Posted inଜାତୀୟ

ବିପର୍ଯ୍ୟୟ ଯୋଗୁ ପ୍ରତିବର୍ଷ ୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ହେଉଛି ନଷ୍ଟ: ସିଡିଆରଆଇ ରିପୋର୍ଟ…

ନୂଆଦିଲ୍ଲୀ,୫।୧୦ : ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ପ୍ରତିବର୍ଷ ୩୦ ହଜାର କୋଟି ଡଲାର(ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା)ର ଭିତ୍ତିଭୂମି ନଷ୍ଟ ହେଉଛି। ସେପ୍ଟେମ୍ବର ୨୦୧୯ରେ ମିଳିତ ଜାତିସଂଘର ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗଠିତ ‘ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି’ (ସିଡିଆରଆଇ) ଏହାର ଦ୍ୱି ବର୍ଷୀୟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଯଦି ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷତିକୁ ସାମିଲ କରାଯାଏ ତେବେ ଏହା ୭୪.୨ ହଜାର କୋଟି ଡଲାରରୁ ୮୪.୫ ହଜାର କୋଟି ଡଲାରରେ ପହଞ୍ଚିବ। ଏହି ଅର୍ଥ ୨୦୨୧-୨୨ ମସିହାରେ ସମଗ୍ର ବିଶ୍ୱର ଜିଡିପି ଅଭିବୃଦ୍ଧିର ଏକ ସପ୍ତମାଂଶ ଅଟେ।

ରିପୋର୍ଟ ଅନୁଯାୟୀ, ଏହି କ୍ଷତିର ପ୍ରାୟ ୫୦ ପ୍ରତିଶତ ସ୍ବଳ୍ପ ଏବଂ ମଧ୍ୟମ ଆୟ ଦେଶ ବହନ କରୁଛନ୍ତି। ଯେହେତୁ ଏଠାରେ ଭିତ୍ତିଭୂମି ଦୁର୍ବଳ ଅଛି। ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ସେମାନେ ଅଧିକ ଅସୁରକ୍ଷିତ ହୋଇପଡୁଛନ୍ତି।

ସିଡିଆରଆଇ ରିପୋର୍ଟରେ କୁହାଯାଇଛି ୩୦ ପ୍ରତିଶତ କ୍ଷତି ଭୌଗୋଳିକ ଅବସ୍ଥା ଏବଂ ୭୦ ପ୍ରତିଶତ କ୍ଷତି ଜଳବାୟୁ କାରଣରୁ ହୋଇଛି। ଏହା ହେଉଛି ଏକ ସୂଚକ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱର ଆର୍ଥିକ କ୍ଷତି ଆହୁରି ବୃଦ୍ଧି ପାଇପାରେ ।

ନୂତନ ଭିତ୍ତିଭୂମି ନିର୍ମାଣ ପାଇଁ ବିଶ୍ୱ ବିନିଯୋଗର ୮୦ ପ୍ରତିଶତ ଉଚ୍ଚ ଆୟକାରୀ ଦେଶକୁ ଯାଉଛି ବୋଲି ସିଡିଆରଆଇ ରିପୋର୍ଟରେ ଦର୍ଶାଯାଇଛି। ଉତ୍ତର ଆମେରିକା ଏବଂ ୟୁରୋପରେ ମୁଣ୍ଡପିଛା ପୁଞ୍ଜି ବିନିଯୋଗ ଯଥାକ୍ରମେ ସାହାରା ଆଫ୍ରିକୀୟ ଦେଶ ତୁଳନାରେ ୫୭ ଏବଂ ୪୧ ଗୁଣା ଅଧିକ।

କେବଳ ଏତିକି ନୁହେଁ, ୨୦୨୧ ମସିହାରେ ଉଚ୍ଚ ଆୟକାରୀ ଦେଶମାନଙ୍କରେ ଏହି ବିନିଯୋଗ ୮.୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସ୍ବଳ୍ପ ଏବଂ ମଧ୍ୟମ ଆୟ ଦେଶରେ ଏହା ୮.୮ ପ୍ରତିଶତ ହ୍ରାସ ପାଇଛି। ୨୦୨୨ ରେ ମୋଟ ବିନିଯୋଗର ମାତ୍ର ୨ ପ୍ରତିଶତ ସ୍ବଳ୍ପ ଆୟକାରୀ ଦେଶକୁ ଯାଇଥିଲା ।

ଏହି ରିପୋର୍ଟରେ ଧନୀ ଏବଂ ଗରିବ ଦେଶର ଭିତ୍ତିଭୂମି ଖର୍ଚ୍ଚ ଉପରେ ମଧ୍ୟ ଏକ ଆକର୍ଷଣୀୟ ଦୃଷ୍ଟି ଦିଆଯାଇଛି। ଏହି ଅନୁଯାୟୀ, ଉଚ୍ଚ ଆୟକାରୀ ଗୋଷ୍ଠୀ ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହାରାହାରି ୨ ଲକ୍ଷ ଡଲାର ଖର୍ଚ୍ଚ କରାଯାଇଛି। ମଧ୍ୟମ ଆୟ ଗୋଷ୍ଠୀ ଦେଶ ପାଇଁ ଏହା ୩୭ ହଜାର ଡଲାର ଏବଂ ସ୍ବଳ୍ପ ଏବଂ ମଧ୍ୟମ ଆୟ ଗୋଷ୍ଠୀ ଦେଶ ପାଇଁ ଏହା ମାତ୍ର ୮ ହଜାର ଡଲାର ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri