ବିନା ଡିପିଆର୍‌ରେ କାର୍ଯ୍ୟକୁ ନାପସନ୍ଦ

ପୁରୀ ଅଫିସ,୨୨।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗିରହିଥିବାବେଳେ ଗୁରୁବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସଂସଦୀୟ କମିଟି ପୁରୀ ଆସି ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛି। କେତେକ କ୍ଷେତ୍ରରେ କାର୍ଯ୍ୟକୁ ନେଇ ଏହି କମିଟି ଅସନ୍ତୋଷ ପ୍ରକାଶ କରିଛି। ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଅନୁମୋଦନ ନେଇ ସମୀକ୍ଷା କରାଯିବ। ଯଦି ଡିପିଆର୍‌ ବିନା କାର୍ଯ୍ୟ ହେଉଥାଏ ତେବେ ତାହା ଭୁଲ୍‌ ବୋଲି କମିଟିର ସଦସ୍ୟ କହିଛନ୍ତି।
ଏମ୍‌ପି ଟି.ଜି. ଭେଙ୍କଟେଶଙ୍କ ନେତୃତ୍ୱରେ ଆସିଥିବା ଏହି କମିଟିର ୨୨ଜଣିଆ ସଦସ୍ୟ ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଦର୍ଶନ ବ୍ୟବସ୍ଥା, ସୁରକ୍ଷା ଏବଂ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ମେଘନାଦ ପାଚେରିଠାରୁ ୫୫ମିଟର ଦୂରରେ ଏକ ପ୍ରାଚୀର ନିର୍ମାଣ କରାଯିବ। ସେମାନେ ଉକ୍ତ ପ୍ରାଚୀର ପାଇଁ ନମୁନାର ଫଟୋ ଉଠାଇବା ସହ ପ୍ରକଳ୍ପ ସ୍ଥଳ ବୁଲି ଦେଖିଥିଲେ। ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ। ଦକ୍ଷିଣ-ପୂର୍ବ ଦିଗରେ ଏମାର ମଠ ପଛ ପାର୍ଶ୍ୱରେ ହେଉଥିବା ଖନନର ଫଟୋ ଉତ୍ତୋଳନ କରିବା ସହ ଇମୋଟର ସହାୟତାରେ ପ୍ରକଳ୍ପସ୍ଥଳ ବୁଲିଥିଲେ। ଏହି କମିଟିର ସଦସ୍ୟ ତଥା ମହାରାଷ୍ଟ୍ର ଏମ୍‌ପି ଶମ୍ଭାଜୀ ରାଓ ଛତ୍ରପତି କେତେକ ନିର୍ମାଣ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ଭିତରେ ପଥର କାନ୍ଥରେ ନାଲି ରଙ୍ଗ ଲଗାଯାଇଛି। ସ୍ମାରକୀ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଯେତେ ଅଧିକ ସଂରକ୍ଷଣ ହୋଇପାରିବ ସେତେ ଭଲ। ରାଜ୍ୟ ସରକାର ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମିଳିତ ଭାବେ ସଂରକ୍ଷଣ ଉପରେ ଧ୍ୟାନ ଦେବା ଦରକାର। ସେହିଭଳି ଡିପିଆର୍‌ ଅନୁମୋଦନ ବିନା କାର୍ଯ୍ୟ ହେଉଥିଲେ ତାହା ଭୁଲ। ଡିପିଆର୍‌ ଅନୁମୋଦନ ସମ୍ପର୍କରେ ଏଏସ୍‌ଆଇ ଡିଜିଙ୍କ ସହ ଆଲୋଚନା କରାଯିବ। ଏଏସ୍‌ଆଇକୁ ବିଶ୍ୱାସକୁ ନେଇ କାର୍ଯ୍ୟ ହେବା ଉଚିତ। ଏଏସ୍‌ଆଇ ସ୍ମାରକ ସଂରକ୍ଷଣ କ୍ଷେତ୍ରରେ ନିପୁଣ। ସେହି ନିପୁଣତାକୁ ବ୍ୟବହାର କରାଯିବା ଦରକାର। ସଂରକ୍ଷଣ କାର୍ଯ୍ୟ ସିଧାସଳଖ ଭାବେ ଏଏସ୍‌ଆଇ ଦ୍ୱାରା ପରିଚାଳିତ ହେବା ଉଚିତ୍‌ ବୋଲି ସେ କହିଛନ୍ତି। ଏହି କମିଟିରେ ଏଏସ୍‌ଆଇ ଏଡିଜି ଆଲୋକ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ଥିଲେ। ଆମ୍‌ସାର୍‌ ଆକ୍ଚ-୧୯୫୮ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଏଡିଜି ତ୍ରିପାଠୀ କହିଛନ୍ତି। ତେବେ ବର୍ତ୍ତମାନ ପରିକ୍ରମା ପ୍ରକଳ୍ପ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏ ସମ୍ପର୍କରେ ଅଧିକ କିଛି କହିବାକୁ ସେ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ଆମ୍‌ସାର୍‌ ଆକ୍ଚ-୧୯୫୮ର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା କିଛିଦିନ ତଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଲୋକ ସଭାରେ କହିଥିଲେ। ସଂସଦ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଥିଲେ। ଏବେ ସଂସଦୀୟ କମିଟି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ପରେ ବିବାଦ ନୂଆ ମୋଡ଼ ନେଇଛି। ଡିପିଆର୍‌କୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏଏସ୍‌ଆଇ ଡିଜି ଏପର୍ଯ୍ୟନ୍ତ ଡିପିଆର୍‌ ଅନୁମୋଦନପତ୍ର ଦେଇ ନ ଥିବା ବେଳେ ରାଜ୍ୟ ସରକାର କାହା ଅନୁମତିରେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri