ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣୁଛନ୍ତି ଦିବ୍ୟାଙ୍ଗ କାର୍ତ୍ତିକେଶ୍ୱର

ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ): ସେ ହେଉଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟାଙ୍ଗ ସେବକ। ନା ସେ ଠିକ୍‌ଭାବେ ଚାଲିପାରୁଛନ୍ତି, ନା ଠିକ୍‌ ଭାବେ କାମ କରିପାରୁଛନ୍ତି, ତଥାପି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ସେବା ପାଇବା ଲାଗି ତାଙ୍କ ମନ ବ୍ୟାକୁଳ। ମହାପ୍ରଭୁଙ୍କର ଏପରି ଜଣେ ଅନନ୍ୟ ସେବକ ହେଉଛନ୍ତି ବେଗୁନିଆ ବ୍ଲକ ରାଉତରାପଡ଼ାର କାର୍ତ୍ତିକେଶ୍ୱର ପରିଡ଼ା। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ବଡ଼ସିଂହାର ବେଶ ଲାଗି ଗୀତଗୋବିନ୍ଦ ଶ୍ଳୋକ ଲେଖାଥିବା ପାଟବସ୍ତ୍ର ବୁଣୁଛନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ୱେ ସେ ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି। କାନ୍ଥବାଡ଼କୁ ଧରି ସେ ଚଳପ୍ରଚଳ କରୁଥିବା ବେଳେ ଅନ୍ୟର ସାହାଯ୍ୟ ନେଇଥାନ୍ତି। ରାତିପାହିଲେ ନିତ୍ୟକର୍ମ ସାରି ସେ ତନ୍ତ ନିକଟରେ ପହଞ୍ଚତ୍ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ବୁଣିବାରେ ବ୍ୟସ୍ତ ରୁହନ୍ତି। ସକାଳଠାରୁ ସଞ୍ଜ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ଭୋକଶୋଷ ଭୁଲି ଭକ୍ତି, ସମର୍ପଣ ଭାବେ ବସ୍ତ୍ର ବୁଣିବାରେ ବ୍ୟସ୍ତ ରହିଥାନ୍ତି। ବସ୍ତ୍ର ବୁଣିବା ବେଳେ ଜୟଦେବଙ୍କ ଗୀତଗୋବିନ୍ଦ, ମହାପ୍ରଭୁଙ୍କ ଛବି ତାଙ୍କ ମନରେ ଭାସିଉଠେ। ସେ କୁହନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କ ମନ ବ୍ୟାକୁଳ ରହିଥାଏ। ମୋତେ ଚାଲିବା ଲାଗି ଅନ୍ୟର ସାହାରା ଆବଶ୍ୟକ। ଏଣୁ ଦର୍ଶନ ପାଇଁ ମନରେ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ଯିବା ସମ୍ଭବ ନୁହେଁ। ଏହି ପାଟବସ୍ତ୍ର ବୁଣିବା ମାଧ୍ୟମରେ ମହାପ୍ରଭୁଙ୍କୁ ଅନୁଭବ କରୁଛି। ଆମର ତନ୍ତି ପରିବାର। ତନ୍ତ ଚାଲିଲେ ପରିବାର ଚଳେ। ତେବେ ମହାପ୍ରଭୁ ମୋ ଦୁଃଖ ଶୁଣି ମୋ ସମ୍ପର୍କୀୟ ମାମୁ ଗୋପିନାଥ ଦାସଙ୍କ ଜରିଆରେ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ବୁଣିବାର ସୁଯୋଗ ଦେଲେ। ପୂର୍ବରୁ ମୁଁ ସୂତାଲୁଗା ବୁଣାବୁଣି କରୁଥିଲି। ତେବେ ଦିନେ ମହାପ୍ରଭୁଙ୍କ କିଭଳି ଦର୍ଶନ ମିଳିବ ସେ ଦୁଃଖରେ ଲୁହ ଗଡ଼ାଇ ଚାଲିଥାଏ। ଏହି ସମୟରେ ଦେବଦୂତ ଭଳି ଗୋପିନାଥ ମାମୁ ଆମ ଘରକୁ ଆସିି କାହିଁକି ମୁହଁ ଶୁଖାଇ ବସିଛୁ ବୋଲି ପଚାରିଲେ। ମୁଁ କିଛି କହିବା ପୂର୍ବରୁ ସେ ବଡ଼ସିଂହାର ବେଶ ପାଇଁ ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବାକୁ କହିଲେ। ମହାପ୍ରଭୁଙ୍କ ଦର୍ଶନ ନ ମିଳିଲେ ନାର୍ହି, ପାଟବସ୍ତ୍ର ବୁଣିବାର ତ ସୁଯୋଗ ମିଳିଲା। ତେଣୁ ଖୁସିରେ ଆତ୍ମବିଭୋର ହୋଇପଡ଼ିଲି। ମହାପ୍ରଭୁଙ୍କ ଅପାର କରୁଣାକୁ ସ୍ମରଣକରି ବସ୍ତ୍ର ବୁଣିବା ଆରମ୍ଭ କରିଥିଲି। ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବା ବେଳେ ପ୍ରତ୍ୟେକ ଶବ୍ଦ ନିର୍ଭୁଲ ଯେପରି ହେବ, ସେଥିପ୍ରତି ଦୃଷ୍ଟି ଦେଇଥାଏ। ଗୋଟିଏ ଶବ୍ଦ ଉଚ୍ଚାରଣ ଭୁଲ୍‌ ହୋଇଗଲେ ପାଟବସ୍ତ୍ର ନଷ୍ଟ ହୋଇଯିବ। ପ୍ରଥମେ ବୁଣିବା ବେଳେ ମନରେ ଭୟ ରହୁଥିଲା, କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରୁ କୌଣସି ଅଘଟଣ ଘଟିନାହିଁ। ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣିବା ଦିନଠୁ ମୁଁ ନିଜକୁ ଦିବ୍ୟାଙ୍ଗ ବୋଲି କେବେ ଭାବିନାହିଁ। ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବା ବେଳେ ମହାପ୍ରଭୁଙ୍କୁ ଅନୁଭବ କରିଥାଏ। ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କ ସେବାରେ ଲାଗିଛି। ମୋ’ ହାତଲୁଗା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିପାରୁଛି ତାହା ହିଁ ମୋ ପାଇଁ ସବୁଠୁ ବଡ଼ ଖୁସି ଓ ସୌଭାଗ୍ୟର କଥା ବୋଲି କାର୍ତ୍ତିକେଶ୍ୱର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri