ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ, ଆଇନଶୃଙ୍ଖଳା ନେଇ କଲେ ସମୀକ୍ଷା

ବୌଦ୍ଧ,୧୮ା୧୦(ଅଜିତ କୁମାର ବାରିକ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ଜିଲାରେ ମାଓବାଦୀ ଗତିବିଧି ଓ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଥିବା ଜଣାପଡ଼ିଛି। ଖୁରାନିଆ ଗୁରୁବାର ଅପରାହ୍ନରେ ବୌଦ୍ଧ ଜିଲାକୁ ଆସି ପ୍ରଥମେ ଜିଲାର ମାଓବାଦୀ ଅଧ୍ୟୁଷିତ ଅଳ କାମା ବ୍ଲକର ଘାପଡ଼ା ଥାନାକୁ ଯାଇ ସମୀକ୍ଷା କରିଫେରିଥିଲେ। ଶୁକ୍ରବାର ସକାଳେ ଖୁରାନିଆ ରିଜର୍ଭ କାର୍ଯ୍ୟାଳୟକୁ ଯାଇ ତଦାରଖ କରିବା ସହ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଜିଲା ପୋଲିସ ଅଧିକାରୀ, ଏସ୍‌ଓଜି ଅଧିକାରୀମାନଙ୍କୁ ଏକ ଏକ ସମୀକ୍ଷା ବୈଠକ କରିଥିଲେ।

ଜିଲାରେ ମାଓବାଦୀ ଆଳରେ ଥିବା ଥାନାଗୁଡ଼ିକ ଯାଇ ତଦାରଖ କରିବା ସହ ବିଏସ୍‌ଏଫ୍‌ କ୍ୟାମ୍ପ୍‌କୁ ଯାଇ ସମୀକ୍ଷା କରିବା ପରେ ଶୁକ୍ରବାର ଜିଲା ପୋଲିସ କାର୍ଯ୍ୟାଳୟମଠାରେ ମାଓବାଦୀ ଅପରେଶନ ନେଇଥିବା ଅସୁବିଧା ନେଇ ଆଲୋଚନା କରିଥିବା ଗଣମାଧ୍ୟମକୁ କହିବା ସହ ଜିଲାରେ ଗଞ୍ଜେଇ ଚାଷକୁ ରୋକିବା ନେଇ ଜିଲାପାଳଙ୍କ ସହ ଓ ଡିଏଫ୍‌ଓଙ୍କ ସହ ଆଲୋଚନା କରିଛି। ଅଧିକରୁ ଅଧିକ ଗଞ୍ଜେଇ ଚାଷ ଅଳକକୁ ଚିହ୍ନଟ କରାଯାଇ ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ପୋଲିସ ମହାନିଦ୍ଦେର୍ଶକଙ୍କ ଗସ୍ତ ସମୟରେ ଆଇଜି ଅପରେଶନ ଜୟନାରାୟଣ ପଙ୍କଜ, ଡିଆଇଜି ଏସ୍‌ଆଇଡବ୍ଲ୍ୟୁ କନୁଆଲ ବିଶାଲ ସିଂ, ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଓ ବୌଦ୍ଧ ଏସ୍‌ପି ନାଗରାଜ ଦେଓରକୋଣ୍ଡା ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ଜିଲାର ସମସ୍ତ ଥାନା ଅଧିକାରୀ ଓ ଉଚ୍ଚପଦସ୍ଥ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri