ସରକାରୀ ପ୍ରତିଭୂତିରେ ଖୁଚୁରା ନିବେଶକଙ୍କୁ ପ୍ରତ୍ୟକ୍ଷ ସୁଯୋଗ

ନୂଆଦିଲ୍ଲୀ: ଖୁଚୁରା ନିବେଶକଙ୍କୁ ଉତ୍ସାହିତ କରିବା ଲାଗି ଆର୍‌ବିଆଇ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ସରକାରଙ୍କ ପ୍ରତିଭୂତି କ୍ରୟ କରିବା ଦିଗରେ ଏଣିକି ଖୁଚୁରା ନିବେଶକଙ୍କୁ ପ୍ରତ୍ୟକ୍ଷ ଭାବେ ସୁଯୋଗ ମିଳିବ। ଏସିଆର ପ୍ରଥମ ଦେଶ ଭାବେ ଭାରତ ଏଭଳି ପଦକ୍ଷେପ ଗ୍ରହଣ କରିଛି। ସାରା ବିଶ୍ୱର ମାତ୍ର କିଛି ଦେଶ ଏ ସମ୍ପର୍କିତ ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ସରକାର ଆସନ୍ତା ଆର୍ଥତ୍କ ବର୍ଷରେ ୧୨ ଲକ୍ଷ କୋଟି ଟଙ୍କା ଋଣ କରିବା ଲାଗି ଯୋଜନା ରଖିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବ।
ସିଟିଏସ୍‌ ଅଧିନକୁ ଆସିବ ଆଉ ୧୫ ହଜାର ବ୍ୟାଙ୍କ ଶାଖା
ସେପ୍ଟେମ୍ବର ସୁଦ୍ଧା ଆଉ ୧୮ ହଜାର ବ୍ୟାଙ୍କ ଶାଖାରେ ଟେକ୍‌ ଟ୍ରଙ୍କଶନ ସିଷ୍ଟମ(ସିଟିଏସ୍‌) ବ୍ୟବସ୍ଥା କାର୍ଯ୍ୟକାରୀ କରାଇବାକୁ ଆର୍‌ବିଆଇ ନିଷ୍ପତ୍ତି ନେଇଛି। ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମକୁ ଆହୁରି ଦୃଢ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି। ଏହି ଶାଖାଗୁଡିକ ଏବେ ସୁଦ୍ଧା କେନ୍ଦ୍ରୀୟ ବ୍ୟାଙ୍କର କେନ୍ଦ୍ରୀକୃତ କ୍ଲିଅରିଂ ସିଷ୍ଟମ ପରିସରବାହାରେ ରହିଥିଲା। ୨୦୧୦ ପରଠାରୁ ସିଟିଏସ୍‌ ସିଷ୍ଟମ ଲାଗୁ କାର୍ଯ୍ୟକାରୀ ହେଉଛି। ଏହା ଦେଶର ପ୍ରାୟ ୧.୫ ଲକ୍ଷ ବ୍ୟାଙ୍କ ଶାଖାରେ ବ୍ୟବହାର ହେଉଥିବା ବେଳେ ୩ଟି ଚେକ୍‌ ପ୍ରୋସେସିଂ ଗ୍ରୀଡରେ କାର୍ଯ୍ୟ କରୁଛି। ୧୨୧୯ ଅଣ ସିଟିଏସ୍‌ କ୍ଲିୟରିଂ ହାଉସକୁ ସିଟିଏସ୍‌ ପରିସରକୁ ଅଣାଯାଇଛି। ପ୍ରାୟ ୧୮ ହଜାର ଶାଖା ଏହି ଔପଚାରିକ କ୍ଲିୟରିଂ ସିଷ୍ଟମ ପରିସର ବାହାରେ ରହିଛି। ଯାହାକୁ ବ୍ୟବସ୍ଥିତ କରିବା ଲାଗି ଆର୍‌ବିଆଇ ପଦକ୍ଷେପ ନେଉଛି।
ଓ୍ବାନ ନେଶନ ଓ୍ବାନ ଅମ୍ବୁଡସମ୍ୟାନ
ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଓ୍ବାନ ନେଶନ ଓ୍ବାନ ଅମ୍ବୁଡସମ୍ୟାନ ଆଣିବା ନେଇ ଆର୍‌ବିଆଇ ଯୋଜନା ରଖିଛି। ଗ୍ରାହକଙ୍କ ଅଭିଯୋଗ ସମାଧାନ ଯୋଜନାକୁ ଏକୀକରଣ କରିବା ଦିଗରେ ଏହା କାର୍ଯ୍ୟକ୍ରମ ହାତକୁ ନେବ। ଗ୍ରାହକ ଅଭିଯୋଗ ସମାଧାନ ବର୍ତ୍ତମାନ ୩ଟି ସ୍କିମରେ ହେଉଛି। ଏହାକୁ ଗୋଟିଏ ଅମ୍ବୁଡସମ୍ୟାନ ପରିସରକୁ ଆଣିବାକୁ ଯୋଜନା ରଖାଯାଇଛି। ବ୍ୟାଙ୍କିଙ୍ଗ, ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ ଏବଂ ଡିଜିଟାଲ ଟ୍ରାଞ୍ଜାକଶନ କ୍ଷେତ୍ରରେ ଅଭିଯୋଗର ସମାଧାନ ଲାଗି ଭିନ୍ନ ଭିନ୍ନ ଅମ୍ବୁଡସମ୍ୟାନ ବା ଲୋକପାଳ ବ୍ୟବସ୍ଥା ରହିଛି।
ଅଭିବୃଦ୍ଧି ଉର୍ଦ୍ଧ୍ୱଗାମୀ ରହିବ
ଭାରତୀୟ ଅର୍ଥ ବ୍ୟବସ୍ଥାର ଜିଡିପି ବର୍ତ୍ତମାନ କେବଳ ଉର୍ଦ୍ଧ୍ୱଗାମୀ ରହିବ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଆସନ୍ତା ଆର୍ଥତ୍କ ବର୍ଷରେ ଜିଡିପି ୧୦.୫% ରହିବା ନେଇ ନେଇ ଆକଳନ କରାଯାଇଛି। ବଜେଟରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଅର୍ଥ ବ୍ୟବସ୍ଥା ଲାଗି ଲାଭକାରୀ ହେବ। ଚାହିଦା, ଲୋକଙ୍କ ଆୟ, ନିଯୁକ୍ତି ଏବଂ ନିବେଶ ବଢାଇବା ଦିଗରେ ଏହା ଯୋଗଦାନ ରଖିବ ବୋଲି ଶକ୍ତିକାନ୍ତ ଆଶାବାଦୀ ରହିଛନ୍ତି।
ଟିଏଲ୍‌ଟିଆର୍‌ଓରେ ଏନ୍‌ବିଏଫ୍‌ସିଙ୍କୁ ପାଣ୍ଠି
ଟାର୍ଗେଟେଡ ଲଙ୍ଗ ଟର୍ମ ରେପୋ ଅପରେଶନ(ଟିଏଲ୍‌ଟିଆର୍‌)ରେ ବ୍ୟାଙ୍କଗୁଡିକ ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକୁ ପାଣ୍ଠି ଯୋଗାଇ ଦେବେ। ଏ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଏକ ପାଣ୍ଠି ବ୍ୟବସ୍ଥା କରିବ। ଅନ୍‌ଟ୍ୟାପ୍‌ ଟିଏଲ୍‌ଟିଆର୍‌ଓ ସ୍କିମରେ ଏହି ବ୍ୟବସ୍ଥା କରିବାକୁ ଆର୍‌ବିଆଇ ପ୍ରସ୍ତାବ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri