Posted inଜାତୀୟ

ଦିଗହରା ଜୀବନ, କିଏ ଦେବ ଶରଣ…

କାବୁଲ,୨୫।୮: ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଶରଣ ଦେବା ନେଇ ଏବେ ସମସ୍ୟା ଉପୁଜିଛି। ଭିଟାମାଟି ଛାଡ଼ିଥିବା ଶରଣାର୍ଥୀଙ୍କ ଜୀବନ ଏବେ ଦିଗହରା ହୋଇପଡ଼ିଛି। ଆଖିରେ ଆଖିଏ ସପନ ନେଇ ସେମାନେ ଶରଣ ପାଇଁ ଅପେକ୍ଷା କରିଛନ୍ତି। ଆଫଗାନିସ୍ତାନର ମିତ୍ର ବୋଲାଉଥିବା ପାକିସ୍ତାନ ବିପଦ ସମୟରେ ପଡ଼ୋଶୀ ଦେଶବାସୀଙ୍କ ଶରଣ ଦେବାକୁ ମନା କରିଛି। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ କହିଛନ୍ତି ଯେ ତାଙ୍କ ଦେଶ ବର୍ତ୍ତମାନ ସୁଦ୍ଧା ଶରଣାର୍ଥୀଙ୍କୁ ଗ୍ରହଣ କରିବାର ସ୍ଥିତିରେ ନାହିଁ। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ ଆଫଗାନିସ୍ତାନରୁ ଆସୁଥିବା ଲୋକଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଖବର ଅନୁଯାୟୀ ତୁର୍କୀ ମଧ୍ୟ ଇରାନ ସୀମାରେ ଏକ ପ୍ରାଚୀର ନିର୍ମାଣ କରୁଛି, ଯାହାଫଳରେ ଆଫଗାନିସ୍ତାନର ଲୋକମାନେ ଆସିବା ବନ୍ଦ ହୋଇ ପାରିବେ। ନିକଟରେ ହଙ୍ଗେରୀର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଲେଭେଣ୍ଟେ ମାଗିଆର୍‌ କହିଛନ୍ତି ଯେ ହଙ୍ଗେରୀରେ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦିଆଯିବ ନାହିଁ। ଇରାନ ସ୍ପଷ୍ଟ କରିଛି ଯେ ଏହା ଶରଣାର୍ଥୀଙ୍କୁ ଗ୍ରହଣ କରିପାରିବ ନାହିଁ। ଆଫଗାନିସ୍ତାନ ଶରଣାର୍ଥୀଙ୍କ ସଂଖ୍ୟାକୁ ନେଇ ପଡୋଶୀ ଉଜବେକିସ୍ତାନ ଚିନ୍ତିତ। ତେବେ ଶରଣାର୍ଥୀଙ୍କ ଥଇଥାନ କରିବାକୁ ଦେଶର ସରକାର ମନା କରିଛନ୍ତି। ବାଂଲାଦେଶ ସ୍ପଷ୍ଟ କରିଛି ଯେ ଆମେରିକାର ଅନୁରୋଧ ସତ୍ତ୍ୱେ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇପାରିବ ନାହିଁ। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବଦୁଲ ମୋମିନ କହିଛନ୍ତି ଯେ ତାଙ୍କ ଦେଶ ମିଆଁମାରରୁ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମସ୍ୟାର ସମ୍ମୁଖୀନ ହୋଇସାରିଛି ଏବଂ ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ନାଗରିକଙ୍କୁ ଶରଣାର୍ଥୀ ଭାବରେ ଗ୍ରହଣ କରିପାରିବ ନାହିଁ।
ମାତ୍ର ଏପରିସ୍ଥଳେ ଭାରତ ଇ-ଭିଜା ଜାରି କରିବା ସହିତ ଶରଣାର୍ଥୀଙ୍କ ଥଇଥାନ ବ୍ୟବସ୍ଥା ଆରମ୍ଭ କରିଛି। ତାଲିବାନ ଶାସନର ଭୟରୁ ପଳାୟନ କରୁଥିବା ଲୋକଙ୍କୁ ବ୍ରିଟେନ ଏହାର ଶରଣାର୍ଥୀ କାର୍ଯ୍ୟକ୍ରମ ସହ ସମାନ୍ତରାଳ ଯୋଜନା ମାଧ୍ୟମରେ ଆଶ୍ରୟ ଦେବାକୁ ଯୋଜନା କରିଛି। ବ୍ରିଟିଶ ସରକାର ପ୍ରାୟ ୨୦ ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବେ ବୋଲି କହିଛନ୍ତି। ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ କହିଛନ୍ତି ଯେ ସେ ଆଫଗାନିସ୍ତାନରୁ ପଳାୟନ କରୁଥିବା ମହିଳା ଏବଂ ସଂଖ୍ୟାଲଘୁମାନଙ୍କୁ ଯଥାସମ୍ଭବ ଆଶ୍ରୟ ଦେବା ପାଇଁ ଚେଷ୍ଟା କରିବେ। ଆଫଗାନିସ୍ତାନର ପରିସ୍ଥିତିକୁ ଦେଖି ଆମେରିକାର ପ୍ରତିରକ୍ଷା ବିଭାଗ ଶରଣାର୍ଥୀଙ୍କୁ ସହାୟତା କରିବା ପାଇଁ ଲକ୍ଷ୍ୟ ରଖିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ଶରଣାର୍ଥୀଙ୍କୁ ୱିସ୍କୋସିନ ସ୍ଥିତ ଫୋର୍ଟ ମ୍ୟାକକୋଇ ଏବଂ ଟେକ୍ସାସର ଫୋର୍ଟ ବ୍ଲିସ ଠାରେ ସାମରିକ ବେସରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ ନିଜେ ଆଫଗାନିସ୍ତାନର ୩୦ ହଜାର ଶରଣାର୍ଥୀ ଆମେରିକାରେ ଶରଣ ନେବେ ବୋଲି କୁହାଯାଉଛି। ଏହା ବ୍ୟତୀତ ପ୍ରାୟ ୪,୦୦୦ ଆବେଦନକାରୀ ଏବଂ ସେମାନଙ୍କ ପରିବାର ଆମେରିକାରେ ସୁରକ୍ଷା କ୍ଲିୟରାନ୍ସ ପାଇନାହାଁନ୍ତି।
ଆଫଗାନିସ୍ତାନରେ କାନାଡା ନିଜର ଦୂତାବାସ ବନ୍ଦ କରି ଆଫଗାନିସ୍ତାନ ସରକାରଙ୍କ ସହ କୂଟନୈତିକ ସମ୍ପର୍କକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ତେବେ କାନାଡାର ଜଷ୍ଟିସ ଟ୍ରୁଡୋ ସରକାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ସହାୟତା ଘୋଷଣା କରିସାରିଛନ୍ତି। ୨୦,୦୦୦ ଶରଣାର୍ଥୀଙ୍କୁ ଆଶ୍ରୟ ଦିଆଯିବ। ଆଫଗାନିସ୍ତାନରୁ ପଳାଇ ଆସିଥିବା ପ୍ରବାସୀମାନଙ୍କୁ ଆଶ୍ରୟ ଦେବା ପାଇଁ ଆଲବାନିଆ ମଧ୍ୟ ଆଗକୁ ଆସିଛି। ଶରଣାର୍ଥୀଙ୍କୁ ସାହାଯ୍ୟ କରିବାରେ ଏକ ଛୋଟ ଦେଶ ହେଉଛି ତାଜିକିସ୍ତାନ। ଜୁଲାଇ ମାସରେ ଆଫଗାନିସ୍ତାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନେୀୟ ସରକାର ଏକ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କୁ ଆଶ୍ରୟ ଦେବାକୁ ଘୋଷଣା କରିଥିଲେ। ଆଫଗାନିସ୍ତାନବାସୀଙ୍କୁ ଆଶ୍ରୟ ଦେବ ବୋଲି ମଙ୍ଗଳବାର ଉତ୍ତର ମାକେଡୋନିଆ ଘୋଷଣା କରିଛି। ସମସ୍ତ ଶରଣାର୍ଥୀଙ୍କୁ ଉତ୍ତର ମାକେଡୋନିଆର ହୋଟେଲରେ ରଖାଯିବ ଏବଂ ସେମାନଙ୍କର ଯତ୍ନ ଆମେରିକା ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନ ବହନ କରିବେ। ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ଆମେରିକା ସରକାର ମଧ୍ୟ କତାର ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଆମେରିକାର ସୈନ୍ୟବାହିନୀ ସହିତ କାର୍ଯ୍ୟ କରୁଥିବା ଲୋକଙ୍କୁ ସୁରକ୍ଷିତ ରଖିବାକୁ କତାରକୁ କୁହାଯାଇଛି। ଶରଣାର୍ଥୀଙ୍କୁ ସହାୟତା ଦେବାକୁ ଉଗାଣ୍ଡା ମଙ୍ଗଳବାର ଘୋଷଣା କରିଛି। ଉଗାଣ୍ଡା ରାଷ୍ଟ୍ରପତି ୟୋଭେରୀ ମୁସେଭେନି କହିଛନ୍ତି ଯେ ସାମ୍ପ୍ରତିକ ସଙ୍କଟରେ ସେ ଯେକୌଣସି ପ୍ରକାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri