ଦ୍ୱିତୀୟ ଦିନରେ ଉଚ୍ଛେଦ କାର୍ଯ୍ୟ

ଭଦ୍ରକ ଅଫିସ,୨୨ା୫: ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ପୁରୁଣାବଜ଼ାର ରାସ୍ତା ନିର୍ମାଣ ପାଇଁ ରବିବାରଠାରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ସୋମବାର ଦ୍ୱିତୀୟ ଦିନରେ ଚାଲିଛି l ପ୍ରଥମ ଦିନରେ ମୋଚି ଛକଠାରୁ ସନ୍ଥିଆ ପୋଲ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଥିଲା। ଦ୍ୱିତୀୟ ଦିନରେ ସନ୍ଥିଆ ପୋଲ ନିକଟରୁ ଉଚ୍ଛେଦ ଚାଲିଛି। ଉକ୍ତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହେବା ସହିତ ଜବରଦଖଲ କାରଣରୁ ସଂକୀର୍ଣ୍ଣ ଥିଲା। ଯାତାୟାତରେ ଅସୁବିଧା ସହ ବହୁ ସମୟରେ ଦୁର୍ଘଟଣା ଘଟୁଥିଲା। ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁରୀ ହୋଇଥିଲେ ମଧ୍ୟ ୩୦ ଫୁଟ ଓସାର ରାସ୍ତା ନିର୍ମାଣ ପାଇଁ ଜବରଦଖଲ ବାଧକ ସାଜିଥିଲା l ସିଟି ଡିଏସ୍‌ପି ଅଂଶୁମାନ ଦ୍ବିବେଦୀ, ଟାଉନ ଥାନା ଅଧିକାରୀ ଉମାଶଙ୍କର ନାୟକ, ପୁରୁଣା ବଜାର ଥାନାଧିକାରୀ କରୁଣାକର ରାଉତଙ୍କ ନେତୃତ୍ୱରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri