ବାଲିଯାତ୍ରାରେ ଡିଅନ୍‌ ଗ୍ରୁପ୍‌ର ଆକର୍ଷଣୀୟ ମଣ୍ଡପ

କଟକ,୧୦।୧୧: ରାଜ୍ୟର ପ୍ରମୁଖ ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଡିଅନ୍‌ ଗ୍ରୁପ୍‌ ପକ୍ଷରୁ ୨ଟି ଆକର୍ଷଣୀୟ ଷ୍ଟଲ୍‌ (ମଣ୍ଡପ) କଟକ ବାଲିଯାତ୍ରା ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍‌ ବ୍ୟାଙ୍କର କ୍ଷେତ୍ର ପରିଚାଳକ ମନୋଜ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ନିକଟରେ ଉଦ୍‌ଘାଯିତ ହୋଇଥିବା ଡିଅନ୍‌ ଗ୍ରୁପ୍‌ର ୨ଟି ଷ୍ଟଲ୍‌ରୁ ପ୍ରଥମ ଷ୍ଟଲ୍‌ରେ କମ୍ପାନୀର ହାଉସିଂ ମେପ୍ରାଜେକ୍ଟ ରହିଥିବା ବେଳେ ଅଟୋମୋବାଇଲ ସଂସ୍ଥାର ୨ୟ ଷ୍ଟଲ ରହିଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ନୂତନ ହାଉସିଂ ପ୍ରକଳ୍ପ ‘ସ୍କାଏ ଓ୍ବାକ୍‌’ ନାମରେ ସେକ୍ଟର ୮ଠାରେ ନିର୍ମାଣ ହେବାକୁ ଥିବା ୨୪ ତାଲା ବିଶିଷ୍ଟ ଆପାର୍ଟମେଣ୍ଟର ଡମି ଫ୍ଲାଟ୍‌ ବାଲିଯାତ୍ରାରେ ପ୍ରଦର୍ଶିତ ହେଉଛି।

ସୂଚନାଯୋଗ୍ୟ, କଟକ ସହରରେ ପୂର୍ବରୁ ଏଭଳି ସୁଉଚ୍ଚ ଆପାର୍ଟମେଣ୍ଟ ନିର୍ମାଣ କରାଯାଇ ନ ଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ କଟକକୁ ଏକ ଭିନ୍ନ ପରିଚୟ ଦେବ ବୋଲି ଡିଅନ୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ମନୋଜ ସାହୁ କହିଛନ୍ତି। ସେହିଭଳି ଡିଅନ୍‌ ଅଟୋମେଟିଭ୍‌ ଷ୍ଟଲ୍‌ରେ ଟାଟା ମୋଟର ପକ୍ଷରୁ ବିଭିନ୍ନ ମଡେଲର ଗାଡି ପ୍ରଦର୍ଶିତ ହେଉଛି। ଏପରିକି ସବୁ ବର୍ଗର ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଡିଅନ୍‌ ଗ୍ରୁପ୍‌ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ଅଫର ଉପଭୋକ୍ତାଙ୍କୁ ଦିଆଯାଉଥିବା ଗ୍ରୁପ୍‌ର ମୁଖ୍ୟ ପରିଚାଳକ ବିଶ୍ବଜିତ ଦାସ ମତବ୍ୟକ୍ତ କରିଛନ୍ତି। କରୋନା ଯୋଗୁ ୨ବର୍ଷ ପରେ ଐତିହାସିକ କଟକ ବାଲିଯାତ୍ରାର ଆୟୋଜନ ଜିଲା ପ୍ରଶାସନ ପକ୍ଷରୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କ ନିକଟତର ହେବାକୁ ଏକ ଭଲ ସୁଯୋଗ ରହିଥିବାରୁ ଡିଅନ୍‌ ଗ୍ରୁପ୍‌ର ୨ଟି ଷ୍ଟଲ୍‌ ବାଲିଯାତ୍ରା ପଡ଼ିଆରେ ପକାଯାଇଥିବା ଗ୍ରୁପ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri