ନବୀନଙ୍କୁ ଭେଟିଲେ ଅସନ୍ତୁଷ୍ଟ କର୍ପୋରେଟର

ଭୁବନେଶ୍ୱର,୫।୧୦(ବନ୍ଦନା ସେଠୀ):ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ୨୯ ବିଜେଡି କର୍ପୋରେଟରଙ୍କ ସହ ପ୍ରାୟ ୫ଜଣ ପୂର୍ବତନ କର୍ପୋରେଟର ଶୁକ୍ରବାର ନବୀନ ନିବାସ ଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେମାନେ ଶାରଦୀୟ ପୂଜାର ଅଭିନନ୍ଦନ ଜଣାଇବା ସହ ଦଳର ଦୁଇ କର୍ପୋରେଟର ତଥା ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଅମରେଶ ଜେନା ଓ ଏକାମ୍ର ନିର୍ବାଚନମଣ୍ଡଳୀର ବିରଞ୍ଚତ୍ ମହାସୁପକାରଙ୍କୁ ନେଇ ମନରେ ରହିଥିବା ଅସନ୍ତୋଷ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଦୁଇ କର୍ପୋରେଟରଙ୍କ ଉପରେ ଦଳ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ ସେ ନେଇ ଅବଗତ ହେବା ଏହି ସାକ୍ଷାତର ମୂଳ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଛି। ତେବେ ଦୁଇ କର୍ପୋରେଟରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିବାବେଳେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବୀନ ନିଜଆଡୁ ସୂଚନା ଦେଇଥିବା ଜଣାପଡିଛି। ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପର୍ଯ୍ୟନ୍ତ ଦଳର କୌଣସି କାର୍ଯ୍ୟରେ ଦୁଇ ନିର୍ବାଚନମଣ୍ଡଳୀର ୩୨ କର୍ପୋରେଟର ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସକାଳେ ସେମାନେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭେଟି ଏହି ନିଷ୍ପତ୍ତି ଜଣାଇଛନ୍ତି। ଏନେଇ ଜଣେ କର୍ପୋରେଟର କହିଛନ୍ତି, ସମସ୍ତେ ଦଳୀୟ ଶୃଙ୍ଖଳାରେ ବନ୍ଧା ହୋଇଥିବାବେଳେ ଦୁଇ ବିଦ୍ରୋହୀ କର୍ପୋରେଟର ବାରମ୍ବାର ଦଳ ଏବଂ ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟ କରି ଆସୁଛନ୍ତି। ତେଣୁ ଯେ ପର୍ଯ୍ୟନ୍ତ ଦଳ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି, ସେ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟରୁ ଆମେମାନେ ଦୂରେଇ ରହିବୁ। ସେହିପରି କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ରଖିବାକୁ ସେମାନଙ୍କୁ ୧୫ଦିନ ସମୟ ଦିଆଯାଇଛି। ଯଦି ଏହାପରେ କିଛି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ଆମେ ୩୨ କର୍ପୋରେଟର ଚରମ ନିଷ୍ପତ୍ତି ନେବାକୁ ପଛାଇବୁ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଶଙ୍ଖଭବନଠାରେ ହୋଇଥିବା ଏକ ବୈଠକରେ ଦଳୀୟ କନ୍ଦଳ ସୃଷ୍ଟି ହୋଇଥିଲା। ଦୁଇ କର୍ପୋରେଟର ଅମରେଶ ଓ ବିରଞ୍ଚତ୍ ବାରମ୍ବାର ଦଳ ବିରୋଧୀ କାମ କରୁଥିବା ଦର୍ଶାଇ ସେମାନଙ୍କ ବିରୋଧରେ ଦୁଇ ନିର୍ବାଚନମଣ୍ଡଳୀର ୩୨ କର୍ପୋରେଟର ମେଳି ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri