ଦାରିଙ୍ଗବାଡିର ଯୁବକଙ୍କୁ ନେଇ ଚର୍ଚ୍ଚା: ୪୧ ଦିନରେ ଶଙ୍କରଙ୍କ ୨ହଜାର କିଲୋମିଟର …

ଦାରିଙ୍ଗବାଡି, ୩ା୫ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଲୋହରସାହିର ଶଙ୍କର ସାହୁଙ୍କ ସାଇକଲରେ ଚାରିଧାମ ଯାତ୍ରାର ୪୧ ଦିନ ସୁଦ୍ଧା ୨ହଜାର କିଲୋମିଟର ଯାତ୍ରା ସଫଳ ହୋଇଛନ୍ତି। ସେ ଶନିବାର କେଦାରନାଥ ଧାମରେ ପହଞ୍ଚି ଦର୍ଶନ ସାରିଛନ୍ତି। ଏଥିପାଇଁ ସେ ନିଜକୁ ଖୁସି ଅନୁଭବ କରିବା ସହ ଅଞ୍ଚଳବାସୀଙ୍କୁ ମଧ୍ୟ ତାଙ୍କର ଏହି ସଫଳଯାତ୍ରା ପାଇଁ ସାଧୁବାଦ ଜଣାଇଛନ୍ତି। ସେ କେଦାରନାଥରେ ପହଞ୍ଚିବା ପରେ ତାଙ୍କର ଏହି ୪୧ ଦିନର ସଫଳ ଯାତ୍ରା ସମୟର ଅନୁଭୂତି ବଖାଣିଛନ୍ତି। କେବଳ କିଛି ସ୍ଥାନରେ ତାଙ୍କର ସାଇକଲ ବାରମ୍ବାର ଖରାପ ହୋଇଥିବା ବେଳେ ତାଙ୍କ ଯାତ୍ରା ସମୟରେ ସେଭଳି କୌଣସି ସମସ୍ୟା ହୋଇ ନ ଥିବା କହିଛନ୍ତି । ଯାତ୍ରା ସମୟରେ ତାଙ୍କୁ ବିଭିନ୍ନ ରାଜ୍ୟରେ ଲୋକଙ୍କ ସହଯୋଗ କରିଥିବା ବେଳେ ସେ ଲୋକଙ୍କୁ ଅଧିକା ବୃକ୍ଷ ରୋପଣ କରିବାକୁ ସଚେତନ କରିବା ସହ ପରିବେଶ ସମ୍ପର୍କରେ ସଚେତନ କରାଇଛନ୍ତି। ଶଙ୍କର ମାର୍ଚ୍ଚ ୨୪ ରେ ନିଜ ଘରୁ ଯାତ୍ରା ଆରମ୍ଭ କରିଥିବା ବେଳେ ପ୍ରଥମେ କାଶିବିଶ୍ୱନାଥ ଧାମ ଦର୍ଶନ କରିଛନ୍ତି। କେଦାରନାଥ ତାଙ୍କର ଦ୍ୱିତୀୟ ଧାମ ଦର୍ଶନ ବୋଲି ସେ କହିଛନ୍ତି। କନ୍ଧମାଳର ଦାରିଙ୍ଗବାଡି ଭଳି ଏକ ଦୁର୍ଗମ ଅଞ୍ଚଳରୁ କେବେ ବାହାର ଅଞ୍ଚଳ ବୁଲିନଥିବା ଶଙ୍କରଙ୍କ ଏଭକି ସାଇକଲ ଯାତ୍ରା କୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିରହିଥିବା ବେଳେ ତାଙ୍କ ର ଏହି ସାହସ ଯୋଗୁଁ ସାହସୀ ଯୁବକ ଶଙ୍କର ଏବେ ଅଞ୍ଚଳରେ ବହୁ ଚର୍ଚ୍ଚା ରେ ଅଛନ୍ତି।

Share