Posted inଜାତୀୟ

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ ପ୍ରଥମ ପର୍ଯ୍ୟାୟରେ ନାଗାଲାଣ୍ଡରେ ୬ ପୂର୍ବ ଜିଲାରୁ ୪ ଲକ୍ଷ ମତଦାତା ଭୋଟ ଦେବାକୁ ଆସି ନ ଥିଲେ । ଯାହାପରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ନିର୍ବାଚନ କମିଶନରଙ୍କ ବ୍ୟତୀତ ବିଭିନ୍ନ ମହଲରୁ ଅଧିକରୁ ଅଧିକ ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରାଯାଇଛି । ତେବେ ଭୋଟ ଦେବାକୁ ଆସିବାକୁ ଲୋକଙ୍କୁ ମନେଇବା ପାଇଁ କେତେକ ହୋଟେଲ ବମ୍ପର ଅଫର ଘୋଷଣା କରିଛନ୍ତି। ତାହା ହେଉଛି, ସେହି ହୋଟେଲରେ ଖାଦ୍ୟ ୫୦ ପ୍ରତିଶତ ଡିସକାଉଣ୍ଟରେ ମିଳିବ।

ନୋଏଡା ଗ୍ରେଟର ଅଞ୍ଚଳରେ କେତେକ ହୋଟେଲ ବମ୍ପର ଅଫର ଦେଉଛନ୍ତି । ଭୋଟର ଭୋଟ ଦେଇଥିବାର ପ୍ରମାଣ ଦେଖାଇଲେ ନ୍ୟାଶନାଲ ରେଷ୍ଟୁରାଣ୍ଟ ଅଥରିଟି ଅଫ ଇଣ୍ଡିଆ ୨୦ ପ୍ରତିଶତ ଡିସକାଉଣ୍ଟ ଦେବ । ସେହିପରି ଏହି ଅଞ୍ଚଳର ୫୦ରୁ ଅଧିକ ହୋଟେଲ ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏପ୍ରିଲ ୨୭ ପର୍ଯ୍ୟନ୍ତ ଏହି ଅଫର ରହିଛି । ସେହିପରି ବେଙ୍ଗାଲୁରୁରେ ଭୋଟ ଦେବା ପ୍ରମାଣ କଲେ ବର୍ଗର ଓ ମିଲ୍କସେକ୍‌ରେ ଡିସକାଉଣ୍ଟ ମିଳିବା ସହ ଫ୍ରିରେ ମଦ ମଧ୍ୟ ମିଳିବ। ଏହି କ୍ରମରେ ବେଙ୍ଗାଲୁରୁ ଓ ଦିଲ୍ଲୀ ଏନସିଆରର ୩୦ କିମି ପରସୀମା ଭିତରେ ଯାତ୍ରୀଙ୍କୁ ୫୦ ପ୍ରତିଶତ ଡିସକାଉଣ୍ଟରେ ଯାତାୟତ କରି ପାରବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ମମତା ବାନାର୍ଜୀଙ୍କ ସହ କାମ କରି ରାଜନୀତିରେ ପାଇଥିଲେ ସ୍ବତନ୍ତ୍ର ସ୍ଥାନ, ଶୁଭେନ୍ଦୁ ଅଧିକାରୀଙ୍କ କାହାଣୀ ଜାଣିଲେ…

କୋଲକାତା,୮।୫: ବଙ୍ଗଳାରେ ଭାଜପାର ପ୍ରଥମ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ଏବେ ଏକ ପ୍ରମୁଖ ଦାୟିତ୍ୱ ଦେଇଛି। ଶୁଭେନ୍ଦୁ ଅଧିକାରୀ ହେବେ…

ବାଜିଲା ମୋହର: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୮ା୫: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ।  ଶୁକ୍ରବାର ବସିଥିବା ବିଧାୟକ ଦଳ ବୈଠକରେ ଶୁଭେନ୍ଦୁଙ୍କ ନାଁ ଉପରେ ମୋହର ବାଜିଛି। ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ…

ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ! ପଥ ହେଲା ସ୍ପଷ୍ଟ, ସମର୍ଥନ ଦେଲେ ଏମାନେ…

ଚେନ୍ନାଇ,୮।୫: ବିଜୟଙ୍କ ଦଳ, ଟିଭିକେ, ତାମିଲନାଡୁରେ ସରକାର ଗଠନ କରିବା ପାଇଁ ପଥ ପରିଷ୍କାର ହୋଇଛି। ସିପିଆଇ, ସିପିଏମ ଏବଂ ଭିସିକେ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି…

ଭବାନୀପୁର ନା ନନ୍ଦୀଗ୍ରାମ, କେଉଁ ଆସନ ଛାଡ଼ିବେ ଶୁଭେନ୍ଦୁ ଅଧିକାରୀ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି…

କୋଲକାତା,୮ା୫: ପଶ୍ଚିମବଙ୍ଗ ନିର୍ବାଚନରେ ବିପୁଳ ବିଜୟ ପରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା…

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

ତାମିଲନାଡୁରେ ପୁଣିଥରେ ହେବ ନିର୍ବାଚନ! ଜାତୀୟ ରାଜନୀତିରେ ଚହଳ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତିରେ ଉଷ୍ମତା କେବଳ ମେ ମାସ ଖରା ପାଗ ଯୋଗୁଁ ନୁହେଁ, ବରଂ କ୍ଷମତାର ପରିବର୍ତ୍ତନଶୀଳ ସମୀକରଣରୁ ଉତ୍ପନ୍ନ ହୋଇଛି। ଅଭିନେତାରୁ ରାଜନେତା ହୋଇଥିବା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri