ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ ବିବାହିତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଗତ ୧୮ ତାରିଖ ଦିନ ଯୁବତୀଙ୍କ ପରିବାର ଲୋକେ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ପ୍ରଭାଶୁଣି ଗ୍ରାମର ଶଶୀ କିଷାନ (୪୫) ଭିନ୍ନକ୍ଷମ ଯୁବତୀଙ୍କ ଘରେ ପଶି ବଳ ପୂର୍ବକ ବଳାତ୍କାର କରିଥିଲେ । ଏହି ସମୟରେ ପରିବାର ଲୋକେ ଘରେ ପହଞ୍ଚିବାରୁ ଶଶୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏ ନେଇ ପୀଡିତା ଯୁବତୀଙ୍କ ମା ଶୁକ୍ରବାର ସନ୍ଧ୍ୟାରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ଦେବଗଡ଼ ଥାନା ପୋଲିସ ବଳାତ୍କାରୀଙ୍କ ସମେତ ବିଭିନ୍ନ ଦଫାରେ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ କରିବାସହ ଅଭିଯୁକ୍ତ ଶଶୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।