ସରକାରୀ ପ୍ରତିଭୂତିରେ ଖୁଚୁରା ନିବେଶକଙ୍କୁ ପ୍ରତ୍ୟକ୍ଷ ସୁଯୋଗ

ନୂଆଦିଲ୍ଲୀ: ଖୁଚୁରା ନିବେଶକଙ୍କୁ ଉତ୍ସାହିତ କରିବା ଲାଗି ଆର୍‌ବିଆଇ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ସରକାରଙ୍କ ପ୍ରତିଭୂତି କ୍ରୟ କରିବା ଦିଗରେ ଏଣିକି ଖୁଚୁରା ନିବେଶକଙ୍କୁ ପ୍ରତ୍ୟକ୍ଷ ଭାବେ ସୁଯୋଗ ମିଳିବ। ଏସିଆର ପ୍ରଥମ ଦେଶ ଭାବେ ଭାରତ ଏଭଳି ପଦକ୍ଷେପ ଗ୍ରହଣ କରିଛି। ସାରା ବିଶ୍ୱର ମାତ୍ର କିଛି ଦେଶ ଏ ସମ୍ପର୍କିତ ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ସରକାର ଆସନ୍ତା ଆର୍ଥତ୍କ ବର୍ଷରେ ୧୨ ଲକ୍ଷ କୋଟି ଟଙ୍କା ଋଣ କରିବା ଲାଗି ଯୋଜନା ରଖିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବ।
ସିଟିଏସ୍‌ ଅଧିନକୁ ଆସିବ ଆଉ ୧୫ ହଜାର ବ୍ୟାଙ୍କ ଶାଖା
ସେପ୍ଟେମ୍ବର ସୁଦ୍ଧା ଆଉ ୧୮ ହଜାର ବ୍ୟାଙ୍କ ଶାଖାରେ ଟେକ୍‌ ଟ୍ରଙ୍କଶନ ସିଷ୍ଟମ(ସିଟିଏସ୍‌) ବ୍ୟବସ୍ଥା କାର୍ଯ୍ୟକାରୀ କରାଇବାକୁ ଆର୍‌ବିଆଇ ନିଷ୍ପତ୍ତି ନେଇଛି। ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମକୁ ଆହୁରି ଦୃଢ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି। ଏହି ଶାଖାଗୁଡିକ ଏବେ ସୁଦ୍ଧା କେନ୍ଦ୍ରୀୟ ବ୍ୟାଙ୍କର କେନ୍ଦ୍ରୀକୃତ କ୍ଲିଅରିଂ ସିଷ୍ଟମ ପରିସରବାହାରେ ରହିଥିଲା। ୨୦୧୦ ପରଠାରୁ ସିଟିଏସ୍‌ ସିଷ୍ଟମ ଲାଗୁ କାର୍ଯ୍ୟକାରୀ ହେଉଛି। ଏହା ଦେଶର ପ୍ରାୟ ୧.୫ ଲକ୍ଷ ବ୍ୟାଙ୍କ ଶାଖାରେ ବ୍ୟବହାର ହେଉଥିବା ବେଳେ ୩ଟି ଚେକ୍‌ ପ୍ରୋସେସିଂ ଗ୍ରୀଡରେ କାର୍ଯ୍ୟ କରୁଛି। ୧୨୧୯ ଅଣ ସିଟିଏସ୍‌ କ୍ଲିୟରିଂ ହାଉସକୁ ସିଟିଏସ୍‌ ପରିସରକୁ ଅଣାଯାଇଛି। ପ୍ରାୟ ୧୮ ହଜାର ଶାଖା ଏହି ଔପଚାରିକ କ୍ଲିୟରିଂ ସିଷ୍ଟମ ପରିସର ବାହାରେ ରହିଛି। ଯାହାକୁ ବ୍ୟବସ୍ଥିତ କରିବା ଲାଗି ଆର୍‌ବିଆଇ ପଦକ୍ଷେପ ନେଉଛି।
ଓ୍ବାନ ନେଶନ ଓ୍ବାନ ଅମ୍ବୁଡସମ୍ୟାନ
ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଓ୍ବାନ ନେଶନ ଓ୍ବାନ ଅମ୍ବୁଡସମ୍ୟାନ ଆଣିବା ନେଇ ଆର୍‌ବିଆଇ ଯୋଜନା ରଖିଛି। ଗ୍ରାହକଙ୍କ ଅଭିଯୋଗ ସମାଧାନ ଯୋଜନାକୁ ଏକୀକରଣ କରିବା ଦିଗରେ ଏହା କାର୍ଯ୍ୟକ୍ରମ ହାତକୁ ନେବ। ଗ୍ରାହକ ଅଭିଯୋଗ ସମାଧାନ ବର୍ତ୍ତମାନ ୩ଟି ସ୍କିମରେ ହେଉଛି। ଏହାକୁ ଗୋଟିଏ ଅମ୍ବୁଡସମ୍ୟାନ ପରିସରକୁ ଆଣିବାକୁ ଯୋଜନା ରଖାଯାଇଛି। ବ୍ୟାଙ୍କିଙ୍ଗ, ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ ଏବଂ ଡିଜିଟାଲ ଟ୍ରାଞ୍ଜାକଶନ କ୍ଷେତ୍ରରେ ଅଭିଯୋଗର ସମାଧାନ ଲାଗି ଭିନ୍ନ ଭିନ୍ନ ଅମ୍ବୁଡସମ୍ୟାନ ବା ଲୋକପାଳ ବ୍ୟବସ୍ଥା ରହିଛି।
ଅଭିବୃଦ୍ଧି ଉର୍ଦ୍ଧ୍ୱଗାମୀ ରହିବ
ଭାରତୀୟ ଅର୍ଥ ବ୍ୟବସ୍ଥାର ଜିଡିପି ବର୍ତ୍ତମାନ କେବଳ ଉର୍ଦ୍ଧ୍ୱଗାମୀ ରହିବ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଆସନ୍ତା ଆର୍ଥତ୍କ ବର୍ଷରେ ଜିଡିପି ୧୦.୫% ରହିବା ନେଇ ନେଇ ଆକଳନ କରାଯାଇଛି। ବଜେଟରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଅର୍ଥ ବ୍ୟବସ୍ଥା ଲାଗି ଲାଭକାରୀ ହେବ। ଚାହିଦା, ଲୋକଙ୍କ ଆୟ, ନିଯୁକ୍ତି ଏବଂ ନିବେଶ ବଢାଇବା ଦିଗରେ ଏହା ଯୋଗଦାନ ରଖିବ ବୋଲି ଶକ୍ତିକାନ୍ତ ଆଶାବାଦୀ ରହିଛନ୍ତି।
ଟିଏଲ୍‌ଟିଆର୍‌ଓରେ ଏନ୍‌ବିଏଫ୍‌ସିଙ୍କୁ ପାଣ୍ଠି
ଟାର୍ଗେଟେଡ ଲଙ୍ଗ ଟର୍ମ ରେପୋ ଅପରେଶନ(ଟିଏଲ୍‌ଟିଆର୍‌)ରେ ବ୍ୟାଙ୍କଗୁଡିକ ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକୁ ପାଣ୍ଠି ଯୋଗାଇ ଦେବେ। ଏ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଏକ ପାଣ୍ଠି ବ୍ୟବସ୍ଥା କରିବ। ଅନ୍‌ଟ୍ୟାପ୍‌ ଟିଏଲ୍‌ଟିଆର୍‌ଓ ସ୍କିମରେ ଏହି ବ୍ୟବସ୍ଥା କରିବାକୁ ଆର୍‌ବିଆଇ ପ୍ରସ୍ତାବ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହା ପାଣ୍ଠିରେ ‘ଟ୍ରୁଥ୍‌ ସୋସିଆଲ’

ଓ୍ବାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରକୁ ଟକ୍କର ଦେବା ପାଇଁ ଏକ ନୂଆ ମିଡିଆ କମ୍ପାନୀ ଖୋଲିବା ପରଠୁ...

ଅପରାଧ କମାଉଛି ଜନଧନ ଖାତା

ନୂଆଦିଲ୍ଲୀ,୯।୧୧: କେନ୍ଦ୍ର ସରକାର ବର୍ତ୍ତମାନ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେଉଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ରାଜ୍ୟ ସ୍ତରରେ ଜନଧନ ଯୋଜନା ଦ୍ୱାରା ଲୋକଙ୍କ ବ୍ୟାଙ୍କ ଖାତା...

‘ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆସିବା ଆବଶ୍ୟକ’

ଭୁବନେଶ୍ୱର,୩।୧୧: ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ରେଳ ସଦନଠାରେ ଏକ କର୍ମଶାଳା ‘ବିକଶିତ ରାଷ୍ଟ୍ର...

ଚାଇନା ଛାଡୁଥିବା କମ୍ପାନୀଙ୍କ ଲାଗି ସ୍ବତନ୍ତ୍ର ପ୍ଳାନ୍‌

ନୂଆଦିଲ୍ଲୀ,୨୩।୪: ଚାଇନା ଛାଡ଼ି ଭାରତ ଆସିବାକୁ ଚାହୁଁଥିବା କମ୍ପାନୀଙ୍କ ଲାଗି ସରକାର ସ୍ବତନ୍ତ୍ର ଯୋଜନା ହାତକୁ ନେଉଛନ୍ତି। ଏଭଳି କମ୍ପାନୀଗୁଡିକରେ ଭାରତରେ ସ୍ବତନ୍ତ୍ର ଫାଇଦା ଦେବାକୁ...

ପୁଣି ଗୌତମ ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧।୨: ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ପୁଣି ଥରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ସର୍ବାଧିକ ନେଟଓ୍ବର୍ଥ ମୂଲ୍ୟ ଦୃଷ୍ଟିରୁ ମୁକେଶ ଅମ୍ବାନୀ...

ପ୍ରତି ମିନିଟ୍‌ରେ ଗୋଟିଏ ଶାଢ଼ି ବିକ୍ରି

ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍‌କାର୍ଟରେ ପ୍ରତି ମିନିଟ୍‌ରେ ଗୋଟିଏ ଶାଢ଼ି ବିକ୍ରି ହେଉଥିବା ଫ୍ଲିପ୍‌କାର୍ଟ ପକ୍ଷରୁ କୁହାଯାଇଛି। କାରଣ ଭାରତୀୟ ଶାଢ଼ିକୁ ବିଶ୍ୱରେ...

ସିଏନ୍‌ଜିରେ ଗଡ଼ିବ ଟ୍ରାକ୍ଟର

ନୂଆଦିଲ୍ଲୀ: ସାରା ଦେଶରେ ଏଣିକି ସିଏନ୍‌ଜି ବା ବାୟୋଗ୍ୟାସ୍‌ ଇନ୍ଧନରେ ଟ୍ରାକ୍ଟର ଗଡିବ। ଏଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ର ସଡ଼କ ଏବଂ...

‘ନେଟ୍‌ ଜିରୋ ତ୍ୱରାନ୍ବିତକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୫।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ନେଟ୍‌ ଜିରୋକୁ ଅଧିକରୁ ଅଧିକ ତ୍ୱରାନ୍ବିତ...

Advertisement
Archives

Model This Week