇତି, ଜୀବନ ଶାବଳ, ଲକ୍ଷ୍ମୀ ମଣ୍ଡଳ, ମାନ୍ନା ପାଲ, ଯମୁନା ଜାନା, ଲକ୍ଷ୍ମୀ ପାତ୍ର, ରେଣୁବାଳା ଜାନା, ଅଞ୍ଜଳି ଜାନା,ମାନି ମଣ୍ଡଳଙ୍କ ସମେତ ଗ୍ରାମବାସୀ ଖବରଦାତା ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅପର ପକ୍ଷରେ ଏହି ସରକାରୀ ଜମିକୁ ଉଚ୍ଛେଦ ପାଇଁ ଜିଲାପାଳ, ଉପଜିଲାପାଳ, ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଏମାନଙ୍କ କହିବା କଥା ସରକାରୀ ଜମିକୁ ରାଜ୍ୟ ସରକାର ଗ୍ରାମର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଥା ଖେଳ ପଡିଆ ଓ ସାଂସ୍କୃତିକ ଅନୁଷ୍ଠାନରେ ଉପଯୋଗ ହୋଇପାରିବ ବୋଲ ସମ୍ମିଳନୀରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri