ପ୍ରଚ୍ଛଦପଟରେ ଦୀପାଳି-ଟଙ୍କଧର ବିବାଦ

ଝାରସୁଗୁଡ଼ା,୧୫।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ଅନାସ୍ଥା ପ୍ରସ୍ତାବ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଚନା ଚାଲିଛି। କୃଷ୍ଣପ୍ରିୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସକାଶେ ଜିଲା ପ୍ରଶାସନ ନ ଶୁଣିବାରୁ ସୁଲେଇ ପଞ୍ଚାୟତ ସମିତି ସଭ୍ୟା ସବିତା ଅଗ୍ରୱାଲ ହାଇକୋର୍ଟ ଯାଇଥିଲେ। ଉଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ଦୀର୍ଘ ୪ ମାସ ପରେ ଅର୍ଥାତ୍‌ ଜାନୁଆରୀ ୧୦ ତାରିଖ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ ବୋଲି ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ୯ ତାରିଖ ରାତିରେ ଖେଳ ଆରମ୍ଭ କରିଥିଲେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ବିରୋଧୀ ଗୋଷ୍ଠୀ। ଅର୍ଥାତ୍‌ ଝାରସୁଗୁଡ଼ା ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ ଏଥିରେ ମୁଣ୍ଡ ପୂରାଇଥିଲେ। ସୂଚନା ଦିଆଯାଇପାରେ ଯେ, ଦୀପାଳି ତାଙ୍କ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ପରିବାରକୁ ଦୀର୍ଘଦିନ ଅଜ୍ଞାତବାସରେ ରଖିଥିଲେ। ଟଙ୍କଧରଙ୍କ ଗୋଷ୍ଠୀ କାଳେ ସେମାନଙ୍କୁ ପ୍ରଭାବିତ କରିବେ, ସେଥିଲାଗି ଦୀପାଳି ଏଭଳି ପଦକ୍ଷେପ ନେଇଥିଲେ। ତେବେ ୮ ତାରିଖ ଲଇକେରା ଥାନାରେ ପଞ୍ଚାୟତ ପ୍ରତିନିଧି ନିଖୋଜ ଥିବା ନେଇ ଏକ ମାମଲା ଦାଏର ହୋଇଥିଲା। ତାହାକୁ ଆଧାର କରି ସ୍ଥାନୀୟ ପୋଲିସ କିର୍ମିରା ପଞ୍ଚାୟତ ପ୍ରତିନିଧିଙ୍କ ଉପରେ ନଜର ରଖିଥିଲା।
ରାଜନୀତି ହେଲା ଭୋଟ ଗ୍ରହଣ ପୂର୍ବଦିନ ସେହିସବୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ବିଷୟରେ ସୁରାକ ମିଳିଲା ଯେ ସେମାନେ ଛତିଶଗଡ଼ ମହାସମୂଦ ଜିଲା ସରାଇପାଲିଠାରେ ରାଧିକା ହୋଟେଲରେ ଅଛନ୍ତି। ତେଣୁ ସେହି ପଞ୍ଚାୟତ ପ୍ରତିନିଧିଙ୍କୁ ଝାରସୁଗୁଡ଼ା ଓ ଛତିଶଗଡ଼ ପୋଲିସ ଅଟକ ରଖିଥିବା ସଂକ୍ରାନ୍ତ ଖବର ପାଇବା ପରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ତାଙ୍କ ସହଯୋଗୀଙ୍କୁ ଧରି ସରାଇପାଲିରେ ପହଞ୍ଚତ୍ଥିଲେ। ସୂଚନା ଅନୁସାରେ, ସେହି ଦିନ ଜିଲା ଗୋଇନ୍ଦା ବ୍ୟୁରୋ (ଡିଆଇବି) ଓ ଟେଲିକମ୍‌ ବିଭାଗ ୧୨ଜଣଙ୍କ ଫୋନ୍‌ ଟ୍ରାକ୍‌ କରିବା ସହିତ ବିଶାଳଙ୍କ ଗାଡ଼ିକୁ ଟଙ୍କଧରଙ୍କ ଗୋଷ୍ଠୀର ୪ଟି ଗାଡ଼ିି ପିଛା କରୁଥିଲା ବୋଲି ଜଣାପଡ଼ିଥିଲା। ବିଶାଳ ଓ ତାଙ୍କ ସହଯୋଗୀ ସରାଇପାଲି ରାଧିକା ହୋଟେଲରେ ପହଞ୍ଚତ୍ବା ପରେ ସେମାନଙ୍କୁ ପୋଲିସ କାବୁ କରି ନେଇ ବାହାରକୁ ଛାଡି ନ ଥିଲା। ୧୦ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ଭୋଟ ହେବାର ଥିଲା। କିନ୍ତୁ କୌଣସି ପଞ୍ଚାୟତ ପ୍ରତିନିଧି ନ ପହଞ୍ଚତ୍ବାରୁ ଭୋଟ ବାତିଲ ହୋଇଥିଲା। ଏହାପରେ ପୋଲିସ ଅପରାହ୍ନ ୫ଟାରେ ସମସ୍ତଙ୍କୁ ଛାଡ଼ିବା ସହିତ ବିଶାଳ ଓ ତାଙ୍କ ସମର୍ଥକଙ୍କ ନାମରେ ଦଙ୍ଗାର ସଙ୍ଗିନ ମାମଲା ମଧ୍ୟ ରୁଜୁ କରିଥିଲା। ଫଳରେ ବିଜେଡି ନେତାମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ଓ ଏପରିକି ଦଳୀୟ ସଭାପତି ନବୀନ ପଟ୍ଟନାୟକ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ। ଅନାସ୍ଥା ଭୋଟ ସ୍ଥଗିତ ହେବା ସତ୍ତ୍ୱେ ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri