ରେଙ୍ଗାଲି ନଦୀବନ୍ଧ ବାସଚ୍ୟୁତ ପରିବାରଙ୍କ ସମସ୍ୟା ସମାଧାନ ନେଇ ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା

ଦେବଗଡ଼,୨୩ା୧(ଶଶାଙ୍କ ଶେଖର ଝାଙ୍କର): ରେଙ୍ଗାଲି ବନ୍ଧ ସୁରକ୍ଷା ସମିତି ଦେବଗଡ଼ ପାଲଲହଡ଼ା କମିଟିର ଦେବଗଡ଼ ଜୋନ୍‌ ପାଇଁ ନୂତନ କାର୍ଯ୍ୟକାରୀ ସଭାପତି ଦେବଗଡ଼ ସହରର ଯୁବନେତା ଦୟାଶଙ୍କର ଦ୍ୱିବେଦୀ ଓ କମିଟିର ସମ୍ପାଦକ ତଥା ଆଇନଜୀବୀ ଚୌଧୁରୀ ବେହେରା ଦେବଗଡ଼ ଗସ୍ତରେ ଆସିଥିବା ରାଜସୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ କମିଟି ପକ୍ଷରୁ ଶୁଭେଚ୍ଛା ଦେବା ସହ ଜୋନ୍‌ ଅଫିସର ପଦବୀ ପୂରଣ ହେଇଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିସହିତ ରେଙ୍ଗାଲି ନଦୀବନ୍ଧ ବାସଚ୍ୟୁତ ପରିବାରଙ୍କ ଦୁଃଖ ବିଷୟ ଓ ବିସ୍ଥାପିତ ପରିବାରର ସମସ୍ୟା ସମାଧାନ ପାଇଁ କେମିତି ନ୍ୟାୟ ପାଇବେ ସେ ନେଇ ଆଲୋଚନା କରିଥବା ଜଣାପଡ଼ିଛି।

Dharitri – Odisha’s No.1 Odia Daily