Posted inଜାତୀୟ

ଗାଡ଼ି ରୋକିବାକୁ କୌଣସି ସଙ୍କେତ ମିଳି ନ ଥିଲା

ନୂଆଦିଲ୍ଲୀ, ୮।୧୨ : ”ଗାଡ଼ି ରୋକିବା ପାଇଁ ଆମକୁ କୌଣସି ସଙ୍କେତ ଦେଇ ନ ଥିଲେ। ହଠାତ୍‌ ଗୁଳି ବର୍ଷା ଆରମ୍ଭ ହୋଇଥିଲା“। ନାଗାଲାଣ୍ଡର ମୋନ୍‌ ଜିଲାରେ ଶନିବାର ଯବାନଙ୍କ ଆକ୍ରମଣରୁ ବର୍ତ୍ତିଯାଇଥିବା କୋଇଲା ଖଣି ଶ୍ରମିକ ଶେଇଓ୍ବାଙ୍ଗ ଏଭଳି କହିଛନ୍ତି। ତାଙ୍କ ହାତ ଓ ଛାତିରେ ଗୁଳି ବାଜିଛି। ଦିବ୍ରୁଗଡ଼ସ୍ଥିତ ଆସାମ ମେଡିକାଲ କଲେଜ ହସ୍ପିଟାଲ (ଏଏମ୍ସିଏଚ୍‌)ରେ ସେ ଜୀବନ ସହ ସଂଘର୍ଷ କରୁଛନ୍ତି।

ଗୁଳିକାଣ୍ଡ ଘଟଣା ସମ୍ପର୍କରେ ଲୋକ ସଭାକୁ ସୂଚନା ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଥିଲେ, ଶ୍ରମିକମାନଙ୍କ ଗାଡ଼ିକୁ ଅଟକିବା ପାଇଁ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଗାଡ଼ିଟି ଖସି ପଳାଇଯିବାକୁ ଉଦ୍ୟମ କରିବାରୁ ଯବାନମାନେ ଉଗ୍ରପନ୍ଥୀ ସନ୍ଦେହରେ ଗୁଳି ଚଳାଇଥିଲେ। ଉଲ୍ଲେଖଯୋଗ୍ୟ, ଯବାନମାନଙ୍କ ବର୍ବରକାଣ୍ଡ ପରେ ମୋନ ଅଞ୍ଚଳ ଘଟିଥିବା ହିଂସାରେ ଜଣେ ଯବାନଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ କିଛି ଯବାନ ଆହତ ହୋଇଥିଲେ।

ଶେଇଓ୍ବାଙ୍ଗଙ୍କ ସହ ସେହି ଗାଡ଼ିରେ ଥିବା ଶେଇଓ୍ବାଙ୍ଗ କହିଛନ୍ତି, “ହଠାତ୍‌ ଗୁଳି ବର୍ଷା ଆରମ୍ଭ ହୋଇଥିଲା। କେତେ ସମୟ ଧରି ଏହା ଜାରି ରହିଥିଲା, ମୋର ମନେ ନାହିଁ। କିନ୍ତୁ ବୋମା ବିସ୍ଫୋରଣ ଭଳି ଶବ୍ଦ ହେଉଥିଲା। ସେତେବେଳେ ଅନ୍ଧାର ହୋଇ ନ ଥିଲା। ତଥାପି ସେମାନେ ଆମକୁ ଗୁଳି କଲେ। ଆମେ ସମସ୍ତେ ଗାଡ଼ିର ଚଟଣାରେ ଶୋଇଥିଲୁ। ଗୁଳିକାଣ୍ଡ ପରେ ମୋତେ ଏକ ଗାଡ଼ିରେ ହସ୍ପିଟାଲ ନିଆଯାଇଥିଲା”।

ସାଥିରେ କିଛି ନେଉଥିବା ସମ୍ପର୍କରେ ପଚାରିବାରୁ ସେମାନଙ୍କ ପାଖରେ କିଛି ନ ଥିଲା ବୋଲି ସେ କହିଛନ୍ତି। ମୁଁ କୋଇଲା ଖଣିରେ ସପ୍ତାହ ଧରି କାମ କରିଥିଲି। ଆମେ ଶନିବାର ପ୍ରାୟ ଅପରାହ୍ନ ୩ଟା ବେଳେ ବାହାରିଥିଲୁ। ତିରୁ ଭ୍ୟାଲିରୁ ଗାଁକୁ ଫେରିବା ପାଇଁ ଦୁଇଟି ବାଟ। ଆମେ ଲମ୍ବା ରାସ୍ତା ପରିବର୍ତ୍ତେ ଶର୍ଟ କଟ ନେବା ଲାଗି ଅସ୍ଥାୟୀ ରାସ୍ତା ବାଛିଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri