ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୫.୬୦ ଟ୍ରିଲିୟନ

ଭୁବନେଶ୍ୱର,୧୨।୨: କ୍ରମାଗତ ଭାବେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ନେଟ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ)ରେ ବୃଦ୍ଧି ଘଟିଛି। ଏପରିକି ଚଳିତ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବାର୍ଷିକ ଭିତ୍ତିରେ (ବର୍ଷକୁ ବର୍ଷ) ୨୦% ବୃଦ୍ଧି ଘଟି ୧୫.୬୦ ଟ୍ରିଲିୟନ ଟଙ୍କା ହୋଇଛି ବୋଲି ରବିବାର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଏପରିକି ଉକ୍ତ ପରିମାଣ ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ବଜେଟ ଆକଳନର ୮୦% ବୋଲି ସିବିଡିଟି ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ପ୍ରତ୍ୟକ୍ଷ ଟିକସ ସଂଗ୍ରହର ଅସ୍ଥାୟୀ ଆକଳନ ସ୍ଥିର ଅଭିବୃଦ୍ଧି ପଞ୍ଜୀକରଣ ଜାରି ରହିଥିଲାବେଳେ ୨୦୨୪ ଫେବୃଆରୀ ୧୦ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ମୋଟ ୧୮.୩୮ ଟ୍ରିଲିୟନ ଟଙ୍କା ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ଆଦାୟ ହୋଇଥିବା ମୋଟ ସଂଗ୍ରହଠାରୁ ଚଳିତ ଆର୍ଥିକ ବର୍ଷର ଆଦାୟ ପରମାଣ ୧୭.୩୦% ଅଧିକ ରହିଛି।

ସେହିପରି ୨୦୨୪ ଫେବୃଆରୀ ୧୦ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ମୋଟ ୧୫.୬୦ ଟ୍ରିଲିୟନ ଟଙ୍କା ରହିଥିଲାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ମୋଟ ୨୦.୨୫% ଅଧିକ ସିବିଡିଟି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସର ସମୁଦାୟ ସଂଶୋଧିତ ଆକଳନଗୁଡିକର ୮୦.୨୩% ହୋଇଥିଲାବେଳେ ୨୦୨୩ ଏପ୍ରିଲ ୧ରୁ ୨୦୨୪ ଫେବୃଆରୀ ୧୦ ମଧ୍ୟରେ ୨.୭୭ ଟ୍ରିଲିୟନ ଟଙ୍କା ଫେରସ୍ତ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri