Posted inଜାତୀୟ

ଗୁଜରାଟରେ ଦୁର୍ଲଭ ଓ୍ବାର ମିନେରାଲ ଭାନାଡିୟମର ସନ୍ଧାନ…

ଅହମଦାବାଦ,୧୮।୯ : ଇସ୍ପାତକୁ ମଜବୁତ କରୁଥବା ଏବଂ ବ୍ୟାଟେରୀ ତିଆରି କରିବା ପାଇଁ ବ୍ୟବହୃତ ଓ୍ବାର ମିନେରାଲ(ଯୁଦ୍ଧ ଖଣିଜ) ଭାରତରେ ବିରଳ। କିନ୍ତୁ ଦାବି କରାଯାଇଛି ଗୁଜରାଟର ଆଲାଙ୍ଗ ନିକଟ ଆରବ ସାଗରରେ ଖୋଳା ଯାଇଥିବା ଖମ୍ବାଟ ଉପସାଗରରୁ ସଂଗୃହିତ ପଲିଥିନ ନମୁନାରେ ଏହି ବିରଳ ଖଣିଜ ‘ଭାନାଡିୟମ’ର ସନ୍ଧାନ ମିଳିଛି ।

ବାସ୍ତବରେ, ଭାନାଡିୟମ ଅନେକ ଶିଳ୍ପରେ ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ। ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ (ଜିଏସଆଇ) ସଂସ୍ଥା ପକ୍ଷରୁ ପଙ୍କ କାଦୁଅ ଉପରେ କରାଯାଇଥିବା ଗବେଷଣାରେ ଭାନାଡିୟମର ସମ୍ଭାବ୍ୟ ନୂତନ ଉତ୍ସ ମିଳିଥିବା ରିପୋର୍ଟ କରାଯାଇଛି।

ମାଙ୍ଗାଲୋରର ଜିଏସଆଇର ମେରାଇନ ଆଣ୍ଡ କୋଷ୍ଟାଲ ସର୍ଭେ ଡିଭିଜନ (ଏମସିଏସଡି) ର ଗବେଷକ ବି ଗୋପକୁମାର କହିଛନ୍ତି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏହି ପଙ୍କ କାଦୁଅ ଉପରେ ଗବେଷଣା କରିଛି ଯାହା ପ୍ରଥମେ ଭାନାଡିୟମର ଏକ ନୂତନ ଉତ୍ସ ବିଷୟରେ ଜଣାଇଛି।  ଏହି ବିଷୟରେ  ନେଚର ପତ୍ରିକାରେ ମଧ୍ୟ ତଥ୍ୟ ପ୍ରକାଶ ପାଇଛି। ଭାରତର ଉପକୂଳ ଅଞ୍ଚଳରେ ଭାନାଡିୟମର ଉପସ୍ଥିତି ଦାବି କରୁଥିବା ପ୍ରଥମ ରିପୋର୍ଟ ଏଥିରେ ପ୍ରକାଶ ପାଇଛି।

ଭାନାଡିୟମ କ୍ୱଚିତ ଏହାର ଶୁଦ୍ଧ ରୂପରେ ମିଳିଥାଏ। ଏହା ୫୫ରୁ ଅଧିକ ବିଭିନ୍ନ ଖଣିଜ ପଦାର୍ଥରେ ମିଶ୍ରିତ ଭାବେ ରହିଥିବାର ମିଳିଥାଏ। ଫଳରେ ଏହାର ଉତ୍ପାଦନ ମହଙ୍ଗା ପଡିଥାଏ। ଖମ୍ବାଟ ଉପସାଗରରେ ଭାନାଡିୟମ ଟାଇଟାନୋମାଗ୍ନେଟାଇଟ ନାମକ ଏକ ଖଣିଜ ପଦାର୍ଥରୁ ମିଳିଥାଏ, ଯାହା ତରଳ ଲାଭା ଶୀଘ୍ର ଥଣ୍ଡା ହେବାପରେ ସୃଷ୍ଟି ହୋଇଥାଏ।

ଜିଏସଆଇ ବୈଜ୍ଞାନିକମାନେ କହିଛନ୍ତି, ଖମ୍ବାଟ ଉପସାଗରରେ ଜମା ହୋଇଥିବା ଭାନାଡିଫେରସ ଟାଇଟାନୋମାଗ୍ନେଟାଇଟ ବୋଧହୁଏ ନର୍ମଦା ଏବଂ ତାପ୍ତି ନଦୀ ଦେଇ ଡେକାନ ବେସାଲ୍ଟରୁ ବାହାର କରାଯାଇଛି। ଏଥି ସହିତ, ବୈଜ୍ଞାନିକମାନେ ଖମ୍ବାଟ ଉପସାଗରର ସ୍ବେରେଜ (ପଙ୍କ କାଦୁଅ) ରୁ ୬୯ ନମୁନା ସଂଗ୍ରହ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri