ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରାୟ ୧୬ ଲକ୍ଷ କୋଟି

ନୂଆଦିଲ୍ଲୀ, ୧୨।୨: ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ୧୦ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରାୟ ୧୬ (୧୫.୬୭) ଲକ୍ଷ କୋଟି ଟଙ୍କା ହୋଇଥିବା ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ଏ ପର୍ଯ୍ୟନ୍ତ ସୁଦ୍ଧା ୨୪.୦୯% ବୃଦ୍ଧି ହୋଇଥିବା ଜଣାପଡ଼ିଛି। ବିଶେଷକରି କରଦାତାଙ୍କର ରିଫଣ୍ଡ ଜାରି କରିବା ପରେ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ ରାଶି ୧୨.୯୮ ଲକ୍ଷ କୋଟି ଟଙ୍କା ରହିଛି, ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୧୮.୪୦% ରୁ ଅଧିକ ବୋଲି କୁହାଯାଉଛି। ଏ ନେଇ ଅର୍ଥ ମନ୍ତ୍ରଣାଳୟ କହିଛି, ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ବଜେଟ ଆକଳନର ୯୧.୩୯% ହୋଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷର ରିଭାଇଜ୍‌ଡ ଏଷ୍ଟିମେଟ (ଆର୍‌ଇ)ର ଏହା ୭୮.୬୫% ରହିଛି। ଏହି ଅବଧି ଭିତରେ କର୍ପୋରେଟ୍‌ ଇନ୍‌କମ୍‌ ଟ୍ୟାକ୍ସରେ ୧୯.୩୩% ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ପର୍ସନାଲ ଇନ୍‌କମ ଟ୍ୟାକ୍ସ ଓ ଶେୟାର କିଣାବିକା ହେଉଥିବା ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସକୁ ମିଶାଇ ମୋଟ ୨୯.୬୩% ଟ୍ୟାକ୍ସ ଆଦାୟ ହୋଇଛି। ରିଫଣ୍ଡକୁ ଆଡ୍‌ଜଷ୍ଟ କରିବା ପରେ କର୍ପୋରେଟ୍‌ ଇନ୍‌କମ ଟ୍ୟାକ୍ସରେ ୧୫.୮୪% ଓ ପର୍ସନାଲ ଇନ୍‌କମ୍‌ ଟ୍ୟାକ୍ସରେ ୨୧.୯୩ % ଆଦାୟ ବଢ଼ିଛି। ସେହିପରି ପର୍ସନାଲ ଇନ୍‌କମ୍‌ ଟ୍ୟାକ୍ସରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସକୁ ମିଶାଇଲେ ଟ୍ୟାକ୍ସ କଲେକ୍ସନରେ ୨୧.୨୩%ବୃଦ୍ଧି ଦେଖିବାକୁ ମିଳିଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁସାରେ ୨୦୨୨ ଏପ୍ରିଲ ୧ରୁ ଆରମ୍ଭକରି ୨୦୨୩ ଫେବୃୟାରୀ ୧୦ ପର୍ଯ୍ୟନ୍ତ ମୋଟ ୨.୬୯ ଲକ୍ଷ କୋଟି ରିଫଣ୍ଡ ଜାରି କରାଯାଇଛି, ଯାହା ଗତବର୍ଷର ସମସ୍ତ ଅବଧି ତୁଳନାରେ ୬୧.୫୮% ରୁ ଅଧିକ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୨୨-୨୩ ଆର୍ଥକ ବର୍ଷରେ କେନ୍ଦ୍ର ସରକାର ୧୪.୨୦ % ଟ୍ୟାକ୍ସ କଲେକ୍ସନ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ହେଲେ ଏହାଠାରୁ ଅଧିକ ଟିକସ ଆଦାୟ ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରୁ କେମିକାଲ ଆମଦାନୀ କମିବ;ପ୍ରସ୍ତୁତ ହେଉଛି ୨୫ ହଜାର କୋଟିର ଯୋଜନା

ନୂଆଦିଲ୍ଲୀ,୧୯।୯: ଚାଇନାରୁ କେମିକାଲ ଆମଦାନୀ କମାଇବା ଲାଗି କେନ୍ଦ୍ର ସରକାର ଏବେ ଚିନ୍ତା କରୁଛନ୍ତି। ଏଥିଲାଗି ୨୫ ହଜାର କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ...

ଟାଟାର ଗାଡ଼ି ଦର ବୃଦ୍ଧି

ନୂଆଦିଲ୍ଲୀ, ୨୪।୪: ଅଗ୍ରଣୀ କାର୍‌ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ତାର ଗାଡ଼ିଗୁଡ଼ିକର ଦାମ୍‌ରେ ହାରାହାରି ୧.୧% ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ...

ଆଜିଠାରୁ ଖିମ୍‌ଜୀରେ ‘ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌’

ଭୁବନେଶ୍ୱର,୧୮।୧୨: ରାଜ୍ୟର ପ୍ରମୁଖ ତଥା ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଶେଷ ତଥା ନୂତନ ବର୍ଷକୁ ଭିନ୍ନ ଢଙ୍ଗରେ ସ୍ବାଗତ...

ହ୍ୟୁଣ୍ଡାଇର ହାଇଜିନ ଡ୍ରାଇଭ: କାର ସାନିଟାଇଜେସନରେ ମିଳୁଛି ରିହାତି

ନୂଆଦିଲ୍ଲୀ,୧୭।୭: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ହାଇଜିନ ଡ୍ରାଇଭ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୧୫ଠାରୁ ୩୧ ତାରିଖ ଯାଏ ଏହା ଆୟୋଜନ...

ଚାହିଦା ଅନୁସାରେ ପ୍ରଡକ୍ଟ ଚୟନ: ଦେବେଶ ପ୍ରସାଦ ନନ୍ଦ

ଦୁର୍ଗେଶ ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଦେବେଶ ପ୍ରସାଦ ନନ୍ଦ ଭୁବନେଶ୍ୱରସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ସେ ଆମେରିକାର...

ହିରୋର ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟରର ଲଞ୍ଚ: ଜାଣନ୍ତୁ ମୂଲ୍ୟ, ଫିଚର ଏଭଳି…

ନୂଆଦିଲ୍ଲୀ,୭।୧୦:ଦେଶରେ କ୍ରମାଗତ ଭାବେ ବୈଦ୍ୟୁତିକ ଯାନ ଲାଗି କ୍ରେଜ୍‌ ବୃଦ୍ଧି ପାଉଛି। ଏଥିନେଇ ଯାନବାହନ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଗୋଟିଏ ପରେ ଗୋଟିଏ ବୈଦ୍ୟୁତିକ ଯାନକୁ ଭାରତୀୟ...

ବିଶ୍ୱର ଟପ ୫୦ କମ୍ପାନୀ ମଧ୍ୟରେ ରିଲାଏନ୍ସ

ଭୁବନେଶ୍ୱର,୨୩।୭: ଭାରତର ସୁପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସମସ୍ତ ରେକର୍ଡ ଭଙ୍ଗ କରି ବିଶ୍ୱର ଟପ ୫୦ କମ୍ପାନୀ ମଧ୍ୟରେ ସାମିଲ...

ଚୋରି ମୋବାଇଲ ଲାଗି ଆସନ୍ତା ମାସରୁ ଆସିବ ଟ୍ରାକର ବ୍ୟବସ୍ଥା

ନୂଆଦିଲ୍ଲୀ,୮-୭: ଦାମୀ ସ୍ମାର୍ଟଫୋନ୍‌ ହଜିଯିବା ଅଥବା ଚୋରି ହୋଇଯିବା କ୍ଷେତ୍ରରେ ଏହାର ମାଲିକଙ୍କୁ ଆଣିଦେଇଥାଏ ଅନେକ ଦୁଃଖ। ଏଥିପାଇଁ ସେ ପୋଲିସର ଦ୍ୱାରସ୍ଥ ହୋଇ ଅନେକ...

Advertisement
Archives

Model This Week